ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀରେ ୮୦ ତମ ସ୍ବାଧୀନତା ଦିବସ ପାଳିତ
ପାରାଦୀପ, : ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀରେ ୮୦ତମ ସ୍ବାଧୀନତା ଦିବସ ଦେଶପ୍ରେମ ଓ ଉତ୍ସାହର ସହିତ ପାଳନ କରାଯାଇଛି। ରିଫାଇନାରୀ ସୁବାସ ଚନ୍ଦ୍ର ବୋଷ ଷ୍ଟାଡିୟମରେ ରିଫାଇନରୀ କର୍ମଚାରୀଙ୍କ ପରିବାର ସଦ୍ୟସ ମାନେ ଏକତିତ୍ର ହୋଇ ଜାତୀୟ ସଙ୍ଗୀତ ଗାନ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ କୌଶିକ ବସୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନକରିଥିଲେ।


ଆମ ଦେଶର ସ୍ବାଧୀନତା ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାନ ନେତା ଏବଂ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଶ୍ରୀ ବସୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପାରାଦୀପ ରିଫାଇନରୀ ନିକଟସ୍ଥ ଅନାଥାଶ୍ରମକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରି ସେଠାକାର ଲୋକଙ୍କ ମଧ୍ୟରେ ଆନନ୍ଦ ଏବଂ ଉତ୍ସାହ ଭରି ଦେଇଥିଲା ।
