December 10, 2024
Home » ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି ଯୋଗୁଁ ଚାଷୀ ଅସନ୍ତୋଷ। ଜଳସେଚନ ଦାବି ରେ ଚାଷୀ ସଂଗଠନ ପକ୍ଷରୁ ରାସ୍ତା ରୋକ। ଉପଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ…

ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି ଯୋଗୁଁ ଚାଷୀ ଅସନ୍ତୋଷ। ଜଳସେଚନ ଦାବି ରେ ଚାଷୀ ସଂଗଠନ ପକ୍ଷରୁ ରାସ୍ତା ରୋକ। ଉପଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ…

0

ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟ ରୁ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଛି। ଏନେଇ ଆଜି ଚାଷୀ ସଂଗଠନ ପକ୍ଷରୁ ଧର୍ମଗଡ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଚାରି ଛକ ଠାରେ ରାସ୍ତା ରୋକ କରିଥିଲେ।
ଫଳରେ ଧର୍ମଗଡ ସହରରୁ ସଡ଼କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଏନେଇ କେନାଲ ପାଣି ଯୋଗେଇ ଦେବା ଦାବିରେ ଅଞ୍ଚଳର ଚାଷୀ ମାନେ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଥିଲେ ହେଲେ କୌଣସି ପ୍ରତିକାର ନ ହେବାରୁ ଆଜି ଚାଷୀ ସଂଗଠନ ପକ୍ଷରୁ ଆଜି ରାସ୍ତା ରୋକ କରାଯାଇଥିଲା। ଚାଷୀ ନେତା ତୁଷାର ରଞ୍ଜନ ପଟ୍ଟ ଯୋଶୀ,ଡମ୍ବରୁଧର ଲହଜଲ, ଦିଗାମ୍ବର ଦୁରିଆ, ମନୋଜ ପଣ୍ଡା, ଡାକେ ଶ୍ୱର ଲହଜଲ, ଦେବେନ୍ଦ୍ର ପାତ୍ର ଙ୍କ ନେତୃତ୍ଵରେ ଶତାଧିକ ଚାଷୀ ଆଜି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଧର୍ମଗଡ ଚାରି ଛକ ଠାରେ ରାସ୍ତା ରୋକ ରେ ବସିଥିଲେ। ଘଟଣା ସ୍ଥଳରେ ଧର୍ମଗଡ ଉପଜିଲ୍ଲାପାଳ ପହଞ୍ଚି ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଆଜି ଅପରାହ୍ନରେ ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀ ଓ ଚାଷୀ ସଂଗଠନ ଙ୍କ ର ଏକ ମିଳିତ ବୈଠକ ଅନୁଷ୍ଠିତ ହେବ ଏଵଂ ସମସ୍ତ ଅଞ୍ଚଳକୁ କିପରି ରବି ଋତୁରେ ଜଳସେଚିତ ହୋଇ ପାରିବ ତା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ,ଇନ୍ଦ୍ରାବତୀ ଜଳ ଭଣ୍ଡାର ଚଳିତ ବର୍ଷ ଆବଶ୍ୟକ ପରିମାଣରେ ଜଳ ସଂଗ୍ରହ ହୋଇ ପାରି ନ ଥିବାରୁ ରବି ଜଳ ସେଚନ କୁ ସଙ୍କୁଚିତ କରାଯିବା ସହ
ଇନ୍ଦ୍ରାବତୀ ବାମ କେନାଲ ଉପଖଣ୍ଡ-୧ ର ସମସ୍ତ ପାଣି ପଞ୍ଚାୟତ କୁ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ଚିଠି କରାଯାଇ ରବି ଋତୁ ରେ ଧାନ ଚାଷ ନ କରିବା ପାଇଁ ଅନୁରୋଧ କରାଯାଇଥିଲା।
ଏହାର ପ୍ରତିବାଦ ରେ ଅସନ୍ତୋଷ ପ୍ରକାଶ କରି ଧର୍ମଗଡ ଚାଷୀ ସଂଗଠନ ପକ୍ଷରୁ ରାସ୍ତା ରୋକ କରାଯାଇଛି। ରବି ଚାଷ ପାଇଁ ଜଳସେଚନ ସ୍ଵାଭାବିକ କରା ନ ଗଲେ
ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଳି ଚାଷୀ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *