August 18, 2026
Home »  ଉତ୍ସାହ ଓ ଉଦ୍ଦୀପନାର ସହ ତ୍ରିରଙ୍ଗା ଉତ୍ସବ ଉଦ୍‌ଯାପିତ

 ଉତ୍ସାହ ଓ ଉଦ୍ଦୀପନାର ସହ ତ୍ରିରଙ୍ଗା ଉତ୍ସବ ଉଦ୍‌ଯାପିତ

0
WhatsApp Image 2026-08-18 at 11.01.48 AM

ବହ୍ନିକନ୍ୟା ପାର୍ବତୀ ଗିରୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାସୁମନ ଅର୍ପଣ କଲେ ଅତିଥି ଓ ଛାତ୍ରଛାତ୍ରୀ

ବରଗଡ଼: ଘରେ ଘରେ ତ୍ରିରଙ୍ଗା ଅଭିଯାନ–୨୦୨୬’ ଅନ୍ତର୍ଗତ ବରଗଡ଼ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ଉତ୍ସବ ଆଜି ବରଗଡ଼ସ୍ଥିତ ଜଦୁମଣି ଅଡିଟୋରିୟମ ପରିସରରେ ଦେଶପ୍ରେମ, କଳା, ସଂସ୍କୃତି ଓ ପ୍ରତିଭାର ଭବ୍ୟ ସମାଗମ ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି।ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଆୟୋଜିତ ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରଦର୍ଶନୀ ସହ ଦେଶାତ୍ମବୋଧକ ସଙ୍ଗୀତ ନୃତ୍ୟ ପ୍ରତିଯୋଗିତା ଏବଂ ତ୍ରିରଙ୍ଗା କନସର୍ଟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କଳାକାର, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା ଏବଂ ବିଭିନ୍ନ ବର୍ଗର ଅଂଶଗ୍ରହଣକାରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ମାନ୍ୟବର ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ,ମାନ୍ୟବର ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଜେପୁର ବିଧାୟକ ଶ୍ରୀ ସନତ ଗଡ଼ତିଆ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଏବଂ ଶ୍ରୀମତୀ ମଧୁଛନ୍ଦା ସାହୁ, ଯୋଗଦେଇ ବହ୍ନିକନ୍ୟା ପାର୍ବତୀ ଗିରୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ।

 

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳା, ସଂସ୍କୃତି, ହସ୍ତତନ୍ତ, ନବସୃଜନ ଓ ପରିବେଷଣ କଳା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିଲ୍ଲାର ବ୍ୟକ୍ତିବିଶେଷ ଏବଂ ଦଳଗୁଡ଼ିକୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ‘ହର ଘର ତିରଙ୍ଗା’ ଆର୍ଟିଷ୍ଟ କ୍ୟାମ୍ପରେ ଅଂଶଗ୍ରହଣ କରିଥିବା ୧୫ ଜଣ ଚିତ୍ର ଶିଳ୍ପୀଙ୍କ ସମେତ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତା, ଭୋଗାପୁରମ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ, ବିଜୟନଗରମ୍, ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ଏକ ନୃତ୍ୟ ପରିବେଷଣ ସମ୍ପର୍କରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଥିବା ‘ଧେମ୍ସା ମାରୁ ନାନା’ ସଙ୍ଗୀତ ଦଳ, ହସ୍ତତନ୍ତ କ୍ଷେତ୍ରରେ ବରଗଡ଼ର ଉଲ୍ଲେଖନୀୟ ସଫଳତା ତଥା ପ୍ରଭାବଶାଳୀ ନିରୀକ୍ଷଣ, ତଦାରଖ, ନେତୃତ୍ୱ ଓ ସହଯୋଗ ଯୋଗୁଁ ବରଗଡ଼ ଟେକ୍ସଟାଇଲ୍ ଜୋନ୍ ରାଜ୍ୟର ଶ୍ରେଷ୍ଠ ପ୍ରଦର୍ଶନକାରୀ ଟେକ୍ସଟାଇଲ୍ ଜୋନ୍ ଭାବେ ମାନ୍ୟତା ପାଇଥିବାରୁ ଟେକ୍ସଟାଇଲ୍ସର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଦେବଜିତ ନନ୍ଦୀଙ୍କୁ ସମ୍ମାନିତ କରାଯାଇଥିଲା।

ବୁଣାକାରୀ କ୍ଷେତ୍ରର ରାଜ୍ୟ ପୁରସ୍କାର ପାଇଥିବା ଶ୍ରୀମତୀ ମିତା ମେହେର, ଶ୍ରୀମତୀ ବବିତା ମେହେର, ଶ୍ରୀ ବାସୁଦେବ ମେହେର, ଶ୍ରୀ ବାସୁଦେବ ମେହେର ଏବଂ ଶ୍ରୀମତୀ ତାପସ୍ୱିନୀ ମେହେରଙ୍କୁ ସମ୍ମାନିତ କରାଯାଇଥିଲା। ତନ୍ତକୃତି ପୁରସ୍କାର ପାଇଥିବା ଶ୍ରୀ ଘାସିରାମ ମେହେର ଏବଂ ଶ୍ରୀ ଆଲେଖ ମେହେରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ବୁଣାକାରୀ କ୍ଷେତ୍ରରେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ଆୱାର୍ଡ ପାଇଥିବା ଶ୍ରୀ ସୁରେନ୍ଦ୍ର ମେହେର ଏବଂ ସନ୍ଥ କବୀର ପୁରସ୍କାର ପାଇଥିବା ଅତାବିରା ଜିଲିମିଣ୍ଡାର ଶ୍ରୀ ରାମ ମେହେରଙ୍କୁ ସମ୍ମାନିତ କରାଯାଇଥିଲା। ରାଜ୍ୟସ୍ତରୀୟ ହ୍ୟାକାଥନ୍ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲାକୁ ପ୍ରତିନିଧିତ୍ବ କରି ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଶ୍ରୀ ଫକୀର ମେହେର, ଶ୍ରୀ ମାନସ ମେହେର, ଏବଂ ଶ୍ରୀ ବାସୁଦେବ ମେହେର ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହାସହ ରଙ୍ଗୋଲି ପ୍ରଦର୍ଶନୀ, ସଙ୍ଗୀତ ପ୍ରତିଯୋଗିତା ଓ ଗ୍ରୁପ୍ ଡ୍ୟାନ୍ସ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ, ଏଇଏମ୍ ଇଂଲିଶ୍ ମିଡିୟମ୍ ସ୍କୁଲ୍ ଏବଂ ସଂସ୍କାର ଇଣ୍ଟରନ୍ୟାସନାଲ୍ ସ୍କୁଲର ଲାଇଭ୍ ବ୍ୟାଣ୍ଡ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା।ଶେଷରେ ଅନୁଷ୍ଠିତ ତ୍ରିରଙ୍ଗା କନସର୍ଟରେ ଛାତ୍ରଛାତ୍ରୀ, କଳାକାର ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଜାତୀୟ ପତାକା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ପ୍ରତିଫଳିତ କରିଥିଲା। ବରଗଡ଼ ଜିଲ୍ଲାରେ ଆୟୋଜିତ ଘରେ ଘରେ ତ୍ରିରଙ୍ଗା ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମର ଏହି ସଫଳ ଉଦ୍‌ଯାପନୀ ସମାରୋହ ନାଗରିକମାନଙ୍କୁ ଜାତୀୟ ପତାକାକୁ ଗର୍ବ ଓ ସମ୍ମାନର ସହ ପାଳନ କରିବା ସହ ଏକତା ଓ ଦେଶପ୍ରେମର ମୂଲ୍ୟବୋଧକୁ ଦୃଢ଼ କରିବାର ପ୍ରେରଣା ଦେଇଥିଲା।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *