July 1, 2025
Home » ଏଚଆଇଭି /ଏଡ଼ସର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ସୁବର୍ଣ୍ଣପୁର ଜୁନିଅର ରେଡ଼କ୍ରସ l

ଏଚଆଇଭି /ଏଡ଼ସର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ସୁବର୍ଣ୍ଣପୁର ଜୁନିଅର ରେଡ଼କ୍ରସ l

0
WhatsApp Image 2024-08-29 at 2.57.31 PM

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ରସଂଖ୍ୟା ୫୯୫୨//ତା. ୨୨/୦୮/୨୦୨୪ ମତେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆଠ ଜଣ ଜୁନିଅର ରେଡକ୍ରସ ପରାମର୍ଶ ଦାତା, ସମ୍ବଲପୁରସ୍ଥିତ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟରେ, ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ଓ ଜୁନିଅର ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଦିବସୀୟ ରାଜ୍ୟ ସ୍ତରୀୟ ତାଲିମ ଶିବିରରେ ଏଚଆଇଭି /ଏଡସ୍ ର ମାଷ୍ଟର ଟ୍ରେନର ଭାବରେ ତାଲିମ ଗ୍ରହଣ କରିଛନ୍ତି ।ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରେଡ୍ ରିବନ୍ କ୍ଲବ୍ ଖୋଲି ଶିକ୍ଷକ ଶିଷୟିତ୍ରୀ ମାନଙ୍କୁ ଏହି ତାଲିମ ପ୍ରଦାନ କରାଯିବା ସହ ହଜାର ହଜାର କିଶୋର ଛାତ୍ର ଛାତ୍ରୀ ଙ୍କୁ ସଚେତନ କରି ଜିଲ୍ଲାରେ ଏଡ଼ସର ସ୍ଥିତି କୁ ନିମ୍ନଗାମୀ କରିବାର ଲକ୍ଷ୍ୟ ନେଇ କାମ କରିବାକୁ ପ୍ରତିଶୃତି ବଦ୍ଧ ହୋଇଛନ୍ତି ଶିବିରାର୍ଥୀ ମାନେ l ଜୁନିଅର ରେଡକ୍ରସ୍ ଅଫିସର ରବିଚନ୍ଦ୍ର ପଶାୟତଙ୍କ ସମେତ ଡୁଙ୍ଗୁରିପାଲି ବ୍ଲକର ଧନେଶ୍ୱରୀ ଭୋଇ, ବିନିକା ବ୍ଳକରୁ ରଞ୍ଜନ ଧରୁଆ, ଉଲୁଣ୍ଡା ବ୍ଳକରୁ ନିଗମାନନ୍ଦ ଦେହୁରୀ ଓ ହୃଷିକେଶ ଚାନ୍ଦ, ଵୀରମହାରାଜପୁର ବ୍ଳକରୁ ମୁନୁ ସାହୁ, ତରଭା ବ୍ଳକରୁ ସନ୍ତୋଷ ମିଶ୍ର ଓ ସୋନପୁର ବ୍ଳକରୁ ଗୋପେଶ ପଣ୍ଡା ପ୍ରମୁଖ ତାଲିମ ଗ୍ରହଣ କରି ଫେରିଛନ୍ତି ।

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *