କଟକ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୪ ପାଳିତ
ଜାତୀୟ ପ୍ରେସ ଦିବସ ଅବସରରେ ଆଜି ଜିଲ୍ଲା ପରିଷଦ ମମ୍ମିଳନୀ କକ୍ଷଠାରେ ଜିଲ୍ଲା ପଶାମନ ତରଫରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ,କଟକ ଦାରା ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରେସ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ପ୍ରେମ୍ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷ ପରେସ ଦିବସର ସିରୀକୃତ ଆଲୋଚ୍ୟ ବିଷୟବସ୍ତୁ ‘ଗଣମାଧ୍ୟମର ପରିବର୍ତନଶୀଳ ସ୍ବରୂପ ଉପରେ ଆଲୋଚନା ପୂର୍ବକ ସମାରୋହର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟୋପୋ କହିଲେ ଯେ କଟକରେ ସାମାଦିକତାର ନିଆରାପଣ ରହିଛି । ଏବେ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ଯମର ସଂଖ୍ୟା ବୃଦ୍ଧି ପାଇଥୁବାବେଳେ ସାମାଜିକ ଗଣମାଧ୍ଯମର ମଧ୍ଯ ଗୁରୁତ୍ଵ ବଢିଛି । ସମସ୍ତ ପ୍ରକାରର ଖବରକୁ ଓଜନଦାର ଓ ମହତ୍ଵପୂର୍ଣ୍ଣ କରିବାର ଦାୟିତ୍ବ ମଧ୍ଯ ଗଣମାଧ୍ଯମରେ ସମାନ ଭାବରେ ବୃଦ୍ଧି ପାଇଛି । ସୁସ୍ଥ ବାତାବରଣ ନିମନ୍ତେ ବିଭିନ ବର୍ଗର ସାମ୍ବାଦିକମାନେ ନିଆରା ଢଙ୍ଗରେ ସମାଦ ପରିବେଷଣ କରିବାର ଆବଶ୍ୟକତା ରହିଛି ।
ଗଣମାଧ୍ୟମ କ୍ଷେତ୍ରରେ ପରିବର୍ତନ ଯଦିଓ ସମ୍ଭବପର ତେବେ ଏହି ପରିବର୍ତନ ସହ ତାଳ ଦେଇ ନିରପେକ୍ଷ, ନିଜସ୍ଵମତ ସମନ ଓ ମାନବିକତାପୂର୍ଣ୍ଣ ସମ୍ବାଦ ପ୍ରସ୍ତୁତି ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଟୋପୋ ଗୁରୁତ୍ଵପ୍ରଦାନ କରିଥିଲେ । ରେଭେନ୍କା ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପ୍ରାଧ୍ୟାପକ ଡଃ. ଦେବିଲାଲ ମିଶ୍ର ଆଜିର ଏହି ଦିବସ ପାଳନ ଉପଲକ୍ଷେ ମୁଖ୍ୟବକ୍ତା ଭାବେ ଯୋଗଦେଇ ମାମ୍ବମାଦିକମାନଙ୍କର ଏକ ଭିନ୍ନ ଦୃଷ୍ଟି କୋଣ ରହିଥାଏ ବୋଲି କହିବା ସହ ଖବର ପ୍ରସ୍ତୁତିଠାରୁ ଆରମ୍ଭ କରି ଏହାକୁ ପରିବେଷଣ କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସାମ୍ବାଦିକମାନେ ସେମାନଙ୍କର ନିଜସ୍ଵ ଦୃଷ୍ଟିଭଙ୍ଗୀକୁ ଉପସ୍ଥାପନ କରିଥାନ୍ତି ବୋଲି କହିଥିଲେ | ପରିବର୍ଭନଶୀଳ ସ୍ଵରୂପ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିରପେକ୍ଷତା ଅବଲମ୍ବନ କରି ସମ୍ବାଦ ପରିବେଷଣ କରିବା ଜଣେ ସାମ୍ବାଦିକ ପାଇଁ ବଡ ଆହ୍ଵାନ । ସମାଜ ଓ ଗଣମାଧମ ଅଙ୍ଗାଙ୍ଗୀ ଭାବେ ଜଡିତ । ଗଣତନ୍ତ୍ରପାଇଁ ଗଣମାଧ୍ଯମ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହୋଇଥିବା ବେଳେ ସଠିକ ସୂଚନା ସହ ସଠିକ କଥାକୁ ଯଥାର୍ଥରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା, ଭବିଷ୍ୟତର ସାମ୍ବାଦିକତା କିଭଳି ସମୃଦ୍ଧ ହେବ, ସେ ସମନ୍ଧରେ ପ୍ରାଧାପକ ଡଃ. ମିଶ୍ର ମଧ ମତ ରଖୁଥିଲେ | ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧୁକାରୀ ଶ୍ରୀ ଭବାନୀ ଶଙ୍କର ଭୂର୍ୟାଁ ସ୍ଵାଗତ ଭାଷଣ ପ୍ରଦାନ ପୂର୍ବକ ଆଲୋଚ୍ୟ ବିଷୟବସ୍ତୁ ଗଣମାଧ୍ଯମର ପରିବର୍ଭନଶୀଳ ସ୍ଵରୂପ ସମ୍ବନ୍ଧରେ ନିଜର ମତରଖ୍ କହିଲେ ଯେ ଏହି ପରିବର୍ଭନ ସମାଜର ହିତପାଇଁ ଗଠନ ମୂଳକ ହେବା ଦିଗରେ ସାମ୍ବାଦିକ ମାନେ ଯନ୍ଦବାନ ହେବା ଆବଶ୍ୟକ । . ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ଵ ଦେବା ସହ ପରିବର୍ତନ ସ୍ଵରୂପ ଗଣମାଧ୍ୟମକୁ ଏକ ଶକ୍ତିଶାଳୀ ସ୍ଵରରେ ପରିଣତ କରିପାରି ସମ୍ବାଦ ପରିବେଷଣ ହୋଇପାରିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କଟକ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ସମୟର ବ୍ୟୁରୋ ଚିଫ ଶ୍ରୀ ପ୍ରଫୁଲୁ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ କୈଳାଶ ଜେନା, ବରିଷ୍ଠ ସାମାଦିକ କଳିଙ୍ଗ ଟିଭି ଶ୍ରୀ ଜୟ ମହାନ୍ତି, ଯୁବ ସାମାଦିକ ତଥା ଅର୍ଗସ ବୈଦ୍ୟୁତିକ ଗଣମାଧ୍ଯମର ବ୍ୟୁରୋଚିଫ ଇମରାନ ଖାନ, ନନ୍ଦିଘୋଷ ଟିଭିର ବ୍ୟୁରୋଚିଫ ଶ୍ରୀ ଦିପେଶ ମହାପାତ୍ର, ଶୀ ଅଜୟ କୂମାର ଦାସ, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଭାତ କୁମାର ବିଶୋଇ ପ୍ରମୁଖ ଆଲୋଚନାର ବିଷୟବସ୍ତୁ ଉପରେ ନିଜର ମତାମତ ପ୍ରକାଶ କରିବା ସହ ସାମ୍ବାଦିକମାନେ ସର୍ବଦା ସତ୍ୟକୁ ସମାଜ ଆଗରେ ପରିବେଷଣ କରିବାର ଦାୟିତ୍ଵ ନିର୍ବାହ କରିବା ଉଚିତୃ ବୋଲି କହିଥିଲେ | ସାମ୍ବାଦିକମାନଙ୍କ ଲେଖନୀ ସମାଜର ବିଭିନ୍ନ ଦିଗକୁ ଆଲୋକିତ କରୁ ଏବଂ ସମାଜର ଉନ୍ମତି ସାଧନ ଦିଗରେ ସହାୟକ ହେଉ ବୋଲି ମତବ୍ୟକ୍ତ କରିଥୁଲେ । ସମାରୋହରେ ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ଯମର ପ୍ରତିନିଧ୍ ଯୋଗଦେଇ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଦିଗରେ ସେମାନେ ନିଜର ଉଦ୍ୟମ ବଜାୟ ରଖ୍ଵବେ ବୋଲି ମତ ଦେଇଥିଲେ ।ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସହକାରୀ ସୂଚନା ଅଧୂକାରୀ ଶ୍ରୀମତୀ ସ୍ଵାଗତିକା ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂ ପର୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
cuttack ru lalita das nka report