June 14, 2025
Home » କସୁରବନ୍ଦ ଗାଁ ରେ ଫୁଟିଲା ଗୁଳି, ଜଣେ ଗୁରୁତର, ମେଡିକାଲ ରେ ଭର୍ତ୍ତି

କସୁରବନ୍ଦ ଗାଁ ରେ ଫୁଟିଲା ଗୁଳି, ଜଣେ ଗୁରୁତର, ମେଡିକାଲ ରେ ଭର୍ତ୍ତି

0
WhatsApp Image 2024-09-28 at 5.36.54 PM

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କସୁରବନ୍ଦ ଗ୍ରାମରେ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ଯୋଗୁଁ ଫୁଟିଛି ଗୁଳି l ପ୍ରାପ୍ତ ସୂଚନା ଅନୁସାରେ ସରପଞ୍ଚ ସରୋଜ କର୍ଣ୍ଣ ଗ୍ରାମର ରାଜେନ୍ଦ୍ର କର୍ଣ୍ଣ କୁ ବନ୍ଧୁକ ରେ ଗୁଳି ମାରିଥିବା ନେଇ ମନମୁଣ୍ଡା ଥାନା ରେ ଅଭିଯୋଗ ହୋଇଛି l ଫଳରେ ଗୁରୁତର ଆହତ ଅବସ୍ଥାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ଏ ନେଇ ମନମୁଣ୍ଡା ଥାନା ରେ ଅଭିଯୋଗ ହୋଇଥିବା ବେଳେ ଅପରପକ୍ଷ ତଥା ସରପଞ୍ଚଙ୍କ ସ୍ତ୍ରୀ କଲ୍ୟାଣୀ ପ୍ରଧାନ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ଏହା ପୁର୍ବ ଶତ୍ରୁତାକୁ ନେଇ ରାଜେନ୍ଦ୍ର କର୍ଣ୍ଣ ଓ କିଛି ସହକର୍ମୀ ଗତରାତିରେ ମଦ ପିଇ ସ୍ବାମୀ ସରୋଜ କର୍ଣ୍ଣ ଘରେ ନ ଥିବା ବେଳେ ଘରେ ଜବରଦସ୍ତି ପଶି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ସରପଞ୍ଚ ସରୋଜ କର୍ଣ୍ଣ ଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି l ସ୍ବାମୀ ତିନି ଦିନ ହେଲା ଘରେ ନ ଥିଲା ବେଳେ କିଭଳି ଗୁଳି ଚଳାଇଲେ ବୋଲି ପ୍ରଶ୍ନ କରିବା ସହ ପ୍ରକୃତ ଘଟଣାକୁ ନିରପେକ୍ଷ ତଦନ୍ତ କରାଯାଉ ବୋଲି ମନମୁଣ୍ଡା ପୋଲିସ୍ କୁ ଅନୁରୋଧ କରିବା ସହ ଲିଖିତ ଭାବରେ ଥାନା ରେ ପାଲଟା ଅଭିଯୋଗ କରିଛନ୍ତି। ନିରପେକ୍ଷ ତଦନ୍ତ ହେଲେ ଘଟଣା ଲୋକଲୋଚନ କୁ ଆସିପାରିବ ବୋଲି ସାଧାରଣ ରେ ଆଲୋଚନା ହେଉଛି l ଦେଖିବାକୁ ବାକି ରହିଲା ପୋଲିସ୍ ପକ୍ଷରୁ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *