September 15, 2024
Home » କାଲିମେଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ଶିକ୍ଷକ

କାଲିମେଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ଶିକ୍ଷକ

0

 

ମାଲକାନଗିରି ଜିଲ୍ଲାରେ ଅନୁସୂଚୀତ ସମଜାତି ଓ ଜାତି ଉନ୍ନୟନ ବିଭାଗ, ଓଡିଶା ଅଧିନରେ ଥିବା କାଲିମେଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟର ଗଣିତ ଶିକ୍ଷକ ଦିପକ ନାୟକ ନାମକ ଦ୍ୱାରା ନବମ ଶ୍ରେଣୀର ଛାତ୍ରୀ ଦୁଷ୍କର୍ମ ଶିକାର ଅଭିଯୋଗରେ ପୋଲିସ ଥାନାରେ ଅଟକ ରଖିଛି ଅଭିଯୁକ୍ତ ଶିକ୍ଷକଙ୍କୁ ।

 


ମିଳିଥିବା ସୁଚନା ମୁତାବକ ୨୦୧୧ ମସିହାରୁ ବାଳିକା ଛାତ୍ରୀନିବାସ ମଧ୍ୟରେ ରହି ଆସୁଥିବା ଶିକ୍ଷକ ଦିପକ ନାୟକ ୦୧/୦୮/୨୪ ରାତି ୧୨ ଟା ସମୟରେ ୧୩ ବର୍ଷୀୟ ନବମ ଶ୍ରେଣୀର ଛାତ୍ରୀ ଜଣକୁ ଉକ୍ତ ବିଦ୍ୟାଳୟର ଗଣିତ ଶିକ୍ଷକ ଦିପକ ନାୟକ ତାଙ୍କ ବେଡ଼ରୁମକୁ ଡାକି ଜବରଦସ୍ତ ଦୁଷ୍କର୍ମ କରିଥିଲା । ରାତି ୧୨ଟାରେ ୩ ଘଣ୍ଟା ଅଟକ ରଖିଥିବା ବେଳେ କୈାଣସି ପ୍ରକାରେ ସେଠାରୁ ମୁକୁଳି ହୋଇ ଝିଅ କାନ୍ଦିକାନ୍ଦି ମେଟ୍ରୋନକୁ ପ୍ରଥମେ ଘଟଣା ସମ୍ପର୍କରେ ଜଣାଇଥିଲା। ପିଡୀତା ଛାତ୍ରୀ ଜଣକ ଉକ୍ତ ବିଦ୍ୟାଳୟର ମେଟ୍ରନକୁ ସମସ୍ତ ବିଷୟ କହିବା ପରେ ରାତିରେ ତାଙ୍କ ପାଖରେ ସୁରକ୍ଷିତ ଭାବେ ରଖି ଆର ଦିନ ଶୁକ୍ରବାର ସକାଳେ ମେଟ୍ରନ ସ୍କୁଲର ପ୍ରଧାନ ଶିକ୍ଷୟୀତ୍ରୀଙ୍କୁ ଓ ପରିବାର ବର୍ଗଙ୍କୁ ସମସ୍ତ ବିଷୟରେ ଜଣାଇବା ପରେ ଗ୍ରାମବାସୀଙ୍କ ସହ ମିଶି ଛାତ୍ରୀଙ୍କ ଅଭିଭାବକ ସ୍କୁଲ ଯାଇ କାନ୍ଦିବା ଅବସ୍ଥାରେ ଝିଅଠାରୁ ସମସ୍ତ ବିଷୟ ଶୁଣିବା ସହ ଛାତ୍ରୀର ଶରୀରରେ ବିଭିନ୍ନ ଦାଗ ରହିଥିବା ଦେଖିଥିଲେ ।

ଶିକ୍ଷକ ଜଣଙ୍କ ଏ ବିଷୟରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଖବର ଶୁଣିବା ପରେ ସମସ୍ତ ବିଷୟ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୀଡ଼ିତା ଛାତ୍ରୀଙ୍କ ପରିବାର ପକ୍ଷରୁ ବଡବାପା ଏମଭି ୫୭ ଗିରକାନପଲ୍ଲି ଗ୍ରାମ ବାସିନ୍ଦା ସନାତନ ବିସୁଗ ନିଜ ସାନଭାଇ ରତନ ବିସୁଗଙ୍କ ଝିଅ ଦୁଷ୍କର୍ମ ଶିକାର ହୋଇଥିବା ନେଇ କାଲିମେଳା ଥାନାରେ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖାଯାଇଛି । ଅଭିଯୁକ୍ତ ବିବାହିତ ଶିକ୍ଷକଙ୍କ ଗୋଟିଏ ସନ୍ତାନ ଥିବା ବେଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳ ବାସିନ୍ଦା ବୋଲି ଜଣାପଡିଛି । ଉକ୍ତ ଘଟଣା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଥାନା ଅଧିକାରୀ ଚନ୍ଦ୍ରକାନ୍ତି ତାଣ୍ଡି କହିଛନ୍ତି ଯେ ସ୍ଵାସ୍ଥ୍ୟକେନ୍ଦ୍ରରୁ ଅଭିଯୁକ୍ତ ଶିକ୍ଷକ ଓ ପୀଡ଼ିତା ଛାତ୍ରୀଙ୍କ ଡାକ୍ତରୀ ମାଇନାର ରିପୋର୍ଟ ଆସିବା ପରେ ତଦନ୍ତ ପରେ ପୋଲିସ କେଳେଙ୍କାରୀ ଶିକ୍ଷକକୁ ଗିରଫ କରି କୋର୍ଟ ଚାଲାଣ କରାଯିବ ।

ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ରିପୋର୍ଟ

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *