August 6, 2026
Home » କେସିଙ୍ଗା ବ୍ଲକ ମାଲପଡ଼ା ଠାରେ ବିଶେଷ ଭେଷଜ ସ୍ଵାସ୍ଥ୍ୟ ଶିବିର।

କେସିଙ୍ଗା ବ୍ଲକ ମାଲପଡ଼ା ଠାରେ ବିଶେଷ ଭେଷଜ ସ୍ଵାସ୍ଥ୍ୟ ଶିବିର।

0
WhatsApp Image 2026-08-05 at 12.24.43 PM

କେସିଙ୍ଗା :ଲୋକଙ୍କ ସ୍ଵାସ୍ଥ୍ୟ ସମସ୍ୟା କୁ ଦୃଷ୍ଟି ରେ ରଖି ଲୋକଙ୍କ ପାଖରେ ବିନା ମୂଲ୍ୟରେ ସ୍ଵାସ୍ଥ୍ୟ ସେବା ପ୍ରଦାନ ପାଇଁ ବୁଧବାର ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏସ ବି ଆଇ ଓ ରାମକୀ ଫାଉଣ୍ଡେସନ ପକ୍ଷରୁ ବିଶେଷଜ୍ଞ ଡାକ୍ତର ଦଳ ସାଙ୍ଗକୁ ଲେଵ ଟେକନିସିଏନ ଓ ଔଷଧ ପତ୍ର ନେଇ ଏକ ଭେଷଜ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ଛାତ୍ର ଛାତ୍ରୀ ମାନେ ନିଜ ସ୍ଵାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରି ମାଗଣାରେ ଔଷଧ ପତ୍ର ନେବା ସହିତ ଡାକ୍ତରଙ୍କ ବହୁମୂଲ୍ୟ ପରାମର୍ଶ ନେଇଥିଲେ।

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଦାଶିବ ହରିଜନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଶିବିରରେ ବିଶେଷ ଭେଷଜ ବିଶେଷଜ୍ଞ ଡାକ୍ତର ରବିନ୍ଦ୍ର ଖଟୁଆ ଉପସ୍ଥିତ ରହି ୧୩୮ ଜଣ ଛାତ୍ର ଛାତ୍ରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରି ପ୍ରାୟ ୮୦ ଜଣଙ୍କୁ ମାଗଣା ଔଷଧ ସହ ପରାମର୍ଶ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାମକୀ ଫାଉଣ୍ଡେସନ ର ଜିଲ୍ଲା ପି ସି ଡାକ୍ତର ବିମଲ ଚରଣ ଷଡଙ୍ଗୀ, ଫାର୍ମାସିଷ୍ଟ ଜୋସ୍ନାରାନି ବେହେରା, ଷ୍ଟାଫ ନର୍ସ ପଙ୍କଜିନି ରଣା , ଏଲ ଟି ନିତୁ ନାୟକ, ନିରଞ୍ଜନ ହାତୀ, ଙ୍କ ସମେତ ବିଦ୍ୟାଳୟର ସଭାପତି ଦୀନବନ୍ଧୁ ରଣା ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ସହକାରୀ ଶିକ୍ଷକ ସିନ୍ଧୁସୂତା ବାଗ ଧନ୍ୟବାଦ୍ ଅର୍ପଣ କରିବା ସହିତ ଏସ ବି ଆଇ ଓ ରାମକୀ ଫାଉଣ୍ଡେସନ କୁ ତାଙ୍କର ମହତ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *