August 21, 2026
Home » ଖଣ୍ଡଦେଉଳି କଲେଜ୍ ରେ ବିଶ୍ୱ ଏଡସ୍ ସଚେତନତା ଦିବସ ପାଳିତ !

ଖଣ୍ଡଦେଉଳି କଲେଜ୍ ରେ ବିଶ୍ୱ ଏଡସ୍ ସଚେତନତା ଦିବସ ପାଳିତ !

0
WhatsApp Image 2024-12-03 at 2.07.05 PM

ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଖଣ୍ଡଦେଉଳି ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ (ରେଡ୍ ରିବନ୍ କ୍ଲବ୍) ଓ ଜାତୀୟ ସେବା ଯୋଜନା ର ମିଳିତ ଆନୁକୂଲ୍ୟରେ ରବିବାର ବିଶ୍ୱ ଏଡସ୍ ସଚେତନତା ଦିବସ ପାଳିତ ହୋଇଯାଇଛି । ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ମାଧ୍ଯମରେ ଖଣ୍ଡଦେଉଳି ଗ୍ରାମ ପରିଭ୍ରମଣ କରି ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ଲୋକ ଙ୍କୁ ସଚେତନତା କରିଥିଲେ ।ଡିସେମ୍ୱର ୧ ତାରିଖରେ ବିଶ୍ୱ ଏଡସ୍ ଦିବସ ୨୦୨୪ ଉପଲକ୍ଷେ କଲେଜ୍ ପରିସରରେ ଏଡସ୍ ଦିବସ ପାଳନ କରାଯାଇଛି। କଲେଜ୍ ଅଧ୍ୟକ୍ଷା ଶ୍ରୀମତି ମିନତୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଏଡସର କାରଣ ଓ ନିରାକରଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏଥିରେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୋମ୍ୟ ରଞ୍ଜନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହ ଅନ୍ୟାନ୍ୟ ସହକର୍ମୀ ତଥା ଆୟୁର୍ବେଦିକ ଡାକ୍ତର ସାଗରିକା ପ୍ରଧାନ, ପଙ୍କଜିନୀ ରଥ ଏଲ୍.ଏଚ.ବି. ଙ୍କ ସମେତ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରି ଏଡସ୍ ରୋଗ ର କାରଣ, ନିରାକରଣ ଓ ସଚେତନତା ସମ୍ପର୍କରେ ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଇ ସର୍ବଦା ସଜାଗ ଓ ସଚେତନତା କରାଇଥିଲେ । ଏଥିରେ କଲେଜର ଇତିହାସ ବିଭାଗର ବରିଷ୍ଠ ଶ୍ରୀଯୁକ୍ତ ଆନନ୍ଦ କୁମାର ଗୌଡ଼, ରାଜନୀତି ବିଭାଗର ବରିଷ୍ଠ ଲିଙ୍ଗରାଜ ସାହୁ, ଦେବୀ ପ୍ରସାଦ ପଟ୍ଟନାୟକ, ଆଖଣ୍ଡଳମଣି ବେହେରା, ଜୟନ୍ତୀ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ତଥା ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ | ସଭା ଶେଷରେ ଯୁବ ରେଡକ୍ରସ ସଂଯୋଜିକା ଏନ୍. ପଦ୍ମାବତୀ ଧନ୍ୟବାଦ ଅର୍ପଣ କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed