June 13, 2025
Home » ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳିତ

0
WhatsApp Image 2024-10-02 at 12.04.46 PM

ବ୍ରହ୍ମପୁର ୨/୧୦/୨୦୨୪ : ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ମହା ଆଡମ୍ବର ସହ ପାଳିତ ହୋଇଯାଇଛି ।ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ସମ୍ପାଦିକା ଶ୍ରୀମତୀ ଅନୀତା କୁମାରୀ ପାଢିଏବଂ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ପରିଡା ମୁଖ୍ଯ ଅତିଥି ରୂପେ ଯୋଗଦେଇ ଗାନ୍ଧୀ ଏବଂ ଶାସ୍ତ୍ରୀଜୀ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ଯ ଅର୍ପଣ କରିଥିଲେ ।

ବିଦ୍ୟାଳୟର ସଭାପତି ଗାନ୍ଧୀଙ୍କ ଏବଂ ଶାସ୍ତ୍ରୀଜୀଙ୍କ ଜୀବନ ଉପରେ ଏକ ପ୍ରେରଣାଦାୟକ ଅଭିଭାଷଣ ଦେଇଥିଲେ । ବିଦ୍ୟାଳୟର କ୍ରିତିକା ପ୍ରଧାନ ଦ୍ବିତୀୟ ଶ୍ରେଣୀ ( ହିନ୍ଦୀ କବିତା ) ଦିପ୍ତିମୟୀ ଦେବୀଶ୍ରୀ ପଣ୍ଡା ତୃତୀୟ ଶ୍ରେଣୀ ( ଇଂରାଜୀ ବକୃତା ) , ଆହାନା ସାହୁ ପଞ୍ଚମ ଶ୍ରେଣୀ ( ହିନ୍ଦୀ ବକୃତା ) , ସାଇସ୍ତୁତି ପ୍ରଧାନ ଷଷ୍ଟ ଶ୍ରେଣୀ ( ଓଡିଆ ଭାଷାରେ ବକୃତା ) ସାଇପ୍ରସାଦ କାଣ୍ଡି ପଞ୍ଚମ ଶ୍ରେଣୀ ( ନୃତ୍ଯ ) , ଆୟୁଷ୍ମାନ ନାୟକ ସପ୍ତମ ଶ୍ରେଣୀ ( ସଂଗୀତ ) ଅତି ସୁନ୍ଦର ଭାବରେ ନିଜ ନିଜର କୃତିତ୍ବ ପରିବେଷଣ କରିଥିଲେ । ପରି ଶେଷରେ ବିଦ୍ୟାଳୟର ସ୍କାଉଟ କେପଟେନ୍ ମଧୁସ୍ମିତା ହୋତା ଏବଂ ଆସିଷ୍ଟାଣ୍ଟ ଏନ୍ ସି ସି ଓଫିସର ଦିପକ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏନ୍ ସି ସି କେଡେଟ୍ ଏବଂ ସ୍କାଉଟ ଗାଇଡ କେଡେଟ୍ ମାନେ ଗୋପାଳପୁର ବେଳାଭୂମି ସଫା କରିବା ପାଇଁ ଯାଇଥିଲେ । ଏହି ସବୁ କାର୍ଯ୍ୟକ୍ରମ ବିଦ୍ୟାଳୟର ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ଯୋସ୍ନା ଭୁଜବଳଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇ ଥିଲା ।

Leave a Reply

Your email address will not be published. Required fields are marked *