February 16, 2026
Home » ଗୁରୁ ଦିବସରେ ଆଦର୍ଶ ଶିକ୍ଷୟିତ୍ରୀ ଙ୍କ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ଦାନ

ଗୁରୁ ଦିବସରେ ଆଦର୍ଶ ଶିକ୍ଷୟିତ୍ରୀ ଙ୍କ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ଦାନ

0
WhatsApp Image 2024-09-06 at 9.21.01 AM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଅନ୍ତର୍ଗତ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷିନୀ ନନ୍ଦଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉକ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମ ନାରାୟଣ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କାତ୍ୟାୟନୀ ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାୟକ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାକୁ ଆହ୍ୱାନ ଦେଇଥିବା ବେଳେ, ସମ୍ମାନୀତ ଅତିଥି କାତ୍ୟାୟନୀ ମିଶ୍ର ଗଳ୍ପ ମାଧ୍ୟମରେ ଗୁରୁ ଛାତ୍ରର ସମ୍ପର୍କ କିପରି ସୁଦୃଢ ହୋଇପାରିବ ସେ ଦିଗରେ ଗୁରୁତ୍ବ ଆରୋପ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ଆଦର୍ଶ ଶିକ୍ଷୟିତ୍ରୀ କାତ୍ୟାୟନୀ ମିଶ୍ର ୧୦୦୦ ଟଙ୍କା ପ୍ରଦାନ କରିଥିଲେ । ସବୁଜ ସୁନ୍ଦର ବିଦ୍ୟାଳୟ ପରିବେଶ ଦେଖି ଅତିଥିମାନେ ବେଶ୍ ଆନନ୍ଦ ଅନୁଭବ କରିଥିଲେ । ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ଉଚ୍ଚକୋଟୀର ଥିଲା । ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଗୋପେଶ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ଓ ଶିକ୍ଷକ ଅକ୍ଷୟ କୁମାର ଜେନା ଏବଂ କମ୍ୟୁନିଟି ସେଣ୍ଟର ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟର ଆଲୁମିନି ରବିନା ସେଠୀ ସହଯୋଗ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *