ଚୌକାରେ ମା’ ସିଦ୍ଧିଦାତ୍ରୀ ପୂଜା ସହ ନବରାତ୍ରୀ ପୂଜା ସମ୍ପନ୍ନ
ସୁବର୍ଣ୍ଣପୁର: ନବରାତ୍ରୀ ପୂଜା କମିଟି ଚୌକା ଦ୍ୱାରା ଆଜି ଚୌକା ଶିବ ମନ୍ଦିର ପରିସରରେ ନବମ ଦିବସରେ ମା’ ସିଦ୍ଧିଦାତ୍ରୀଙ୍କ ପୂଜା ଓ ବିଶେଷ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବରାତ୍ରୀ ପୂଜା ଉଜ୍ଜାପନୀ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏହି ପୂଜାରେ ମୁଖ୍ୟ ପୁରୋହିତ ଭାବେ ପଣ୍ଡିତ ଆଦର୍ଶ କୁମାର ଦାଶ ଏବଂ ସହଯୋଗୀ ପୁରୋହିତ ଭାବେ ପଣ୍ଡିତ ପବିତ୍ର ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଯଜ୍ଞ ସହଯୋଗୀ ଭାବେ ପ୍ରଦୀପ କୁମାର ଦାସ ସହଯୋଗ କରିଥିଲେ।ଏହି ପବିତ୍ର ପୂଜାରେ କର୍ତ୍ତା ଭାବେ ୫ ଯୋଡା ଦମ୍ପତି ସାମିଲ ହୋଇଥିଲେ l ପଦ୍ମଲୋଚନ ପ୍ରଧାନ ଓ ରୁକୁଣୀ ପ୍ରଧାନ,ଅନନ୍ତ ମହାକୁର ଓ ଦଶମୀ ମହାକୁର, ଗୋପାଳ ଦେହେରୀ ଓ ସସ୍ମିତା ଦେହେରୀ,ତପନ ପ୍ରଧାନ ଓ ରୋଜାଲିନ ସାହୁ,ବାମଦେବ ପ୍ରଧାନ ଓ ସୁଜାତା ପ୍ରଧାନ। ଆସନ୍ତା କାଲି ଦଶହରା ଉପଲକ୍ଷେ ଏକଦିବସୀୟ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହେବ ବୋଲି ନବରାତ୍ର ପୂଜା କମିଟି ର ସଭାପତି ଉପେନ୍ଦ୍ର ମହାକୁର ସୂଚନା ଦେଇଛନ୍ତି। ଉପସଭାପତି ରାଜେନ୍ଦ୍ର ପ୍ରଧାନ , କୋଷାଧ୍ୟକ୍ଷ ମଧୁସୂଦନ କର୍ଣ୍ଣ, ସହ ସମ୍ପାଦକ ଆଶୁତୋଷ ଝାଙ୍କର, ବରିଷ୍ଠ ସଦସ୍ୟ ଲବକୁମାର ଭୁକ୍ତା , ଜଗବନ୍ଧୁ ବେରିହା, ଦୀନକୃଷ୍ଣ ଶଙ୍ଖୁଆ, ଦିଲ୍ଲିପ ପ୍ରଧାନ, ସୁଶାନ୍ତ ଭୋଇ, ଜିତେନ୍ଦ୍ର ଭୋଇ, ଦେବେନ୍ଦ୍ର ସେଠି, ଅଚ୍ୟୁତ ପାତ୍ର, ମନୋଜ ଲଉରିଆ, ସୁଧିର ଭୁକ୍ତା, ଚତୁର୍ଭୁଜ ଭୁକ୍ତା, ହ୍ରୁଦାନନ୍ଦ ଭୁକ୍ତା, ଗୋବିନ୍ଦ ଦେହୁରୀ, ସୁଜିତ୍ ପଧାନ, ପପୁନ ପଧାନ, ଜନ୍ମମେୟ ମିଶ୍ର , ଜୟୀରାମ ଡାଙ୍ଗ, କୃଷ୍ଣଚନ୍ଦ୍ର ଲଉରିଆ, ବିଜୟ ପଧାନ, ଶରତ ଭୋଇ, ପ୍ରହଲ୍ଲାଦ ଅମାତ୍, ସୁରେନ୍ଦ୍ର ଭୋଇ, ବାମଦେବ ପଧାନ, ସଞ୍ଜିପ ପଧାନ , ମୂରଲୀଧର ପଧାନ , ମନ୍ଦିର ପୂଜକ ସଞ୍ଜିପ ଖମାରି ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
