July 13, 2026
Home » ଜଗତସିଂହପୁର ରେ ସୁଚାରୁ ରୂପେ ଚାଲିଛି ଏସଆଇଆର ଫର୍ମ ବଣ୍ଟନ

ଜଗତସିଂହପୁର ରେ ସୁଚାରୁ ରୂପେ ଚାଲିଛି ଏସଆଇଆର ଫର୍ମ ବଣ୍ଟନ

0
WhatsApp Image 2026-06-20 at 1.32.56 PM

 

 

ପାରାଦ୍ଵୀପ: : ଜଗତସିଂହପୁରରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବା ସହ ବୁଥ ସ୍ତରୀୟ ଅଧିକାରୀମାନେ ଘର ଘର ବୁଲି ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଏହି କ୍ରମରେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା ଆଜି ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଜଙ୍ଗ ବ୍ଲକ ପରିଦର୍ଶନ କରି ଶହେ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଯୋଗୁଁ ୧୪ ଜଣ ବିଏଲଓ ଏବଂ ୩ ବିଏଲଓ ସୁପରଭାଇଜର ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି। ଏହି ଅବସର ରେ AERO ତଥା ବିଡ଼ିଓ ଦୀପକ ପ୍ରସାଦ ସ୍ୱାଇଁ, AERO ତଥା ତହସିଲଦାର କୁଜଙ୍ଗ ସ୍ୱରୂପ ନନ୍ଦନ ବେହେରା ଉପସ୍ଥିତ ଥିଲେ।ଜୁନ୍ ୨୮ ଯାଏଁ ଏହି ପ୍ରକ୍ରିୟା ଚାଲିବ। ପୂରଣ ହୋଇଥିବା ପରିଗଣନା ଫର୍ମ ଆଧାରରେ ଚିଠା ଭୋଟର ତାଲିକା ପ୍ରସ୍ତୁତ ହେବ। ବି ଏଲ ଓ ମାନେ ହେଲେ ବୁଥ ନମ୍ବର ୨୯ ର ଶୁକଲତା ବେହେରା,ବୁଥ ନମ୍ବର ୨୬ ର ରାଜଲକ୍ଷ୍ମୀ ସେନାପତି, ବୁଥ ନମ୍ବର ୪୦ ର ଅନୁପମା ଦାସ,ବୁଥ ନମ୍ବର ୭୧ ର ପାର୍ବତୀ ମହାନ୍ତି, ବୁଥ ନମ୍ବର ୨୨ ର ମଞ୍ଜୁଲତା ସୁତାର, ବୁଥ ନମ୍ବର ୩୮ ର ରୀତାବାଳା ସ୍ୱାଇଁ,ବୁଥ ନମ୍ବର ୨୫ ର ସଙ୍ଗୀତା ଶତପଥୀ, ବୁଥ ନମ୍ବର ୬୮ ର ରଶ୍ମୀ ନାୟକ,ବୁଥ ନମ୍ବର ୨୦ ର କଳ୍ପନା ବେହେରା,ବୁଥ ନମ୍ବର ୨୧ ର ଅନ୍ନପୁର୍ଣ୍ଣା ସେଠୀ, ବୁଥ ନମ୍ବର ୭୩ ର ରୀନାରାଣୀ ଦାସ, ବୁଥ ନମ୍ବର ୧୧୫ ର ଜ୍ୟୋତ୍ସ୍ନାବାଳା ମହାନ୍ତି, ବୁଥ ନମ୍ବର ୯୭ ର ମନୋରମା ଦାସ, ବୁଥ ନମ୍ବର ୯୮ ର ଇନ୍ଦୁବ୍ରଜ ଲେଙ୍କା । ବି ଏଲ ଓ ସୁପରଭାଇଜର ମାନେ ହେଲେ ସହଦେବ ଗୁରୁ, ସଚଳା ମହାନ୍ତି ଓ ଲୋକନାଥ ବେହେରା ।

 

prasanta dash nka report

Leave a Reply

Your email address will not be published. Required fields are marked *