January 25, 2025
Home » ଜବାହାର ନବୋଦୟ ବିଦ୍ୟାଳୟ ରେ ପ୍ରେରଣା କାର୍ଯ୍ୟକ୍ରମ ର ଶୁଭାରମ୍ଭ

ଜବାହାର ନବୋଦୟ ବିଦ୍ୟାଳୟ ରେ ପ୍ରେରଣା କାର୍ଯ୍ୟକ୍ରମ ର ଶୁଭାରମ୍ଭ

0

ବୌଦ୍ଧ : ଜବାହାର ନବୋଦୟ ବିଦ୍ୟାଳୟ ପାଲଝର, ବୌଦ୍ଧ ଠାରେ ପ୍ରେରଣା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗେନ୍ଦ୍ରା କୁଜୁର ଦୀପ ପ୍ରଜ୍ୱଳନ କରି ପ୍ରେରଣା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ହରଭଙ୍ଗା ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ଲୋହା, କଣ୍ଟାମାଳ ଗୋଷ୍ଟୀ ଶିକ୍ଷା ଅଧିକାରୀ ସନୋଜ କୁମାର ସେଠୀ, ବୌଦ୍ଧ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କମଳାକାନ୍ତ ଦଳବେହେରା, ଜବାହାର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରେଶ କୁମାର ସାହୁ ଏବଂ ଜିଲ୍ଲାର ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ତଥା ବୌଦ୍ଧ ଜିଲ୍ଲାର ପାଖା ପାଖି ପଚାଶ ଟି ବିଦ୍ୟାଳୟ ର ଶିକ୍ଷକ / ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ସହଯୋଗ କରିଥିଲେ l ଜବାହାର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ପୁଷ୍ପ ଗୁଚ୍ଛ ଦେଇ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହ ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ବୌଦ୍ଧ ଜିଲ୍ଲାର ଟେକ ରଖିବା ନିମନ୍ତେ ସେମାନଙ୍କ ଓଜସ୍ୱିନୀ ଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ l ଜବାହାର ନବୋଦୟ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବଡ଼ତ୍ୟା ଙ୍କ ଦ୍ୱାରା ମଞ୍ଚ ପରିଚାଳନା ତଥା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ପ୍ରବନ୍ଧ ଲେଖନ, କବିତା ଲେଖନ, ଗଳ୍ପ ଲେଖନ, ଚିତ୍ର କଳା, ସଂଗୀତ ଗାୟନ ଏବଂ ସାକ୍ଷାତକାର କାର୍ଯ୍ୟକ୍ରମ ଗୁଡିକ ପ୍ରେରଣାରେ ସାମିଲ କରାଯାଇଥିଲା l ବିଦ୍ୟାଳୟ ର ସମସ୍ତ ଅତିଥି ତଥା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଜଳପାନ ଓ ମଧ୍ୟାହ୍ନ ଭୋଜନ ର ଆୟୋଜନ କରାଯାଇଥିଲା l ଚୟନିତ ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ରେ “ପ୍ରେରଣା ” ମାଧ୍ୟମରେ ବୌଦ୍ଧ ଜିଲ୍ଲା ତରଫରୁ ପ୍ରତିନିଧିତ୍ବ କରି ଜିଲ୍ଲା ପାଇଁ ଗୌରବ ଆଣିବାରେ ସଫଳତା ହାସଲ କରିବେ ବୋଲି ଅତିଥି ଗଣ ପ୍ରକାଶ କରିଥିଲେ l ପ୍ରେରଣା କାର୍ଯ୍ୟକ୍ରମ ରେ ସାମିଲ କରାଯାଇଥିବା “ଟେରାକୋଟା ” ଓ ବାଉଁଶ ରେ ନିର୍ମିତ ବିଭିନ୍ନ ହାତ ଦ୍ୱାରା ନିର୍ମିତ ଜିନିଷ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା l କାର୍ଯ୍ୟକ୍ରମ ର ଶେଷ ରେ ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା l “ପ୍ରେରଣା ” ର ସଫଳତା ନିମନ୍ତେ ସମସ୍ତ ନିମନ୍ତ୍ରିତ ଅତିଥିମାନେ ଜବାହାର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ / ଶିକ୍ଷୟିତ୍ରୀ ଙ୍କର ପ୍ରଶଂସା କରିଥିଲେ l

 

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

 

Leave a Reply

Your email address will not be published. Required fields are marked *