ଜିଲ୍ଲାରେ ବୁଲିବ କୌଶଳ ରଥ : ଦକ୍ଷତା ବୃଦ୍ଧି ଓ ନିଯୁକ୍ତି,ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଉପରେ କରିବ ସଚେତନ l
ସୁବର୍ଣ୍ଣପୁର: ଦକ୍ଷତା ବୃଦ୍ଧି ଓ ନିଯୁକ୍ତି, ଦୀର୍ଘକାଳୀନ ଓ ସ୍ବଳ୍ପକାଳୀନ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜିଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଅନୁଷ୍ଠାନକୁ ଗଡ଼ିବ କୌଶଳ ରଥ । ଏହି କୌଶଳ ରଥର ସୁ ବ୍ୟବସ୍ଥିତ ଜିଲ୍ଲା ପରିକ୍ରମା ନିମନ୍ତେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ତରଫରୁ ଆବଶ୍ୟକ ପରିକ୍ରମା ମାର୍ଗର ସୁ ନିଶ୍ଚିତ କରାଯାଇଛି । ଆସନ୍ତା 24 ରୁ 27 ତାରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଏହି କୌଶଳ ରଥ ର ଜିଲ୍ଲା ପରିକ୍ରମା ସରକାରୀ ପୋଲିଟେକନିକ ପରିସରରୁ ତା.24/8/24 ସକାଳ 9 ଘଂଟାରେ ଶୁଭାରମ୍ଭ କରାଯିବ । ଏହି ରଥ ସମସ୍ତ 6 ଟି ବ୍ଲକର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଅନୁଷ୍ଠାନ ପରିକ୍ରମା କରି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ପରିଦର୍ଶକଙ୍କ ମଧ୍ୟରେ ବକ୍ଷତା ବୃଦ୍ଧି ସହ ନିଯୁକ୍ତି, ଦୀର୍ଘକାଳୀନ ଓ ସ୍ବଳ୍ପକାଳୀନ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଉପରେ ସଚେତନତାର ବାର୍ତ୍ତା ବାଣ୍ଟିବାର ଲକ୍ଷ୍ୟ ଓ ଉଦେଶ୍ୟ ରହିଥିବା ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୁବର୍ଣ୍ଣପୁର ସୂଚନା ପ୍ରଦାନ କରିଛନ୍ତି । ଆଜି ସନ୍ଧ୍ୟା ରେ କୌଶଳ ରଥ କୁ ବଇଁରାସର ଠାରେ ସ୍ୱାଗତ କରାଯିବାକୁ ଥିବାବେଳେ ଆଜି ଏହି ରଥ ସରକାରୀ ପୋଲିଟେକନିକ ପରିସରରେ ରାତ୍ରୀ ରହଣି କରିବ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର