December 10, 2024
Home » ଜିଲ୍ଲାସ୍ତରୀୟ ପରବ କ୍ରୀଡା ୨୦୨୪ ପ୍ରତିଯୋଗିତା ଉଦ୍‌ଘାଟିତ

ଜିଲ୍ଲାସ୍ତରୀୟ ପରବ କ୍ରୀଡା ୨୦୨୪ ପ୍ରତିଯୋଗିତା ଉଦ୍‌ଘାଟିତ

0

କୋରାପୁଟ ଜିଲ୍ଲାସ୍ତରୀୟ ପରବ କ୍ରୀଡା ୨୦୨୪ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ପ୍ରତିଯୋଗିତା ଉଦ୍ଘାଟନୀ କାର୍ଯ୍ୟକ୍ରମରେ
ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତ ମେଲେକା ଯୋଗ ଦେଇଥିଲେ । ଏଥିରେ ମୁଖ୍ୟତଃ ବ୍ୟାଡମିଣ୍ଟନ୍ (ପୁରୁଷ ଏବଂ ମହିଳା ବର୍ଗର ସିଂଲେସ ଓ ଡବଲସ) , ଭଲିବଲ୍ (ପୁରୁଷ ଏବଂ ମହିଳା), ସ୍କେଟିଂ, ଚେସ୍ (ପୁରୁଷ ଏବଂ ମହିଳା), ଆଥଲେଟିକ୍ସ (ପୁରୁଷ ଏବଂ ମହିଳା), ୧୦୦ମି, ୨୦୦ମି, ୪୦୦ମି,୮୦୦ମି ଦୌଡ଼ ପ୍ରଯୋଗିତା,ଲଙ୍ଗ ଜମ୍ପ, ହାଇ ଜମ୍ପ, ସର୍ଟପୁଟ୍, ଡିସ୍କସ୍ ଥ୍ରୋ, ଜାଭେଲିନ୍, ଡିସ୍କସ ଥ୍ରୋ ,ସ୍ୱୀମିଂ (ପୁରୁଷ ଏବଂ ମହିଳା), ଆର୍ଚେରୀ (କେବଳ ପୁରୁଷ), ଫୁଟବଲ୍ (କେବଳ ପୁରୁଷ), ଭେଟେରାନ୍ ଫୁଟବଲ୍ ମ୍ୟାଚ୍, କବାଡି (ପୁରୁଷ ଏବଂ ମହିଳା), ଖୋ-ଖୋ (ପୁରୁଷ ଏବଂ ମହିଳା), ଭାର ଉତ୍ତୋଳନ, ବଡି ବିଲ୍ଡିଁ ,ପର୍ବତ ଟ୍ରେକିଂ, କ୍ରସ୍ ଦେଶ (ପୁରୁଷ ଏବଂ ମହିଳା,ଭେଟେରାନ୍),ଟାଗ ଅଫ ଫାୟାର ଭଳି ପ୍ରତିଯୋଗିତା ରଖାଯାଇଛି । ଉକ୍ତ ସମସ୍ତ କ୍ରୀଡା ପ୍ରତିଯୋଗିତା ସ୍ପୋର୍ଟସ୍ କମ୍ପ୍ଲେକ୍ସ ଇନଡୋର ହଲ୍ କୋରାପୁଟ, ସ୍ପୋର୍ଟସ କମ୍ପ୍ଲେକ୍ସ କୋରାପୁଟ, ସେକ୍ଟର ତିନି ନାଲକୋ ଦାମଞ୍ଜୋଡି, ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ କମ୍ପ୍ଲେକ୍ସ ଜୟପୁର, ଭଇରବ ଗ୍ରାଉଣ୍ଡ କୋଟପାଡ, ପୋଲିସ ପ୍ୟାରେଡ ଗ୍ରାଉଣ୍ଡ କୋରାପୁଟ କିମ୍ବା ଓଏସଏପି ଗ୍ରାଉଣ୍ଡ, ମ୍ୟୁନିସିପାଲିଟି ଜିମ୍ନାଜିୟମ ଠାରେ ଅନୁଷ୍ଠିତ ହେବ । ଜିଲ୍ଲାସ୍ତରୀୟ ପରବ କ୍ରୀଡା ୨୦୨୪ ପ୍ରତିଯୋଗିତା ଏହା ଚଳିତ ବର୍ଷ ୨୦୨୪ , ୨୮/୧୧ ଠାରୁ ଆରମ୍ଭ ହୋଇ ୦୬/୧୨ ରେ ସରିବ।
ବ୍ଳକସ୍ତରରୁ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଜିଲ୍ଲାସ୍ତରରେ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଜିଲ୍ଲାସ୍ତରୀୟ ଉକ୍ତ ପ୍ରଯୋଗିତରେ ପ୍ରଥମ ସ୍ଥାନ ହାସଲକରୀଙ୍କୁ ପରବ ମଞ୍ଚରେ ସମ୍ମାନିତ କରାଯିବ । ପ୍ରଥମ ଦିବସ ୨୭/୧୧/୨୪ ତାରିଖରେ ବ୍ୟାଡମିଣ୍ଟନ୍ (ପୁରୁଷ ଏବଂ ମହିଳା ବର୍ଗର ସିଂଲେସ ଓ ଡବଲସ) , ଭଲିବଲ୍ (ପୁରୁଷ ଏବଂ ମହିଳା), ସ୍କେଟିଂ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଇନଡୋର ହଲ୍ କୋରାପୁଟ, ସ୍ପୋର୍ଟସ କମ୍ପ୍ଲେକ୍ସ କୋରାପୁଟ, ସେକ୍ଟର ତିନି ନାଲକୋ ଦାମଞ୍ଜୋଡି ଠାରେ ହୋଇଥିଲା ।
ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ସହ ମଞ୍ଚାସିନ ଥିବା ଅନ୍ୟାନ୍ୟ ସମ୍ମାନୀତ ଅତିଥିଙ୍କ ମଧ୍ୟରେ ସିଡିଇଓ ଜିଲ୍ଲା ପରିଷଦ ଦେବାଶିଷ ପଟନାୟକ,ଅତିରିକ୍ତ ଜିଲ୍ଲାପାଳ ଲଜିତ ରାଉତ, କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସନ ତପନ କୁମାର ନାୟକ, ବିଡିଓ ଦେବାଶିଷ ଗୌଡ଼, କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ବ୍ଲକ ଅଧ୍ୟକ୍ଷା ନମିତା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ଵରାଜ୍ୟ ସୀସା ସୁରାଜ୍ୟ ଶିଶୁ ସମେତ ମଞ୍ଚାସିନ ଥିଲେ ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *