October 25, 2026
Home » ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍–୨୦୨୭’ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍–୨୦୨୭’ ପାଇଁ ପ୍ରସ୍ତୁତି ବୈଠକ

0
WhatsApp Image 2026-10-25 at 1.13.41 PM (1)

ଛତ୍ରପୁର,:(ରିପୋର୍ଟ – ସୁଜିତ କୁମାର ପଟ୍ଟନାୟକ ) ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍–୨୦୨୭ ଅବସରରେ ଜିଲ୍ଲାସ୍ତରୀୟ ଯୁବ ପ୍ରତିଭା ଚୟନ ଓ ପ୍ରତିଯୋଗିତା ଗୁଡିକୁ ସୁଚାରୁରୂପେ ଆୟୋଜନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆଜି ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟଠାରେ ନଭେମ୍ବର ୬ ତାରିଖରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଏବଂ ନଭେମ୍ବର ୭ ତାରିଖରେ ଶ୍ରେଷ୍ଠ ୫୦ଟି ପ୍ରବନ୍ଧ ପାଇଁ ପିପିଟି ଚାମ୍ପିୟନସିପ୍ ଆୟୋଜନ କରିବାକୁ ସ୍ଥିର ହୋଇଛି।

ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଚିତ୍ରାଙ୍କନ, ଲୋକନୃତ୍ୟ, ଲୋକଗୀତ, ନୁକ୍କଡ଼ ନାଟକ ଓ କବିତା ଲିଖନ ଆଦି ବିଭାଗରେ ପ୍ରତିଯୋଗିତା ହେବ। ଏଥିରେ ୧୫ରୁ ୨୯ ବର୍ଷ ବୟସର ଯୁବକଯୁବତୀ ଭାଗ ନେଇପାରିବେ। ପ୍ରତିଯୋଗୀମାନେ ମାଇଁ ଭାରତ (MY BHARAT) ପୋର୍ଟାଲରେ ପଞ୍ଜୀକରଣ କରି ପରିଚୟପତ୍ର ହାସଲ କରିବା ବାଧ୍ୟତାମୂଳକ। ପ୍ରତ୍ୟେକ ପ୍ରତିଯୋଗୀ କେବଳ ଗୋଟିଏ ବିଭାଗରେ ଅଂଶଗ୍ରହଣ କରିପାରିବେ। ପୂର୍ବବର୍ଷର ସାଂସ୍କୃତିକ ବିଭାଗରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଚଳିତ ବର୍ଷ ସେହି ବିଭାଗରେ ଅଂଶଗ୍ରହଣ କରିପାରିବେ ନାହିଁ। ଆଗ୍ରହୀ ପ୍ରତିଯୋଗୀଙ୍କ ତାଲିକା ନଭେମ୍ବର ୨ ତାରିଖ ସୁଦ୍ଧା ଦାଖଲ କରିବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ଅନୁରୋଧ କରାଯାଇଛି ।

 

ପ୍ରତିଯୋଗିତାର ସୁପରିଚାଳନା ପାଇଁ ବିଚାରକ ଚୟନ, ଆଇନଶୃଙ୍ଖଳା ରକ୍ଷା, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ଚିକିତ୍ସା ସେବା, ଅଗ୍ନିଶମ ବ୍ୟବସ୍ଥା ଏବଂ ଆବଶ୍ୟକ କର୍ମଚାରୀ ନିୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା। ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ଅଧିକ ସଂଖ୍ୟକ ଯୁବପ୍ରତିଭାଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ବ୍ଲକ୍ ମୁଖ୍ୟାଳୟଗୁଡ଼ିକରେ ନିର୍ଦ୍ଧାରିତ ସ୍ଥାନ ଚିହ୍ନଟ କରି ଯାତାୟାତ ବ୍ୟବସ୍ଥା କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେର୍କେଟା, ଆଞ୍ଚଳିକ ନିର୍ଦ୍ଦେଶକ,ଉଚ୍ଚଶିକ୍ଷା, ବ୍ରହ୍ମପୁର ନାରାୟଣ ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଦାମ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶାନମୁ ଧନଞ୍ଜୟଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *