September 17, 2024
Home » ଜେଏସପି ଫାଉଣ୍ଡେସନ ପକ୍ଷରୁ ନିର୍ମିତ ନୂତନ ବିଦ୍ୟାଳୟ ଘର ଲୋକାର୍ପିତ

ଜେଏସପି ଫାଉଣ୍ଡେସନ ପକ୍ଷରୁ ନିର୍ମିତ ନୂତନ ବିଦ୍ୟାଳୟ ଘର ଲୋକାର୍ପିତ

0

>> କାଶିଆ ଅଂଚଳରେ ଗୁଣାତ୍ମକ ଶିକ୍ଷା ଓ ଉନ୍ନତ ଭିତ୍ତିଭୂମି ବିକାଶ ଜେଏସପିର ପ୍ରମୁଖ ଲକ୍ଷ୍ୟ

ଯୋଡ଼ା – ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାର (ଜେଏସପି)ର ସାମାଜିକ ସଂସ୍ଥା, ଜେଏସପି ଫାଉଣ୍ଡେସନ ଦ୍ୱରା ଯୋଡ଼ା ବ୍ଲକ, କାଶିଆ (ଖ) ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଇଁ ଏକ ନବ ନିର୍ମିତ କୋଠା ଘର, ଜେଏସପି କାଶିଆ ମାଇନ୍ସର ୟୁନିଟ ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ରଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଦୁଇ ଗୃହ ବିଶିଷ୍ଟ ଏହି କୋଠା ଘର, ଅଂଚଳର ଗ୍ରାମୀଣ ଆଦିବାସୀ ପିଲାମାନଙ୍କର ପାଠ ପଢ଼ାରେ ଥିବା ଶ୍ରେଣୀଗୃହ ଅଭାବକୁ ପୁରଣ କରିବା ଲକ୍ଷ୍ୟରେ ନିର୍ମାଣ କରାଯାଇଛି ।

 

ଉଦ୍ଘାଟନୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ପIତ୍ର କହିଥିଲେ, “ପାରିପାର୍ଶ୍ୱିକ ଅଞ୍ଚଳର ସାମଗ୍ରିକ ଉନ୍ନତି କ୍ଷେତ୍ରରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ୱାରର ଏଭଳି ଉଦ୍ୟମ ସବୁ ବେଳେ ଜାରି ରହିବ । ଖୁବ ଶୀଘ୍ର କମ୍ପାନୀ ଆହୁରି ୮ଟି ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଓ ନିକଟସ୍ଥ ଗ୍ରାମ ମାନଙ୍କରେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଛି ।“ ଏହା ସହିତ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଉନ୍ନତ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଥିବା ଜେଏସପିର ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ ।

ଯୋଡ଼ା ବ୍ଲକରେ ଶିକ୍ଷାର ଭିତ୍ତିଭୂମି ବିକାଶ ଫାଉଣ୍ଡେସନର ପ୍ରମୁଖ ଲକ୍ଷ୍ୟ । ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଇଁ ଶୈକ୍ଷିକ ପରିବେଶ ସୃଷ୍ଟ ହୋଇପାରିବ ଯାହା ପିଲାମାନଙ୍କୁ ସ୍କୁଲ ପଠେଇବା ପାଇଁ ପିତାମାତାଙ୍କୁ ପ୍ରୋତ୍ସାହିତ କରିବ ବୋଲି ଜେଏସପି ଫାଉଣ୍ଡେସନ ପକ୍ଷରୁ କୁହାଯାଇଥିଲା ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଭଦ୍ରାସାହି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ପ୍ରମିଳା ନାୟକ, ସମିତି ସଭ୍ୟ ଶ୍ରୀ ଯଶବନ୍ତ ପାତ୍ର, ଯୋଡ଼ା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ କ୍ଷେତ୍ରମୋହନ ହାଁସଦା, ପୂର୍ବତନ ସରପଞ୍ଚ ଶ୍ରୀ କୁଞ୍ଜ ବିହାରୀ ପଲେଇ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ମାଙ୍ଗ୍ରା ମୁଣ୍ଡା, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ମିନତୀ ଦାଶ, ଓ୍ୱାର୍ଡ ସଭ୍ୟ ଶ୍ରୀ ଭାଗବତ ପଲେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜେଏସପି ଫାଉଣ୍ଡେସନର ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଆଗକୁ ମଧ୍ୟ ଜେଏସପି ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ କାର୍ଯ୍ୟକରିବ ବୋଲି ଆଶା ପ୍ରକଟ କରିଥିଲେ।
କମ୍ପାନୀ ପକ୍ଷରୁ, ମାନବ ସମ୍ବଳ ବିଭାଗ ମୁଖ୍ୟ ଆଶିଷ ରଞ୍ଜନ ମହାନ୍ତି, ସିଏସଆର ମୁଖ୍ୟ ଭର୍ଜିଲ ଲାକ୍ରା, ମାଇନ୍ସ ଇଞ୍ଜିନିଅର ରଞ୍ଜିତ ଚୌଧୁରୀ ଯୋଗ ଦେଇଥିବାବେଳେ କାଶିଆ ମାଇନ୍ସର ସିଏସଆର ମୁଖ୍ୟ ମନୋଜ ମହନ୍ତ ସଭା ପରିଚାଳନା କରିଥିଲେ ।
ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ପରିସରରେ ବିଭିନ୍ନ ପ୍ରକାରର ଫଳ ଓ ଔଷଧୀୟ ଗଛର ଚାରା ରୋପଣ କରିଥିଲେ ।
ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *