October 12, 2026
Home » ଜୟଦେବ ବାଟିକା ଶ୍ରୀହୀନ, ପର୍ଯ୍ୟଟକ ମୁହଁ ଫେରାଉଛନ୍ତି

ଜୟଦେବ ବାଟିକା ଶ୍ରୀହୀନ, ପର୍ଯ୍ୟଟକ ମୁହଁ ଫେରାଉଛନ୍ତି

0
WhatsApp Image 2026-10-12 at 3.45.02 PM

ଭୁବନେଶ୍ବର, : ଖଣ୍ଡଗିରି ଅଞ୍ଚଳରେ ଥିବା ଜୟଦେବ ବାଟିକା ପ୍ରତି ପର୍ଯ୍ୟଟକମାନଙ୍କର ସ୍ବତନ୍ତ୍ର ଆକର୍ଷଣ ରହିଛି। କିଛିଦିନ ହେଲାଣି ଏହାର ରକ୍ଷଣାବେକ୍ଷଣ, ସୁରକ୍ଷା ଓ ପରିଚାଳନାରେ ବ୍ୟାପକ ତ୍ରୁଟି ଯୋଗୁଁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏପରିକି ସରକାର ଏହି ବାବଦରେ ଆୟ କରୁଥିବା ରାଜସ୍ବ ମଧ୍ୟ ହ୍ରାସ ପାଇଛି।
ସରକାର ପର୍ଯ୍ୟଟନକୁ ଶିଳ୍ପର ମାନ୍ୟତା ଦେବା ସହିତ ଏହାର ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରୁଛନ୍ତି। ଭୁବନେଶ୍ବର ଭଳି ସ୍ମାର୍ଟ ସିଟି ଭିତରେ ଥିବା ସବୁଜ ପରିବେଶକୁ ନେଇ ଗଠିତ ଜୟଦେବ ବାଟିକାରେ ସ୍ଥାନୀୟ ଅଞ୍ଚଳ ସହିତ ଦୂରଦୂରାନ୍ତରୁ ଶହଶହ ପର୍ଯ୍ୟଟକ ଏଠାରେ ଅବସର ସମୟ ଅତିବାହିତ କରିବା ସହିିତ ଭୋଜିଭାତ ଓ ଆମୋଦପ୍ରମୋଦ କରିବାକୁ ଗହଳି ଲଗାଉଥିଲେ। ବିଶେଷ ସୂତ୍ରରୁ ପ୍ରକାଶ ଏହି ବିସ୍ତୀର୍ଣ୍ଣ ସବୁଜ ପରିବେଶକୁ ସମୃଦ୍ଧ କରିବା ରାଜ୍ୟ ବନ ଉନ୍ନୟନ ନିଗମ(ଓଏଫଡିସି)କୁ ଦାୟିତ୍ବ ପ୍ରଦାନ କରାଯାଇଛି।

ଏପରିକି ଜୟଦେବ ବାଟିକାର ସବୁଜିମାକୁ ଅଧିକ ଆକର୍ଷଣ କରିବା ପାଇଁ ଚଳିତ ବର୍ଷ ୨୮,୩୮୪ଗଛ ଲଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ତାହା କାର୍ଯ୍ୟକାରୀ କରାଯାଇନାହିଁ। ସେହିପରି ଏହି ପର୍ଯ୍ୟଟନସ୍ଥଳୀର ବିକାଶ ଓ ସୁପରିଚାଳନା ପାଇଁ ପ୍ରତିମାସରେ ପ୍ରାୟ ୧୦ଲକ୍ଷ ଟଙ୍କା ବ୍ୟୟ କରାଯାଉଥିବାର ଦର୍ଶାଯାଉଛି। ଏହା ସ‌ତ୍ତ୍ବେ ଦିନକୁ ଦିନ ଜୟଦେବ ବାଟିକା ଆକର୍ଷଣ ନଷ୍ଟ ହେବାରେ ଲାଗିଛି। ଏହି ପର୍ଯ୍ୟଟନସ୍ଥଳୀରୁ ରାଜସ୍ବ ବାବଦକୁ ବର୍ଷକୁ ୨କୋଟି ରୁ ଅଧିକ ଟଙ୍କା ସରକାରଙ୍କ ରାଜକୋଷକୁ ଯାଉଥିଲା। ଏବେ ଏହା ହ୍ରାସ ପାଇଁ ୨୫/୩୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏପରିକି ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ନିୟୋଜିତ ଶ୍ରମିକ ଓ ୪ର୍ଥ କର୍ମଚାରୀମାନଙ୍କୁ କେତେକ ଅଧିକାରୀ ନିଜ ଘରେ କାମରେ ଲଗାଉଛନ୍ତି। ଯାହାର ପ୍ରଭାବ ମଧ୍ୟ ଜୟଦେବ ବାଟିକା ସୁପରିଚାଳନାରେ ବ୍ୟାଘାତ ସୃଷ୍ଟି ହୋଇଛି। ସୁନାମ ଅର୍ଜ୍ଜନ କରିଥିବା ଜୟଦେବ ବାଟିକାର ବିକାଶ ପାଇଁ ଉଚ୍ଚ ପଦାଧିକାରୀ ଧ୍ୟାନ ଦେବାକୁ ସାଧାରଣ‌ରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *