July 6, 2025
Home » ଜୟପୁର ଆଇନ ମହାବିଦ୍ୟାଳୟ ରେ ସଚେତନତା ଶିବିର ଅନୁଷ୍ଠିତ

ଜୟପୁର ଆଇନ ମହାବିଦ୍ୟାଳୟ ରେ ସଚେତନତା ଶିବିର ଅନୁଷ୍ଠିତ

0
WhatsApp Image 2024-11-30 at 2.19.40 PM

ଜିଲ୍ଲା ଆଇନସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୂଲ୍ୟରେ, ଆଜି ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥୀ ଭାବରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜୟପୁର ସଚିବ ଶ୍ରୀ ସୁମନ ଜେନା ଯୋଗ ଦେଇଥିଲେ। ଅନ୍ୟ ଅତିଥୀ ଭାବରେ ଜୟପୁର ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚିନ୍ତାମଣି ପଣ୍ଡା, ଏବଂ ଆଇନ ମହା ବିଦ୍ୟାଳୟର ଅଧ୍ୟାପକ ଡଃ. ସୁଜିତ୍ କୁମାର ବିଷୟୀ, ଚକ୍ରଧର ପାଣି ଅନ୍ୟ ଅଧ୍ୟାପକ ବୣନ୍ଦ ଯୋଗଦେଇ ଉପସ୍ଥିତ ଆଇନ ଛାତ୍ରଛାତ୍ରୀ ମାନଙ୍କୁ ଆଇନଗତ ବିଷୟ ସହିତ କର୍ମକ୍ଷେତ୍ରରେ ମହିଳାଙ୍କ ଯୈାନ ନିର୍ଯାତନା ଆଇନ ଉବରେ ଆଲୋକପାତ କରିଥୀଲେ। ଏହି ଆଇନରେ ରହିଥିବା ବିଭିନ୍ନ ଦଣ୍ଡବିଧାନ, ସହିତ କଣ ରହିଛି ଏହି ଆଇନ ରେ। ପୋସ ଆକ୍ଟ ବିଷୟରେ ସରକାରୀ କ୍ଷେତ୍ରରେ ବା ବେ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ସଚେତନତା କରାଯାଇ ବିଭିନ୍ନ କାର୍ଯ୍ୟାଳୟଗୁଡ଼ିକରେ ଲୋକାଲ କମିଟି, ଇଣ୍ଟରନାଲ କମିଟି, ଗଠନ କରାଯାଇ ପୋସ୍ ଆକ୍ଟ ରେ ଛନ୍ଦି ହୋଇଥିବା ପିଡ଼ିତା ମାନଙ୍କୁ ଉଚ଼ିତ ନ୍ୟାୟ ପ୍ରଦାନ କରାଯିବା ଆବଶ୍ୟକତା ରହିଛି ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ଜେନା କହିଥିଲେ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *