ଟାଙ୍ଗିଆ ଚୋଟରେ ଯୁବକ ମୃତ୍ୟୁ ଦୁବୃତ ଧରାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି

ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ମାଳିସାହି ଯୁବକ ଘାଶିରାମ ଜିଲିକାରା ମଙ୍ଗଳବାର ରାତି ଘରେ ଥିବା ସମୟରେ ତାଙ୍କୁ କିଛି ଦୁର୍ବୃତ ଆତର୍କିତ ଭାବେ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିବା ଫଳରେ ଘାଶିରାମ ଜିଲିକାରା ମୃତ୍ୟୁ ଘଟିଛି। ଘଟଣା ପରିବାର ସମ୍ମାନରେ ଘଟିଥିବା ବେଳେ ଘର ଲୋକେ ଏ ନେଇ ଭୟଭୀତ ଅବସ୍ଥାରେ ପରିବାର ସଦସ୍ୟ ନିକଟ ଥାନାରେ ଜଣାଇବା ପରେ ଘଟଣା ସ୍ଥଳରେ ବିଷମକଟକ ପୋଲିସ ପହଞ୍ଚି ଯୁବକଙ୍କ ମର ଶରୀର ଜବତ କରି ପୋଷ୍ଟ ମୋର୍ଟମ୍ ପାଇ ପଠାଇଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଘଟଣା ବିଶରେ ପଚାରି ବୁଝିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ନା ଆଉ କେଉଥି ପାଇ କିଏ ,କାହିଁକି ହତ୍ୟା କରାଗଲା କାରଣ ଖୋଜୁଛି ପୋଲିସ ଓ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।