May 15, 2026
Home » ଡୁଙ୍ଗୁରିପାଲି ଓ ରାମପୁର ଥାନାରେ ଅଙ୍ଗନୱାଡି ଶିଶୁ ମାନଙ୍କ ସଚେତନତା କର୍ମଶାଳା “ଯୁଭେନଟିକା ” ଉଦଘାଟିତ l

ଡୁଙ୍ଗୁରିପାଲି ଓ ରାମପୁର ଥାନାରେ ଅଙ୍ଗନୱାଡି ଶିଶୁ ମାନଙ୍କ ସଚେତନତା କର୍ମଶାଳା “ଯୁଭେନଟିକା ” ଉଦଘାଟିତ l

0
WhatsApp Image 2026-05-09 at 12.57.17 PM

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଓ ରାମପୁର ଥାନାରେ ଓଡିଶା ପୋଲିସ ମହା ନିର୍ଦ୍ଦେଶକ ଆଭାସୀ ମାଧ୍ୟମରେ ଜୁଭେନଟିକା କର୍ମଶାଳାକୁ ଉଦଘାଟନ କରିଥିଲେ |ଡୁଙ୍ଗୁରିପାଲି ଥାନା ଅଭ୍ୟର୍ଥନା କକ୍ଷ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଡୁଙ୍ଗୁରିପାଲି ବ୍ଲକର ଅଙ୍ଗନୱାଡି କର୍ମୀ ଓ ଶିଶୁ ମାନେ ଯୋଗ ଦେଇଥିଲେ l ଏହି ସଚେତନତା ଜୁଭେନଟିକା କର୍ମଶାଳା ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ ପଟେଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ସୁବର୍ଣ୍ଣପୁର ଡିଏସପି ରାଜେଶ୍ୱରୀ ଭୋଇ ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ସଚେତନତା କର୍ମଶାଳା କୁ ଏଏସଆଇ ବିନା ନାଗ ମହିଳା ଓ ଶିଶୁ ବିକାଶ ଅଧିକାରୀ ଭାବେ ଦାୟତ୍ୱ ନେଇ ପରିଚାଳନା କରିଥିଲେ l ପ୍ରଥମେ ଅତିଥି ଶିଶୁ ମାନଙ୍କୁ ଜଳପାନ ଓ ଜୁସ ବଣ୍ଟନ କରାଯାଇଥିଲା l ପରେ ଡୁଙ୍ଗୁରିପାଲି ଥାନା ପରିଭ୍ରମଣ କରି ବିଭିନ୍ନ ବିଭାଗ ଗୁଡିକୁ ପୋଲିସ ଅଧିକାରୀ ମାନେ ପରିଦର୍ଶନ କରାଇ ଶିଶୁ ମାନଙ୍କୁ ଭାରତୀୟ ନ୍ୟାୟ ସଂହିତା ଆଇନଉପରେ ବୁଝାଇ ଥିଲେ | କମ ବୟସ ରେ ଅର୍ଥାତ ନାବାଳିକା ଥିବା ବେଳେ ବାହା ନ ହେଵା, ବଳାତ୍କାର ରୁ ରକ୍ଷା ପାଇବା, ଶିଶୁ ସୁରକ୍ଷା, ପୋଲିସ ଓ ଶିଶୁ ଙ୍କ ମଧ୍ୟରେ ସମ୍ବନୟ ରହିବା, ଶିଶୁ, ବାଳିକା ମାନେ ଯେପରି ନିର୍ଭିକରେ ଥାନାକୁ ଆସି ଅଭିଯୋଗ କରିବେ ତାହା ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା ଜୁଭେନଟିକା କର୍ମଶାଳା ରେ ପୋଲିସ ଅଧିକାରୀ ମାନେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସିଡିପିଓ ମୌସୁମୀ ମାଇଟି, ଏଏସଆଇ ପ୍ରେମାନନ୍ଦ ନାଗ, ଅମିତ କୁମାର ଧଳ, ଏକାଦସିଆ ପଧାନ, ଥାନାର ସମସ୍ତ କର୍ମଚାରୀ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l ସେହିପରି ରାମପୁର ଥାନା ଅଭ୍ୟର୍ଥନା କକ୍ଷ ରେ ମଧ୍ୟ ଜୁଭେନଟିକା କର୍ମଶାଳା ଶିଶୁଙ୍କ ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି |ରାମପୁର ଥାନା ଥାନା ଅଧିକାରୀ ବିନୋଦିନୀ ବରିହା ଙ୍କ ଅଧ୍ୟକ୍ଷତା ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୁବର୍ଣ୍ଣପୁର ଏସଡିପିଓ ଚନ୍ଦ୍ରଶେଖର ଶବର ଯୋଗଦେଇ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ l କାର୍ଯ୍ୟକ୍ରମ କୁ ବହୁ ସଂଖ୍ୟାରେ ଶିଶୁ ମାନେ ଅତିଥି ଭାବେ ଯୋଗଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଏଏସଆଇ ଏନ.ଚନ୍ଦ୍ର ବାରିକ, ଅଙ୍ଗନୱାଡି କସ୍ତୁରୀ ବେହେରା, ଯାଜ୍ଞସିନି ସାହୁ, ସୁଲତା ମେହେର, ଭାଗ୍ୟଲଷ୍ମୀ ସ୍ୱାଇଁ,ସୁଦେବୀ ପଧାନ,ସମସ୍ତ ପୋଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *