May 12, 2025
Home » ଡେଙ୍ଗ ବିଦ୍ୟାଳୟରେ ବିଶ୍ବ ସଂସ୍କୃତ ଦିବସ ପାଳିତ

ଡେଙ୍ଗ ବିଦ୍ୟାଳୟରେ ବିଶ୍ବ ସଂସ୍କୃତ ଦିବସ ପାଳିତ

0
WhatsApp Image 2024-08-30 at 12.18.55 PM

 

ସୁବର୍ଣ୍ଣପୁର –ବଲାଙ୍ଗୀର ଜିଲ୍ଲା,ସଇଁତଳା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡେଙ୍ଗଠାରେ ବିଶ୍ବ ସଂସ୍କୃତ ଦିବସ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମରେ ବିଘ୍ନରାଜଙ୍କୁ ନମୋବାକ୍ ପୁରସ୍ସର ଋଷିମୁନିଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସଂସ୍କୃତ ସାହିତ୍ୟର ମୂଳ ଉତ୍ସ ଭାବରେ ବିବେଚନା କରାଯାଏ, ତେଣୁ ଶ୍ରାବଣ ପୂର୍ଣ୍ଣିମା ଋଷି ପର୍ବ ଏବଂ ବିଶ୍ୱ ସଂସ୍କୃତ ଦିବସ ଭାବରେ ପାଳନ କରାଯାଏ | ଏହି ଦିନଟି ମନୋନୀତ ହୋଇଥିଲା କାରଣ ପ୍ରାଚୀନ ଭାରତରେ ଶିକ୍ଷାବର୍ଷ ଏହି ଦିନ ଆରମ୍ଭ ହୋଇଥିଲା | ଏହି ଦିନ ଛାତ୍ରମାନେ ଗୁରୁକୁଲରେ ବେଦ ଅଧ୍ୟୟନ ଆରମ୍ଭ କରିଥିଲେ । ପୌଷ ମାସର ପୂର୍ଣ୍ଣିମାଠାରୁ ଶ୍ରାବଣ ମାସର ପୂର୍ଣ୍ଣିମା ପର୍ଯ୍ୟନ୍ତ, ଅନ୍ୟ ବୈଦିକ ଶାସ୍ତ୍ର ଶିଖିବା ପାଇଁ ଅଧ୍ୟୟନ ବନ୍ଦ ହୋଇଯାଏ | ଆଧୁନିକ ବୈଦିକ ବିଦ୍ୟାଳୟରେ ଏହି ପରମ୍ପରା ଏପର୍ଯ୍ୟନ୍ତ ଭାଙ୍ଗି ନାହିଁ। ସଂସ୍କୃତର ଉପାଦେୟତା ଓ ଗୁରୁତ୍ୱ ବିଷୟରେ ଶିକ୍ଷକଶିକ୍ଷୟିତ୍ରୀଗଣ ଆଲୋକପାତ କରିଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁଦର୍ଶନ ଦାଶ ” ସମସ୍ତ ଜ୍ଞାନର ମୂଳ ସଂସ୍କୃତ ” ବିଷୟରେ ଅବଗତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଦୀପକ ସେନ ଧରୁଆ, ସମୀର ସେଠି ,ଲିଙ୍ଗରାଜ ନନ୍ଦ, ହିମାଂଶୁ ଶେଖର ବିଶ୍ୱାଳ, ଶିକ୍ଷୟିତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, ଦ୍ରୌପଦୀ ଭୋଇ, ତପସ୍ୱିନୀ ପଟେଲ, କାନ୍ତି ଭୋଇ, ଶିବାନୀ ମଲ୍ଲିକ, ଜୁନିୟର ଆସିଷ୍ଟେନ ଅବିନାଶ ଭୋଇ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ପରୀପ୍ରେକ୍ଷୀରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସଂସ୍କୃତ ଶିକ୍ଷକ ସୁଦର୍ଶନ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଶିକ୍ଷକ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *