May 27, 2026
Home » ଡୋକରୀ ଚଞ୍ଚରା ଜଳପ୍ରପାତ ରେ ନିଖୋଜ ଯୁବକ ୪୮ ଘଣ୍ଟା ପରେ ଦମକଲ କର୍ମଚାରୀ ଙ୍କ ଉଦ୍ଧାର କାର୍ଯ୍ୟ ପରେ ଶବ ଠାବ

ଡୋକରୀ ଚଞ୍ଚରା ଜଳପ୍ରପାତ ରେ ନିଖୋଜ ଯୁବକ ୪୮ ଘଣ୍ଟା ପରେ ଦମକଲ କର୍ମଚାରୀ ଙ୍କ ଉଦ୍ଧାର କାର୍ଯ୍ୟ ପରେ ଶବ ଠାବ

0
WhatsApp Image 2025-02-12 at 12.42.21 PM

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା ରେ ଗତ ରବିବାର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡୁମେରମୁଣ୍ଡା ଗ୍ରାମ ର ୨ ଜଣ ଯୁବକ ବୁଲିବାକୁ ଆସି ଡୋକାରୀ ଦର ଜଳପ୍ରପାତ ଉପରୁ ସେଲଫି ନେଉଥିବା ବେଳେ ଅସାବଧାନତା କାରଣ ଦୁଇ ଯୁବକ ଙ୍କ ମଧ୍ୟରୁ ଅଭିନାଶ ପରଜା (୨୧) ର ଗୋଡ଼ ଖସି ଜଳପ୍ରପାତ ର ଗଭୀର ଜଳ ରେ ବୁଡି ନିଖୋଜ ହୋଇଥିଲା। ସାଥିରେ ଥିବା ସାଙ୍ଗ ଦିଲେଶ୍ୱର ଭତରା ଓ ଅନ୍ୟମାନେ ପାଣି ରେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ନ ମିଳିନଥିଲା। ପରେ ରବିବାର ସନ୍ଧ୍ୟାରେ ଘଟଣାସ୍ଥଳରେ କୋକସରା ଦମକଳ ବିଭାଗ ଓଆସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି ଜଳପ୍ରପାତ ର ଗଭୀର ଜଳ ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ତେବେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ କୁ ସ୍ଥଗିତ କରି ସୋମବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଦିନ ସାରା ଜାରି ରଖିଥିଲେ ମଧ୍ୟ ନିଖୋଜ ଯୁବକ ର କୌଣସି ପତ୍ତା ମିଳିନାହିଁ। ମଙ୍ଗଳବାର ସକାଳୁ ଉଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ କରିଥିବା ବେଳେ ଦମକଳ କର୍ମଚାରୀ ଙ୍କ ଅବିଶ୍ରାନ୍ତ ସନ୍ଧାନ ପରେ ଜଳପ୍ରପାତ ର ଗଭୀର ପାଣି ରୁ ନିଖୋଜ ଯୁବକ ର ମୃତଦେହ ଠାବ କରିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରେ ରବିବାର ଠାରୁ ନିଖୋଜ ଯୁବକ ଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ। ମୃତ ଯୁବକ ଙ୍କ ଶବ କୁ ବ୍ୟବଚ୍ଛେଦ ପାଇଁ ଆମପାଣି ପୋଲିସ କୋକସରା ହସ୍ପିଟାଲ କୁ ପଠାଇଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରିଥିଲେ । ଏ ସଂକ୍ରାନ୍ତରେ ଆମପାଣି ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ୧/୨୫ ରୁଜୁ କରାଯାଇଛି। ସୂଚନାଯୋଗ୍ୟ ଯେ ବିଗତ ବର୍ଷ ରେ ମଧ୍ୟ ଏହି ଜଳପ୍ରପାତ ରେ ୨ ଜଣ ଯୁବକ ସେଲଫି ନେବା ସମୟରେ ପଡି ମୃତ୍ୟୁ ହୋଇଥିବା ବେଳେ ଯୁବପିଢି ଏବେ ସୋସିଆଲ ମିଡିଆ କିମିଆ ରେ ଏମିତି ବିପଦପୂର୍ଣ୍ଣ ସ୍ଥାନରେ ଦୁଃଶାହାସିକ ସେଲଫି ନେଇ ମୃତ୍ୟୁ ମୁଖରେ ପଡୁଛନ୍ତି। ସ୍ଥାନୀୟ ଉନ୍ନୟନ କମିଟି ଓ ଜଙ୍ଗଲ ବିଭାଗ ପକ୍ଷରୁ ଏହି ପର୍ଯ୍ୟଟନ ସ୍ଥଳୀ ର ଡୋକାରୀ ଜଳପ୍ରପାତ କୁ ବିପଦପୂର୍ଣ୍ଣ ଘୋଷଣା କରିବା ସହ ପର୍ଯ୍ୟଟନ ଙ୍କ ପାଇଁ ନିଷେଧାଞ୍ଚଲ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

ଆଗାମୀ ରଥଯାତ୍ରା ରେ ଶ୍ରଦ୍ଧାଳୁ ଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏ ନେଇ ଏକ ସମୀକ୍ଷା ବୈଠକ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୩୦ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ୮ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତିରିକ୍ତ ବ୍ୟବସ୍ଥା କରାଯାଉଛି। ଏଥି ସହିତ ୧୦ ଶଯ୍ୟା ବିଶିଷ୍ଟ ୮ ଟି ଅତିରିକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ। ଏଥିରେ ଅତିରିକ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ନିୟୋଜିତ ରହିବେ। ବଡଦାଣ୍ଡ ସମେତ ପୁରୀ ସହର ର ପ୍ରମୁଖ ସ୍ଥାନ ଗୁଡିକରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ।୫୦ ରୁ ଅଧିକ ଆମ୍ବୁଲାନ୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ। ବିଭିନ୍ନ ସ୍ୱେଚ୍ଛାସେବି ସଂଗଠନ ଙ୍କ ସହାୟତା ନିଆଯିବ। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାର ତଦାରଖ କରିବେ। ଆଇ ସି ୟୁ, ଟ୍ରମା କେୟାର କେନ୍ଦ୍ର ପ୍ରସ୍ତୁତ କରି ରଖାଯିବ। ପୁରୀ ରେ ଥିବା ସବୁ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରସ୍ତୁତ ରଖାଯିବ। ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ। ଗୁରୁତର ରୋଗୀ ଙ୍କୁ କଟକ, ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଆମ୍ବୁଲାନ୍ସ ଗୁଡ଼ିକ ଯେଭଳି ସୁରୁଖୁରୁରେ ଯାତାୟାତ କରିପାରିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ରଥଯାତ୍ରା ସମୟରେ ଲୋକ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୨ ଶହ ଡାକ୍ତର ଙ୍କୁ ନିୟୋଜିତ କରାଯିବ। ଅପମିଶ୍ରିତ ଓ ବାସୀ ଖାଦ୍ୟ ବିକ୍ରି ବନ୍ଦ ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ମାନେ ଯାଞ୍ଜ କରିବେ। ରଥଯାତ୍ରା ସ୍ୱାସ୍ଥ୍ୟ ସେବାକୁ ଶୃଙ୍ଖଳିତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ବୈଠକ ରେ ପୁରୀ ମହାନଗର ନିଗମ ର କମିଶନର, ଅତିରିକ୍ତ ଜିଲ୍ଲାପାଳ, ଏସପି, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ। ରଥଯାତ୍ରା ର ଭକ୍ତ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସ୍ୱେଚ୍ଛାସେବୀ ଦେବାଶିଶ ମିଶ୍ର କୁହନ୍ତି, ରଥଯାତ୍ରା ଭିଡ଼ରେ ବଡ ଆମ୍ବୁଲାନ୍ସ ଯାତାୟାତ ରେ ବହୁତ୍ ସମସ୍ୟା ସୃଷ୍ଟି କରୁଛି। ଏଣୁ ଆମେ ଜିଲାପାଳ ଙ୍କୁ ପ୍ରସ୍ତାବ ଦେଲୁ କିଛି ଛୋଟ ଆମ୍ବୁଲାନ୍ସ ନିୟୋଜିତ କରାଯାଉ। ଏହା ଦ୍ଵାରା ଆମ୍ବୁଲାନ୍ସ ଯାତାୟାତ ରେ ସୁବିଧା ହେବା ସହ ଲୋକ ମାନେ ତ୍ୱରିତ ଚିକିତ୍ସା ସେବା ପାଇପାରିବେ। ଆଉ ଏକ ପ୍ରସ୍ତାବ ରହିଚି ବଡ ଦାଣ୍ଡ ରେ ଅଧିକ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଉ। ଏହା ଦ୍ଵାରା ଅଯଥା ରେ ଲୋକ ଙ୍କୁ ମୁଖ୍ୟ ଚିକିତ୍ସାଳୟ କୁ ନିଆନଯାଇ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ । ଆମେ ଜିଲାପାଳ ଙ୍କୁ ଅନୁରୋଧ କରିଛୁ ଗୁଣ୍ଡିଚା ମନ୍ଦିର ନିକଟ ରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବା ନେଇ ଅନୁମତି ଦିଆଯାଉ। ଏହା ହେଲେ ମନ୍ଦିର ଭିତରେ ଅବା ବାହାରେ କିଛି ଅଘଟଣ ଘଟିଲେ ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଲୋକ ଙ୍କୁ ଓ ସେବାୟତ ଙ୍କୁ ଚିକିତ୍ସା ସେବା ଦେଇହେବ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ରଥଯାତ୍ରା ରେ ଲୋକ ଙ୍କୁ କିଭଳି ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ ସେ ନେଇ ଏକ ମାର୍ଗଦର୍ଶିକା କରାଯାଇଛି। ବଡଦାଣ୍ଡ ସମେତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ୮ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ । ମୋଟ ୮୦ ବେଡ ବିଶିଷ୍ଟ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସବୁ ପ୍ରକାର ଚିକିତ୍ସା ସେବା ବ୍ୟବସ୍ଥା ରହିବ। ସବୁ ପ୍ରକାର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଉପକରଣ ଓ ସ୍ପେଶଲିଷ୍ଟ ଡାକ୍ତର ରହିବେ। ଏ ନେଇ ଆଜିର ବୈଠକ ରେ ଆଲୋଚୋନା ହେଲା। ଆମ୍ବୁଲାନ୍ସ କିଭଳି ଯାତାୟାତ କରିବ, ସ୍ୱେଚ୍ଛାସେବୀ ଙ୍କୁ ତାଲିମ ପ୍ରଦାନ ସେ ନେଇ ସବିଶେଷ ଆଲୋଚନା ହୋଇଛି। ମାର୍ଗଦର୍ଶିକା ଅନୁଯାୟୀ ରଥଯାତ୍ରା, ସୁନାବେଶ, ବାହୁଡ଼ା ରେ ସ୍ୱାସ୍ଥ୍ୟ ସେବା ଲୋକ ଙ୍କୁ ଯୋଗାଇ ଦିଆଯିବ। ଆଗାମୀ ଜୁନ ୨୯ ରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ଓ ଜୁଲାଇ ୧୬ ରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଦୁଇ ଯାତ୍ରାରେ ଦଇତାପତି ସେବକ ଙ୍କ ଗୁରୁ ଦାୟିତ୍ୱ ରହିଛି । ଦଇତାପତି ସେବକମାନେ ମହାପ୍ରଭୁ ଙ୍କୁ ସ୍ନାନଯାତ୍ରାରେ ରତ୍ନସିଂହାସନ ରୁ ପହଣ୍ଡି ରେ ଆଣି ସ୍ନାନ ବେଦୀ କୁ ଆଣିବେ। ସେହିପରି ଆଗାମୀ ରଥଯାତ୍ରାରେ ମଧ୍ୟ ଦଇତାପତି ସେବକ ମାନେ ମହାପ୍ରଭୁ ଙ୍କୁ ପହଣ୍ଡି ଆଣି ରଥ ଉପରେ ଠାକୁର ଙ୍କୁ ବିରାଜମାନ କରାଇବେ। ତେବେ ଠାକୁର ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଢଙ୍ଗରେ ହୋଇ ପାରିବ ସେ ନେଇ ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ଦିବ୍ୟଜ୍ୟୋତି ପରିଡା। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ଶ୍ରୀମନ୍ଦିର ଦଇତାପତି ନିଯୋଗ ର କର୍ମକର୍ତ୍ତା ଯୋଗ ଦେଇଥିଲେ।୨୦୨୪ ରଥଯାତ୍ରା ରେ ଆଡ଼ପ ମଣ୍ଡପ ବିଜେ ବେଳେ ବଡ ଠାକୁର ଶ୍ରୀବଳଭଦ୍ର ରଥ ରୁ ଚାରମାଳ କୁ ଖସି ପଡ଼ିଥିଲେ। ଏଣୁ ଏଭଳି ଅଘଟଣ କିଭଳି ଆଗାମୀ ଦିନରେ ହେବ ନାହିଁ ଏବଂ ଶୃଙ୍ଖଳିତ ଢଙ୍ଗରେ ପହଣ୍ଡି କାର୍ଯ୍ୟ ସମାପନ ହେବ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ। ପହଣ୍ଡି ପାଇଁ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସଂଖ୍ୟାରୁ ଯେଭଳି ଅଧିକ ସେବକ ନ ରହିବେ ସେ ନେଇ ଆଲୋଚନା ହୋଇଥିଲା। ସେହିପରି ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ନୀତି ଯେଭଳି ପାଳନ ହେବ ସେ ନେଇ ମଧ୍ୟ ଆଲୋଚାନା ହୋଇଛି। ତେବେ ମହାପ୍ରଭୁ ସ୍ନାନଯାତ୍ରା, ଅଣସର, ନବଯୌବନ, ନେତ୍ରୋତ୍ସବ ସମସ୍ତ ନୀତି ଶୃଙ୍ଖଳିତ କରିବାକୁ ବାଡଗ୍ରାହୀ ସେବକ ମତ ରଖିଛନ୍ତି। ଦଇତାପତି ସେବକ ଭବାନୀ ଦାସ ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ଆଗାମୀ ରଥଯାତ୍ରା ରେ କିଭଳି ମହାପ୍ରଭୁ ଙ୍କ ସମସ୍ତ ନିତିକାନ୍ତି, ଭକ୍ତ ଙ୍କ ଦର୍ଶନ ସୁରୁଖୁରୁରେ ଶୃଙ୍ଖଳିତ ଭାବରେ ହୋଇପାରିବ ସେ ନେଇ ଜିଲ୍ଲାପାଳ ଙ୍କ ସହ ଆଲୋଚନା ହୋଇଛି। ସେବାୟତ ଙ୍କ ମଧ୍ୟରେ ଯେଭଳି ଏକ ସମନ୍ଵୟ ରହିବ ସେ ନେଇ ଆଲୋଚନା ହୋଇଥିଲା। ମହାପ୍ରଭୂ ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ତେବେ ମହାପ୍ରଭୁ ଙ୍କ କାର୍ଯ୍ଯ କୁ ଶୃଙ୍ଖଳିତ ଭାବରେ କରିବା ପାଇଁ ଦଇତାପତି ସେବକ ସମ୍ପୂର୍ଣ ପ୍ରସ୍ତୁତ ରହିଚନ୍ତି। ଏହି ଭରସା ଆମେ ପ୍ରଶାସନ କୁ ଦେଇଛୁ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ଭାବେ ଆୟୋଜନ ନେଇ ସବୁ ସେବାୟତ ବିଯୋଗ ସହ ଆଲୋଚନା କରାଯାଉଛି। ମହାପ୍ରଭୁ ଙ୍କ ଶୃଙ୍ଖଳିତ ନୀତି କାନ୍ତି ଓ ପହଣ୍ଡି ପ୍ରସଙ୍ଗ ରେ ମଧ୍ୟ ଦଇତାପତି ସେବକ ଙ୍କ ସହ ଆଲୋଚନା ହୋଇଛି। ଆମର ଆଶା ରହିଛି ମହାପ୍ରଭୁ ଙ୍କ କୃପାରୁ ରଥଯାତ୍ରା ସୁରୁଖୁରୁରେ ସମାପନ ହେବ।

Leave a Reply

Your email address will not be published. Required fields are marked *

You may have missed