May 15, 2025
Home » ଢେଙ୍କାନାଳ ମେଡିକାଲ୍ ରୁ ନିରାଶ ହୋଇ ଫେରିଲେ ସୁବାସ ଗାୟନ

ଢେଙ୍କାନାଳ ମେଡିକାଲ୍ ରୁ ନିରାଶ ହୋଇ ଫେରିଲେ ସୁବାସ ଗାୟନ

0
WhatsApp Image 2024-08-13 at 12.25.03 PM

 

-ଢେ଼ଙ୍କାନାଳ ମେଡିକାଲରୁ ନିରାଶ ହୋଇ ଫେରିଲେ ସୁବାସ ଗାୟନ ।ଏଭଳି ଏକ ଘଟଣା ଘଟିଛି ପର୍ଜଙ୍କ ବ୍ଲକ୍ ଅନ୍ତର୍ଗତ ପାଟରପଦା ଗ୍ରାମ ରେ। ଗତ ସପ୍ତାହ ରେ ସେ ଢେଙ୍କାନାଳ ମେଡ଼ିକାଲ ଯାଇଥିଲେ ନିଜର ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଏହି କି ଯେ ତାଙ୍କୁ ବିଭିନ୍ନ ପ୍ରକାର ର ଅପମାନ ଦେଇ ବିଦା କରିଦେଲେ। ଧକା ଦେଇ ବାହାର କରିଦେବି ବୋଲି ଧମକ ମଧ୍ୟ ଦିଆଗଲା। ସୂଚନା ମୁତାବକ ସେ ଆଜିକୁ ପ୍ରାୟ 16 ବର୍ଷ ହେଲେ ଶଯ୍ୟାଶାୟୀ ହୋଇ ରହିଛନ୍ତି। ତାଙ୍କର ପରିସ୍ରା ପାଇପ ମଧ୍ୟ ଲାଗିଛି। ସେ ତାଙ୍କ ପରିବାର ଉପରେ ନିର୍ଭର ଶିଳ। ବୟସ ତାଙ୍କର 35 ହେବ। ଆଜି ବି ସେ ଅବହେଳିତ ଅବସ୍ଥା ରେ ଅଛନ୍ତି। ସେ ବାରମ୍ବାର ମେଡ଼ିକାଲ ର ଅଧିକାରୀ ଙ୍କୁ ନିଜର ଗୁହାରି କରିବାକୁ ଆସୁଛନ୍ତି କିନ୍ତୁ ସରକାରୀ ବାବୁ ମାନେ ନାଲି ଆଖି ଦେଖାଉ ଛନ୍ତି। ଘରେ ତାଙ୍କର ବୁଢ଼ା ବାପ ମା ଅଛନ୍ତି। ବର୍ତମାନ ରେ ସେ ସରକାର ଙ୍କ ମୌଳିକ ଅଧିକାର ରୁ ବଞ୍ଚିତ ଅଛନ୍ତି। ସେ ନିଜର ଅଧିକାର ପାଇଁ ଲଢେଇ କରି ନରସ ଅଛନ୍ତି।

Leave a Reply

Your email address will not be published. Required fields are marked *

You may have missed