ଧର୍ମଗଡ:ଭିଜିଲାନ୍ସ ଜାଲରେ ବୃନ୍ଦାବାହାଲ ସରପଞ୍ଚ। ୫.୪ ଲକ୍ଷ୍ୟ ଟଙ୍କା ଜବତ କଲା ଭିଜିଲାନ୍ସ ବିଭାଗ।
![](https://epaodisha.com/wp-content/uploads/2024/07/WhatsApp-Image-2024-07-20-at-1.47.04-PM-1.jpeg)
କଳାହାଣ୍ଡି ଜିଲ୍ଲା ବୃନ୍ଦାବାହାଲ ପଞ୍ଚାୟତ ସରପଞ୍ଚ ଦିନେଶ ରାଉତ ଙ୍କ ଘରେ ଭିଜିଲାନ୍ସ ଚଢାଉ। ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦା ବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ ଦୀନେଶ କୁମାର ରାଉତ ଗୋଲାମୁଣ୍ଡା ରୁ ବୃନ୍ଦାବାହାଲକୁ ଯାଉଥିବାବେଳେ ଖାଲିଆକାନି ନିକଟରେ ଓଡିଶା ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଅଟକାଇଥିଲା। ବୋଲେରୋ ଗାଡି ନମ୍ବର OD-08-C-5335 ଏବଂ ନଗଦ ୫.୪ ଲକ୍ଷ୍ୟ (ସନ୍ଦେହଜନକ ଭାବେ ଅର୍ଜିତ ନଗଦ ଟଙ୍କା) ତାଙ୍କ ନିକଟରୁ ମିଳିଥିଲା |
ଯେହେତୁ ଶ୍ରୀ ରାଉତ ସନ୍ତୋଷଜନକ ହିସାବ ଦେଇପାରିନଥିଲେ, ତାଙ୍କଠାରୁ ଏହି ରାଶି ଉଦ୍ଧାର କରାଯାଇ ଜବତ କରାଯାଇଥିଲା। ଜବତ ହୋଇଥିବା ନଗଦ ବ୍ୟତୀତ ବ୍ୟବହୃତ ବୋଲେରୋ ଗାଡି ମଧ୍ୟ ଜବତ କରିଛି ଭିଜଲାନ୍ସ ବିଭାଗ।
ସୂଚନାଯୋଗ୍ୟ ଯେ,ଗୋଲାମୁଣ୍ଡା ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ଶ୍ରୀରାଉତ ଯୋଗଦେଇଥିଲେ। ସେ ପିସି କାରବାରରେ ଲିପ୍ତଥିବା ସୂଚନା ମିଳିବା ପରେ ଭିଜିଲାନ୍ସର ଏକ ଟିମ୍ ତାଙ୍କ ଉପରେ ନଜର ରଖିଥିଲା। ବୈଠକ ସାରି ଅପରାହ୍ନ ପ୍ରାୟ ୫ଟାରେ ସେ ଫେରିବା ବେଳକୁ ସରପଞ୍ଚ ଶ୍ରୀ ରାଉତଙ୍କୁ ଭିଜିଲାନ୍ସ ହେପାଜତକୁ ନେଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରପଞ୍ଚଙ୍କ ପୈତୃକ ଘର, ବୃନ୍ଦାବାହାଲ ଛକସ୍ଥିତ ନୂଆ ଘର ଓ ତାଙ୍କ ହାର୍ଡୱେର ଦୋକାନରେ ଚଢ଼ଉ କରାଯାଇଛି। ବିଭିନ୍ନ ଉନ୍ନୟନମୂଳକ କାମର ପିସି ଟଙ୍କା ସଂଗ୍ରହ କରି ସରପଞ୍ଚ ନେଉଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଗୋଲାମୁଣ୍ଡା ରୁ ବାଜି ପ୍ରଧାନ ଙ୍କ ରିପୋର୍ଟ….