June 20, 2026
Home » ଧର୍ମଗଡ଼ ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ।

ଧର୍ମଗଡ଼ ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ।

0
WhatsApp Image 2026-06-20 at 1.13.18 PM

 

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଧର୍ମଗଡ଼ ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେପି ର ଡବଲ ଇଞ୍ଜିନ ସରକାର ଲୋକଙ୍କ ସମସ୍ତ ସମସ୍ୟା କୁ ସୁଧାରିବା ସହ ବିକଶିତ ଓଡିଶାର ସ୍ୱପ୍ନ କୁ ସାକାର କରିବା ପାଇଁ ବଦ୍ଧ ପରିକର ବୋଲି ପ୍ରକାଶ କରି ଏଥିରେ ସମସ୍ତ ଅଞ୍ଚଳବାସୀ ଙ୍କ ସହଯୋଗ ର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଥିଲେ।

 

ଏହି କାର୍ଯ୍ୟକ୍ରମରେ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ,ଏନ ଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଏନଏସି ର ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର, ସିଡିପିଓ ଧରିତ୍ରୀ ପାଣିଗ୍ରାହି,ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ପ୍ରଣବ ଭଇଁସାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ଆଲୋଚନା କରିଥିଲେ।ଧର୍ମଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ସଦାଶିବ ନାୟକ ସ୍ଵାଗତ ଭାଷଣ ପ୍ରଦାନ କରି ରାଜ୍ୟ ରେ ଚାଲିଥିବା ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅନ୍ତୋଦୟ ଗୃହ ଯୋଜନା, ଗୋଦାବରୀଶ ମିଶ୍ର ଓ ପି ଏମ୍ ସ୍କୁଲ ଯୋଜନା,ପ୍ରତ୍ୟେକ ବ୍ଲକ ରେ କ୍ରୀଡ଼ା ର ଉନ୍ନତି ପାଇଁ ଉନ୍ନତ ଷ୍ଟାଡିୟମ୍ ନିର୍ମାଣ,ପ୍ରତ୍ୟେକ ପଞ୍ଚାୟତ ହେଡକ୍ୱାର୍ଟର କୁ ମଡେଲ ଭିଲେଜ, କୃଷି ସମୃଦ୍ଧି ଯୋଜନା, ଓଡ଼ିଆ ଭାଷା ଓ ସଂସ୍କୃତିର ରକ୍ଷା ପାଇଁ ଭଗବତ୍ ଟୁଙ୍ଗି ଗୁଡ଼ିକର ପୁନଃରୁଦ୍ଧାର, ରେଭିନ୍ୟୁ ଜମିଜମା କାର୍ଯ୍ୟ ତ୍ଵରାନିତ, ଆୟୁଷ୍ମାନ କାର୍ଡ ଯୋଜନା, ଭତ୍ତା ପ୍ରଦାନ,ସମେତ ଚାଷୀ ଙ୍କ ଉନ୍ନତି ପାଇଁ ମଣ୍ଡି ବ୍ୟବସ୍ଥା କୁ ତ୍ଵରାନିତ କରାଯାଇ ଧର୍ମଗଡ଼ ବ୍ଲକ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଅଛି ବୋଲି ସୂଚନା ପ୍ରଦାନ କରିଥଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟଯୋଶୀ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ଅନ୍ତୋଦୟ ଗୃହ ଯୋଜନା ର ହିତାଧୀକାରୀ ଙ୍କୁ କାର୍ଡ ଓ ଭୂମିହୀନ ଙ୍କୁ ପଟ୍ଟା ବଣ୍ଟନ ତଥା ପୋଷଣ ଯୋଜନାରେ ଅଙ୍ଗନବାଡି କର୍ମୀ ମାନଙ୍କୁ ମୋବାଇଲ୍ ପ୍ରଦାନ କରିଥିଲେ। ଶିକ୍ଷକ ନିରଞ୍ଜନ ମୁଦୁଲି କାର୍ଯ୍ଯକ୍ରମ ପରିଚାଳନା କରିଥିବା ବେଳେ ଧର୍ମଗଡ଼ ପଞ୍ଚାୟତ ସମିତିର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ସମେତ ଧର୍ମଗଡ ବ୍ଲକ ଓ ଏନଏସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *