ଧର୍ମଗଡ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ
ଧର୍ମଗଡ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଓକିଲ ସଂଘର ସଭାପତି ଭବାନୀ ଚରଣ ଦାସଙ୍କ ସଭାପତିତ୍ବ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଗୁଣ୍ଡିଚା ସାମନ୍ତ ସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବରିଷ୍ଠ ଦେୱାନୀ ଜଜ୍ ଇପସି ମହାନ୍ତି ମୁଖ୍ୟ ବକ୍ତା, ଏସ ଡି ଜି ଏମ୍ ଶ୍ରୀକାନ୍ତ ପାଢ଼ୀ, ଜେ ଏମ୍ ଏଫ୍ ସି ଶ୍ରୀ ଚନ୍ଦନ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଓକିଲ ସଂଘର ସାଧାରଣ ସଂପାଦକ ଭବାନୀ ଶଙ୍କର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା।

ଆଇନଜିବୀ ତୁଷାର ରଞ୍ଜନ ପଟ୍ଟଯୋଶୀ, ସୁବାସ ପାଣିଗ୍ରାହୀ,ପ୍ରତାପ ସୁନାନୀ, ସଂଯୁକ୍ତା ପଣ୍ଡା, ଅଶ୍ବିନୀ ପଣ୍ତା,ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ଆଇନଜୀବୀ ଥବିର ପ୍ରସାଦ ସାହୁ, ସନ୍ତୋଷ ମେହେର, ସୁମନ୍ତ ପଣ୍ତା, କୃପାସିନ୍ଧୁ ପଣ୍ଡା, ହିମାଂଶୁ ପଣ୍ତା ସମେତ ବହୁ ଆଇନଜିବୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ଆଇନଜିବୀ କମଳିନୀ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବରିଷ୍ଠ ଆଇନଜୀବୀ ଚିନ୍ତା ମଣି ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…
