“ନାଆଁ ନେଇଗଲା ଗାଁ ପିଲାଟି”
ନୟାଗଡ ଜିଲ୍ଲା ଟପର ଗୌଡ଼ପୁଟ ଗାଁର ପୁଅ ଆର୍ଯ୍ୟ ଅନୁରାଗ ।
ନୟାଗଡ: ନୟାଗଡ ଚଳିତ ବର୍ଷ ୨୦୨୫- ୨୬ ଶିକ୍ଷା ବର୍ଷରେ ସିବିଏସଏଇ ବୋର୍ଡ ଦ୍ୱାରା ଆୟୋଜିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନୟାଗଡ଼ର ଛାତ୍ର,ନୟାଗଡ ଜିଲ୍ଲା, ତଥା ଓଡ଼ଗାଁ ବ୍ଲକ ଗୌଡପୁଟ ପଞ୍ଚାୟତ, ଗୌଡପୁଟ ଗାଁର “ଆର୍ଯ୍ୟ ଅନୁରାଗ ପରିଡା” ସର୍ବାଧିକ ମୋଟ ( ୫୦୦ ରୁ ୪୮୦ ) ୯୬% ମାର୍କ ରଖି ଜିଲ୍ଲା ଟପର ହୋଇଛନ୍ତି । ତାଙ୍କର ମାତା ହେଉଛନ୍ତି ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ନନ୍ଦିଘୋର ଶିକ୍ଷୟିତ୍ରୀ ନଳିନୀ ଜେନା ଓ ଗୌଡ଼ପୁଟ କ୍ଲଷ୍ଟରର ସିଆରସିସି ଶ୍ରୀଧର ପରିଡାଙ୍କ ପୁତ୍ର । ଏହି ଖୁସି ଖବର ପ୍ରଚାରିତ ହେବା ପରେ ଆର୍ଯ୍ୟ ଅନୁରାଗଙ୍କ ପାଖକୁ ସବୁଆଡୁ ଶୁଭେଚ୍ଛାର ବାର୍ତ୍ତା ଛୁଟିବାରେ ଲାଗିଛି । ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ, ବି ଜେଡ ଓ ଓ ଏମ କେ ଭି ଏକାଡେମୀ ନୟାଗଡ଼ କୋଚିଂର ଶିକ୍ଷକ, ବନ୍ଧୁପରିଜନ ତଥା ସର୍ବୋପରି ଜୀବନ୍ତ ଠାକୁର ପିତାମାତାଙ୍କୁ ଦେଇଥିବାବେଳେ, ନିଜର ପରିଶ୍ରମ ନିଷ୍ଠା ଓ ସଂକଳ୍ପ ଫଳରେ ସଫଳତା ପାଇ ଥିବା ପ୍ରକାଶ କରିଛନ୍ତି ।ନିଜଗ୍ରାମ, ବ୍ଲକ ତଥା ଜିଲ୍ଲାର ସୁନାମ ରଖି ଥିବାବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି l ଆର୍ଯ୍ୟ ଅନୁରାଗ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଗୁରୁଜନଙ୍କ ଆଶୀର୍ବାଦ କାମନା କରିଛନ୍ତି । ନିଜ ଗାଁ ଗୌଡପୁଟ ଗ୍ରାମବାସୀ ଖୁସିରେ ବିଭୋର ହୋଇଉଠୁଛନ୍ତି ।ଭବିଷ୍ୟତରେ ଆଇ ଏ ଏସ ହେବାପାଇଁ ଲକ୍ଷ୍ୟ ରଖିଛନ୍ତି ଆର୍ଯ୍ୟ ଅନୁରାଗ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
