December 13, 2024
Home » ନାରାୟଣପାଟଣାରେ ଚଳିତ ପଂଚାୟତ ସ୍ତରୀୟ ପରବ ୨୦୨୪ ଉଦଯାପନ ଧୁମ ଧାମରେ ଉତ୍ସବ ପାଳିତ

ନାରାୟଣପାଟଣାରେ ଚଳିତ ପଂଚାୟତ ସ୍ତରୀୟ ପରବ ୨୦୨୪ ଉଦଯାପନ ଧୁମ ଧାମରେ ଉତ୍ସବ ପାଳିତ

0

ନାରାୟଣପାଟଣାରେ ଚଳିତ ପଂଚାୟତ ସ୍ତରୀୟ ତିନିଦିନ ଧରି ଚାଲିଥିବା ବେଳେ ଆଜି ଉଦଯାପନ ହୋଇଯାଇଛି । ଶେଷ ଦିନରେ ସ୍ଥାନୀୟ ମାଁ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ସ୍ଥାନୀୟ ସରପଂଚ ରେବତୀ କୁନ୍ଦାରିଆ ପୁଜା ଅର୍ଚ୍ଚନା କରି ମଶାଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମୁଖ୍ୟ ପରବ ପଡିଆ ତଥା ହାଇସ୍କୁଲ ପଡିଆରେ ପହଞ୍ଚିଥିଲେ । ବିଭିନ୍ନ ଗ୍ରାମର ୨୫ ଗୋଟି ଗ୍ରାମର ମହିଳା ଝିଅ ଆଦିବାସୀ ପରମ୍ପରାରେ ରଙ୍ଗାରଙ୍ଗ ସାଢିରେ ସଜ୍ଜିତ ହୋଇ ଢେମସା ନାଚର ତାଳେ ତାଳେ ମଶାଲ ଶୋଭାଯାତ୍ରା ରେ ପାଛୋଟି ନେଇଥିଲେ ମୁଖ୍ୟ ପରବ ପଡିଆକୁ ।ଗତ ଦୁଇ ଦିନ ଧରି ବିଭିନ୍ନ ପ୍ରତିଯୋଗୀତା ତଥା କୁଇଜ୍ ,ସଙ୍ଗୀତ , ରଚନା,ବକୃତା ,ଝୋଟି , ସାଂସ୍କୃତିକ ନାଚ ,ଭଲିବଲ ,ଫୁଟବଲ ,କବାଡି ,ଲମ୍ବ ଡିଆଁ,ଉଚଡିଆ ,ଦୈଡ ପ୍ରତିଯୋଗିତା କାର୍ଯ୍ୟକ୍ରମ ହୋଇଥିଲା । ଆୟୋଜିତ ମଶାଲ ଶୋଭାଯାତ୍ରା ପୁର୍ବତନ ବିଧାୟକ କୈଳାସ କୁଲେସିକା,ବିଡିଓ ପିୟୁଷ ଲୁହାର,ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରୀନାଥ,ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ,ନାୟବ ସରପଂଚ ଶ୍ରୀନିବାସ ,ସମସ୍ତ ୧୫ ଟି ୱାର୍ଡର ୱାର୍ଡ ମେମ୍ବର ,ବ୍ଲକ ବିଜେପି ମଣ୍ଡଳ ସଭାପତି କାଶିନାଥ ହିକକା,ରମେଶ ଦାସ ,ସିଡିପିଓ ଇନ୍ଦୁମତୀ ପାଣିଗ୍ରାହୀ,ପିଇଓ ରମେଶ ତୁଳ ,ସମାଜସେବୀ ଦୟାନିଧି ପ୍ରଧାନ ପ୍ରମୁଖ ମଶାଲ ଶୋଭାଯାତ୍ରା ରେ ମଶାଲ ଧରି ସହର ପରିକ୍ରମା କରିଥିଲେ ।

ମୁଖ୍ୟ ପରବ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମ କୁ ଅଧ୍ୟାପକ ପ୍ରଜାରଞ୍ଜନ ମିଶ୍ର ପରିଚାଳନା କରିଥିଲେ । ଅତିଥିଗଣ ପଂଚାୟତ ସ୍ତରୀୟ ପରବରେ ଉପସ୍ଥିତ ରହି ପରବର ମହତ୍ବ , ଗାଁ ଗହଳିରେ ଲୁଚି ରହିଥିବା ଆଦିବାସୀ ପରମ୍ପରାକୁ ପରବ ଜରିଆରେ ଲୋକଲୋଚନକୁ ଆଣିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଅନ୍ୟପଟେ ନାରାୟଣପାଟଣା ପରି ଆଦିବାସୀ ଅଧ୍ୟୁଷିତ ପଂଚାୟତରେ ଏତେ ସୁନ୍ଦର ପଂଚାୟତ ସ୍ତରୀୟ ପରବ ଆୟୋଜନ କରାଯାଇଥିବାରୁ ପଂଚାୟତରର ସମସ୍ତ ୱାର୍ଡ ମେମ୍ବର ଯୁବଗୋଷ୍ଠୀ,ଗ୍ରାମବାସୀ ,ବଣିକ ସଂଘ,ବିଭିନ୍ନ ସମାଜର ସଦସ୍ୟ ତଥା ଗ୍ରାମ ବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସରପଂଚ ରେବତୀ କୁନ୍ଦାରିଆ।ଆମ ଆଦିବାସୀ ପରମ୍ପରା ବଜାର ରଖିବା ପାଇଁଁ ଜିଲ୍ଲା ପ୍ରଶାସନ ପ୍ରତିବର୍ଷ ନଭେମ୍ବର ମାସରେ ପରବ ଆୟୋଜନ କରାଇଥିବାରୁ ଜିଲ୍ଲାପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମର ସନ୍ଧ୍ୟାରେ କୋରାପୁଟରୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ କୋରାପୁଟିଆ ନାଚ ଗ୍ରୁପ ତଥା ମେଲୋଡି ମଂଚ ରେ ପ୍ରଦର୍ଶିତ ହୋଇଥିଲା ।ଏଥିସହ କୋଲାଟମ୍ ନୃତ୍ୟରେ ମହିଳା ମାନେ ନୃତ୍ୟ କରି ଶୋଭା ରେ ଉପସ୍ଥିତ ଦର୍ଶକ ମନ ମୁଗ୍ଧ କରିଥିଲେ ।ବିଭିନ୍ନ ବିଭାଗର ଆୟୋଜିତ ପ୍ରତିଯୋଗିତା ରେ ଭାଗ ନେଇ କୃତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ପଂଚାୟତ ନିର୍ବାହୀ ଅଧିକାରୀ ରମେଶ ତୁଳ ଧନ୍ୟବାଦ ପ୍ରଦାନ କରିଥିଲେ ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *