August 20, 2026
Home » ନିର୍ବାଚନୀ ସାକ୍ଷରତା ଓ ଯୁବ ଭୋଟର ପଞ୍ଜୀକରଣ ସଚେତନତା କାର୍ଯ୍ୟକ୍ରମ

ନିର୍ବାଚନୀ ସାକ୍ଷରତା ଓ ଯୁବ ଭୋଟର ପଞ୍ଜୀକରଣ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2026-08-18 at 6.38.31 PM

ନିମାପଡା/ପୁରୀ:ଭାରତ ବିଶ୍ବ ର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର।ଗଣତନ୍ତ୍ର କୁ ସୁସ୍ଥ, ସୁଦୃଢ଼ ଓ କ୍ରିୟାଶୀଳ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ।ଏଥିରେ ମତଦାତା ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।ତେଣୁ ଯୁବ ଭୋଟର ମାନେ ନିଶ୍ଚିତ ମତଦାନ କରିବାକୁ ସଂକଳ୍ପବଦ୍ଧ ହେବାକୁ ଆହ୍ଵାନ ଦେଇଛନ୍ତି ଅତିଥି ମାନେ।ନିର୍ବାଚନୀ ସାକ୍ଷରତା ଓ ଯୁବ ଭୋଟର ପଞ୍ଜୀକରଣ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଓ ଆଇକ୍ୟୁଏସି ପକ୍ଷରୁ, ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ଏଇଆରଓଙ୍କ ସହଯୋଗରେ ଆଜି ଅପରାହ୍ନ ରେ ମହାବିଦ୍ୟାଳୟର ଗ୍ୟାଲେରୀ ହଲ୍‌ରେ ଆୟୋଜିତ ହୋଇଥିଲା।ଏଥିରେ ଯୋଗ ଦେଇ ନିମାପଡା ବିଡ଼ିଓ ଅଭିଜିତ ଷଡଙ୍ଗୀମୁଖ୍ୟ ଏବଂ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ୧୮ ବର୍ଷ ରୁ ଉର୍ଦ୍ଧ୍ବ ପ୍ରତ୍ୟେକ ନାଗରିକ ଜଣେ ଭୋଟର ହେବାକୁ ଯୋଗ୍ଯ।ତେବେ ନିଜ ବିଏଲଓ ଙ୍କ ମାଧ୍ୟମରେ ବା ଇସିଆଇର ଆପ ମାଧ୍ୟମରେ ନିଜ ନାମ ପଞିକରଣ କରିବା ଆବଶ୍ୟକ।ଗଣତନ୍ତ୍ର ପାଇଁ ଯୁବପିଢ଼ିର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସେମାନେ ବିଷଦ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ରାଜକିଶୋର ମିଶ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ଛାତ୍ରଛାତ୍ରୀ ମାନେ ନିର୍ବାଚନୀ ସଚେତନତା, ଦାୟିତ୍ୱବୋଧ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଡ. ରବୀନ୍ଦ୍ରନାଥ ପାଢ଼ୀ ସମସ୍ତଙ୍କୁ ସ୍ବାଗତ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡ. ପ୍ରିୟଦର୍ଶିନୀ ସାହୁ କାର୍ଯ୍ୟ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ବେହେରା, ଏବଂ ବିଏଲଓ ସୁପରଭାଇଜର ଶ୍ରୀମତୀ ସସ୍ମିତା ମିଶ୍ର ବିବିଧ ସୂଚନା ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଯୋଗଦାନ କରିଥିଲେ।
ଶେଷରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ କାଦମ୍ବିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed