August 20, 2026
Home » ନିଶା ହଟାଅ, ଦେଶ ବଞ୍ଚାଅ କାର୍ଯ୍ୟରେ ସାମିଲ ହେଲେ ଭୀମଟାଙ୍ଗି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର

ନିଶା ହଟାଅ, ଦେଶ ବଞ୍ଚାଅ କାର୍ଯ୍ୟରେ ସାମିଲ ହେଲେ ଭୀମଟାଙ୍ଗି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର

0
WhatsApp Image 2026-08-20 at 1.59.50 PM

ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ଭୀମଟାଙ୍ଗି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ , ଈଶ୍ଵରୀୟ ପ୍ରଜାପିତା ବ୍ରହ୍ମା କୁମାରୀର ରଞ୍ଜୁ ଭଉଣୀ, ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଅଶୋକ କୁମାର ମହାରଣା, ଚିନ୍ମୟୀ ଭଉଣୀ, ଅନିମା ଭଉଣୀ, ଗୈ।ତମ ଭାଈ ପ୍ରମୁଖ ନିଶା ହଟାଅ, ଦେଶ ବଞ୍ଚାଅ କାର୍ଯ୍ୟରେ ସାମିଲ ହୋଇଥିଲେ।
ରାଜଧାନୀ ଭୁବନେଶ୍ବରରେ ଗାନ୍ଧୀବାଦୀ ବର୍ଷିୟାନ୍ ନେତା ପଦ୍ମ ଚରଣ ନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ମଦ ହଟାଅ କାର୍ଯ୍ୟକ୍ରମ ଦୀର୍ଘ ପନ୍ଦର ବର୍ଷ ଧରି ଚାଲୁ ରହିଛି। ବର୍ତ୍ତମାନ ତ୍ରିରଙ୍ଗା ଯାତ୍ରା ବିଧାନ ସଭାସ୍ଥ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଠାରୁ ରାଜଭବନ ନିକଟସ୍ଥ ମଧୂସୁଦନ ଦାସଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଦୈନନ୍ଦିନ ଚାଲୁ ରହିଅଛି। ବିଭିନ୍ନ ଅଞ୍ଚଳର ମାତୃଶକ୍ତି , ମଦର ଶିକାର ହେଉଥିବା ବ୍ୟକ୍ତି ବିଶେଷ, ସମାଜ ସଂସ୍କାରକ ମଦ ହଟାଅ, ଦେଶ ବଞ୍ଚାଅ କାର୍ଯ୍ୟକ୍ରମରେ ଲାଗିପଡିଛନ୍ତି।
ମାନନୀୟ ପ୍ରଦାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଜୀଙ୍କ ଆହ୍ଵାନ କ୍ରମେ ଦେଶ ବଞ୍ଚାଅ, ନିଶା ହଟାଅ କାମରେ ସବୁ ବର୍ଗର ଜନସାଧାରଣ ଏଥିରେ ସାମିଲ ହୋଇ ଏହି କାର୍ଯ୍ୟକୁ ଆଗେଇ ଦେଇ ଚାଲିଛନ୍ତି।ଏହି କାର୍ଯ୍ୟରେ ସମସ୍ତେ ଆନ୍ତରିକତା ର ସହିତ କାମକୁ କରିଲେ ଦେଶରୁ ନିଶା ହଟିବ, ମହାତ୍ମାଗାନ୍ଧୀଙ୍କ ସ୍ଵପ୍ନ ସାକାର ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ପରିଶେଷରେ ଭୀମଟାଙ୍ଗି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ ଓ ଗୁରୁମା ସାମିଲ ହୋଇ ଏ କାର୍ଯ୍ୟରେ ସହଯୋଗ କରିଥିବାରୁ ସେବା ପ୍ରତିନିଧି ତରଫରୁ ଧନ୍ୟବାଦ ଅର୍ପଣ କରାଯାଉଅଛି।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed