ନୂତନ ରୂପେ ବ୍ରହ୍ମପୁର ସହରରେ ଉନ୍ମୋଚିତ ହୋଇଥିବା ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍

ନୂତନ ରୂପେ ବ୍ରହ୍ମପୁର ସହରରେ ଉନ୍ମୋଚିତ ହୋଇଥିବା ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଯାହା ଆଜି ତାହାର ଦାୟିତ୍ୱବାନ ଅଳଙ୍କାର କମ୍ପାନୀ ପକ୍ଷରୁ ଅକ୍ଷୟ ତୃତୀୟା ପାଇଁ ବହୁ ପ୍ରତୀକ୍ଷିତ ଉତ୍ସବ ଅଫର୍ ଗର୍ବର ସହିତ ଘୋଷଣା କରିଛି। ଏନେଇ ଆଜି ଷ୍ଟୋର ପରିସରରେ ଏକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ବ୍ରାଞ୍ଚ ମ୍ୟାନେଜର ଅମ୍ବିକା ପ୍ରସାଦ ପଟ୍ଟନାୟକ ଏବଂ ଷ୍ଟୋର ମ୍ୟାନେଜର ୟୁ ଶ୍ରୀନିବାସଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ଅତିଥି ମାନଙ୍କ ଗହଣରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଅକ୍ଷୟ ତୃତୀୟାର ଶୁଭ ଅବସରରେ, ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ‘ତାନ୍ବିକା’ ନାମକ ସ୍ୱତନ୍ତ୍ର ବ୍ରାଣ୍ଡ ‘ଡିଭାଇନ୍’ ଅଧୀନରେ ଏକ ନୂତନ ଅଳଙ୍କାର ସଂଗ୍ରହ ଉନ୍ମୋଚନ କରିଛି ।
ଏହା ଗ୍ରାହକ ମାନଙ୍କ ପାଇଁ ମୂଲ୍ୟ, ବିଶ୍ୱାସ ଏବଂ ଉତ୍କୃଷ୍ଟତା ଆଣିବାର ପରମ୍ପରାକୁ ଜାରି ରଖି, ମାଲାବାର ଏହି ପବିତ୍ର ଅବସରକୁ ଆହୁରି ସ୍ମରଣୀୟ କରିବା ପାଇଁ ଡିଜାଇନ୍ କରାଯାଇଥିବା ସ୍ୱତନ୍ତ୍ର ଡିଲ୍ ପ୍ରଦାନ କରୁଛି ବୋଲି ମ୍ୟାନେଜର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହରର ବହୁ ମହିଳା ଗ୍ରାହକ ମାନେ ଉପସ୍ଥିତ ରହି ଉତ୍ସାହିତ କରିଥିବା ବେଳେ, ଆସିଷ୍ଟ ମ୍ୟାନେଜର କେ ରମେଶ, ଆସିଷ୍ଟ ସେଲ୍ସ ମ୍ୟାନେଜର ଏନ୍ ଜଗଦୀଶ କୁମାର, ମାର୍କେଟିଙ୍ଗ ଏଲ୍ଜୁଟିଭ ମ୍ୟାନେଜର ମନୋଜ କୁମାର ମହାରଣା ପ୍ରମୁଖଙ୍କ ସହ ଅନ୍ୟ ଷ୍ଟୋରର ସମସ୍ତ କର୍ମଚାରୀ ମାନେ ପରିଚାଳନରେ ସହଯୋଗ କରିଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )