May 23, 2026
Home » ନୟାଗଡ “ସଙ୍ଗୀତ କଲ୍ଲୋଳ” ଉପାଧିରେ ଭୂଷିତ ହେଲେ ଓମ ପ୍ରକାଶ ମହାରଣା

ନୟାଗଡ “ସଙ୍ଗୀତ କଲ୍ଲୋଳ” ଉପାଧିରେ ଭୂଷିତ ହେଲେ ଓମ ପ୍ରକାଶ ମହାରଣା

0
1001088070
 ।
ନୟାଗଡ଼ :ନୟାଗଡ ‘ସଙ୍ଗୀତଧାରା’ ଅନୁଷ୍ଠାନ ପକ୍ଷରୁ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପ୍ରେକ୍ଷାଳୟରେ ଆଜି ଆୟୋଜିତ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ଭାପୁର ବ୍ଲକର ଓମ ପ୍ରକାଶ ମହାରଣା ବିଜୟୀ ହୋଇ ୧୧ହଜାର ନଗଦ ରାଶି, ମାନପତ୍ର ଟ୍ରଫି ସହିତ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧିରେ ଭୂଷିତ ହୋଇଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଭାପୁର ବ୍ଲକର ସ୍ଵାଗତିକା ନାୟକ ୫ ହଜାର ଟଙ୍କା ସହିତ ମାନପତ୍ର ଓ ଟ୍ରଫି ଏବଂ ତୃତୀୟ ସ୍ଥାନରେ ଗଣିଆ ବ୍ଲକର ଓଁ କାର ମହାପାତ୍ର ତିନି ହଜାର ଟଙ୍କା ଅର୍ଥ ରାଶି ସହ ମାନପତ୍ର ଓ ଟ୍ରଫି ସହିତ ସମ୍ବର୍ଦ୍ଧିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲାର ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ୫୪ଜଣ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୧ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ଏହି ଗ୍ରାଣ୍ଡ ଫାଇନାଲରେ ବିଚାରକ ଭାବେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ଜାତୀୟ ସ୍ତରର ସଙ୍ଗୀତ ନିର୍ଦ୍ଦେଶକ ସୁଧୀର ପାଲ, ଦୂରଦର୍ଶନ ଓ ମଞ୍ଚ କଣ୍ଠଶିଳ୍ପୀ ନମିତା ତ୍ରିପାଠୀ ଏବଂ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଶୋକ ସାହୁ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୩ ଜଣ ବିଜେତାଙ୍କୁ ବାଛିଥିଲେ।
ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସୁର ଗନ୍ଧର୍ବ ନବକିଶୋର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓମ ପ୍ରକାଶଙ୍କୁ ନୟାଗଡ଼ ସଙ୍ଗୀତ କଲ୍ଲୋଳ ଉପାଧି ସହିତ ମାନପତ୍ର, ଟ୍ରଫି ଏବଂ ନଗଦ ୧୧ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ। ସେହିପରି ଦ୍ୱିତୀୟ ସ୍ଥାନରେ ଥିବା ସ୍ଵାଗତିକାଙ୍କୁ ୫ ହଜାର ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଓମକାରଙ୍କୁ ୩ ହଜାର ଟଙ୍କା ଅର୍ଥ ରାଶି ସହିତ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ। ଏଥି ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ଯୋଗଦାନ କରିଥିବା ବିଚାରକ ମାନଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିବା ବେଳେ ବ୍ଲକ ପର୍ଯ୍ୟାୟରେ ଅନୁଷ୍ଠିତ ପ୍ରତିଯୋଗିତାର ବିଚାରକ ମାନଙ୍କୁ ମଧ୍ୟ ଅନୁରୂପ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ, ଗୋପୀନାଥ ସେଠୀ ଏବଂ ଜୟଶ୍ରୀ ଦେବୀ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସଭାପତି ଡ.ବିଜୟ କୁମାର ଚୌଧୁରୀ,ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ,ସଂଯୋଜକ ଲକ୍ଷ୍ମୀଧର ସାହୁ , ଅଶୋକ ମଲ୍ଲ, ଡ.ଆଶୁତୋଷ ମିଶ୍ର, ପ୍ରଶାନ୍ତ ପଟ୍ଟନାୟକ,ସୁଦର୍ଶନ ସାହୁ, ମାଧବ ଡାକୁଆ, ପ୍ରଦୀପ ସାହୁ, ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *