June 14, 2025
Home » ପତଞ୍ଜଳୀ ଯୋଗ ପୀଠ ହରିଦ୍ଵାର ନିର୍ଦ୍ଦେଶରେ ସହ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପତଞ୍ଜଳୀ ଯୋଗ ପୀଠ ହରିଦ୍ଵାର ନିର୍ଦ୍ଦେଶରେ ସହ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
WhatsApp Image 2024-07-14 at 12.11.13 PM

l
ସୁବର୍ଣ୍ଣପୁର: ପତଞ୍ଜଳୀ ଯୋଗ ପୀଠ ହରିଦ୍ଵାର ନିର୍ଦ୍ଦେଶରେ ୨୫ ଦିବସୀୟ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଯାଇଛି। ଦିନକୁ ଦିନ ବଢୁଥିବା ଯୋଗ ର ଚାହିଦା ଓ ଆତ୍ମ ନିଯୁକ୍ତି ସକାଶେ ୨୫ ଦିବସୀୟ ସହଯୋଗ ପ୍ରଶିକ୍ଷଣ ଶିବିର ସୋନପୁର ସ୍ଥିତ ସ୍ମାର୍ଟ ପାର୍କ ରେ ପ୍ରତି ଦିନ ସକାଳ ୫.୩୦ ରୁ ଆରମ୍ଭ ହୋଇ ୭ ଟା ପର୍ଯ୍ୟନ୍ତ ଯୋଗ ପ୍ରାଣାୟାମ, ନେଚେରୋପାଥି, ପ୍ରାକୃତିକ ଶିକ୍ଷା,ଆୟୁର୍ବେଦ ଚିକିତ୍ସା ଦ୍ଵାରା ରୋଗ ର ନିଦାନ ଆଦି ଶିକ୍ଷା ଦେବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ଭାରତ ସ୍ବାଭିମାନ ପ୍ରଭାରୀ ମନୋଜ୍ ପଣ୍ଡା ଙ୍କ ନେତୃତ୍ଵ ରେ ଏହି କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂଗଠନ ତରଫରୁ ସୂଚନା ମିଳିଛି ।

ଯୋଗ ଶିକ୍ଷକ ପ୍ରସନ୍ନ କର୍ଣ୍ଣ, ଦୁର୍ଗା ସାହୁ, ଉମାକାନ୍ତ ସାହୁ, ସତ୍ୟବାନ୍ ମିଶ୍ର ପ୍ରମୁଖ ପ୍ରତିଦିନ ପ୍ରତିଭାଗି ଙ୍କୁ ଯୋଗ ଓ ପ୍ରାଣାୟାମ ର ଅଭ୍ୟାସ କରିବା ର କାର୍ଯ୍ୟକ୍ରମ ରହିଛି। ଶେଷ ରେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଙ୍କୁ ପତଞ୍ଜଳୀ ଯୋଗ ପୀଠ ହରିଦ୍ଵାର ରୁ ପ୍ରମାଣ ପତ୍ର ମିଳିବ ବୋଲି ଭାରତ ସ୍ବାଭିମାନ ପ୍ରଭାରୀ ମନୋଜ୍ ପଣ୍ଡା କହିଛନ୍ତି।

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *