August 20, 2026
Home » ପରିବହନ ବିଭାଗ ତରଫରୁ ଗାଡି ତଲାସୀ ଓ ସଚେତନତା କାର୍ଯ୍ୟକ୍ରମ

ପରିବହନ ବିଭାଗ ତରଫରୁ ଗାଡି ତଲାସୀ ଓ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2025-08-27 at 4.57.30 PM

ରାୟଗଡ ଜିଲ୍ଲା ପରିବହନ ବିଭାଗ ତରଫରୁ ଗୁଣପୁର ମହାବିଦ୍ୟାଳୟ, ବାଇପାସ ଛକଠାରେ ୧୮ବର୍ଷରୁ କମ ବୟସର ପିଲାମାନେ ଗାଡି ଚଳାଉଥିବା ସମୟରେ ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପିଲା ଅପେକ୍ଷା ବାପାମାଆ ସଚେତନ ହେବା ଆବଶ୍ୟକ । ପିଲାଙ୍କୁ ଗାଡି ଦେବା ପୂର୍ବରୁ ଜନ୍ମ ତାରିଖ ଯାଞ୍ଚ କରନ୍ତୁ । ସାବାଳକ ହୋଇ ନ ଥିଲେ ଗାଡି ଦିଅନ୍ତୁ ନାହିଁ । ଯଦି ଭାବପ୍ରବଣ ହୋଇ ପୁତ୍ର ମୋହରେ ଗାଡି ଚାବି ଦେଲେ ତେବେ ଯେକୌଣସି ମୁହୂର୍ତ୍ତରେ ଜରିମାନା ଭରିବେ। ବିଶେଷ କରି କଲେଜ ପଢୁଆ ଛାତ୍ରଛାତ୍ରୀ ଓ ନାବାଳକଙ୍କୁ ନେଇ ସାବଧାନ ଓ ସତର୍କ କରାଇଲା ପ୍ରଶାସନ | ବିନା ହେଲମେଟ , ଲାଇସେନ୍ସ, ଦ୍ରୁତ ଗତି ରେ ଗାଡି ଚଳାଇବା ଓ ତାହା ପୁଣି ଏକାଧିକଙ୍କୁ ଗାଡିରେ ବସାଇ ଚଳାଇବା ମହାଙ୍ଗା ସାବ୍ୟସ୍ତ ହୋଇଛି |

ଗୁଣପୁର କଲେଜ ସମ୍ମୁଖ ରାସ୍ତା ରେ ଗାଡି ଯାଂଚ ସମୟରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅବିଭାବକଙ୍କୁ ମଧ୍ଯ ଡକାଯାଇ ସଚେତନ କରାଯାଇଥିଲା | ଆଗକୁ ମଧ୍ଯ ଏଭଳି ଯାଂଚ କରାଯିବା ନେଇ ଜଣାପଡିଛି | ୨୮ଜଣଙ୍କ ନାମରେ ଚାଲାଣ କଟାଯାଇ ୧୬୩୦୦୦ଟଙ୍କାର ଜରିମାନା ଆଦାୟ କରାଯାଇଥିବା ରାୟଗଡା ଏମଭିଆଇ ପି. ଦୁର୍ଗାପ୍ରସାଦ ରାଓ ସୂଚନା ଦେଇଛନ୍ତି ଏବଂ ଦୁର୍ଘଟଣାକୁ ଏଡାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ରାୟଗଡ ସଦର ଏମ ଭି ଆଇ, ସେମାନଙ୍କ କର୍ମଚାରୀ, ଗୁଣପୁର ଆଦର୍ଶ ଥାନା କର୍ମଚାରୀ ଉପସ୍ଥିତ ଥିଲେ ।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed