September 10, 2026
Home » ପର୍ଯ୍ୟଟନ ବିଭାଗ ସଚିବଙ୍କ ଖଲିଆପାଲି ବିଦ୍ୟାଳୟ ପରିଦର୍ଶନ

ପର୍ଯ୍ୟଟନ ବିଭାଗ ସଚିବଙ୍କ ଖଲିଆପାଲି ବିଦ୍ୟାଳୟ ପରିଦର୍ଶନ

0
WhatsApp Image 2026-09-10 at 4.47.35 PM

: ଛାତ୍ର ଛାତ୍ରୀ ଙ୍କ ସହିତ ଖାଇଲେ ମଧ୍ୟାହ୍ନ ଭୋଜନ l

ସୁବର୍ଣ୍ଣପୁର:ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖଲିଆପାଲିକୁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ସଚିବ ବଳବନ୍ତ ସିଂ ପରିଦର୍ଶନରେ ଆସିଥିଲେ। ସଚିବଙ୍କ ସହିତ ସୁବର୍ଣ୍ଣପୁର ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର,ସୋନପୁର ଉପ ଜିଲ୍ଲାପାଳ ଡ.ସୋମ୍ୟରୂପା ରଥ, ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ବ୍ଳକ୍ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର, ଅତିରିକ୍ତ ବ୍ଳକ୍ ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ଦାଶ ସମସ୍ତଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ବିଦ୍ୟାଳୟ ପରିସରକୁ ପାଛୋଟି ଆଣିଥିଲେ।

ପର୍ଯ୍ୟଟନ ବିଭାଗର ସଚିବ ବିଦ୍ୟାଳୟର ସମସ୍ତ ଶ୍ରେଣୀ କକ୍ଷ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀ ମାନେ ଖାଉଥିବା ମଧ୍ୟାହ୍ନ ଭୋଜନ ସ୍ଥାନକୁ ଯାଇ ଛାତ୍ରଛାତ୍ରୀ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଓ ନିଜେ ଛାତ୍ରଛାତ୍ରୀ ମାନଙ୍କ ସହିତ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ। ଏହା ସହ ସମସ୍ତ ଅତିଥିବୃନ୍ଦ ମଧ୍ୟ ମଧ୍ୟାହ୍ନ ଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ସଚିବ ଓ ସମସ୍ତ ଅତିଥି ଭୀମ ଭୋଇ ସମାଧୀ ପୀଠ ପରିଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଶ୍ୟାମସୁନ୍ଦର ପାତ୍ର, ଶ୍ରୀ ପ୍ରଭାତ କୁମାର ବେହେରା, ଶ୍ରୀ ଖତୁ ସୁନା, ଶ୍ରୀମତୀ ଲିପିନାରାଣୀ ପ୍ରଧାନ ଓ ଶ୍ରୀମତୀ ବିଶ୍ଵ ବିଭୂଷିତ ପଣ୍ଡା ଉପସ୍ଥିତ ଥିଲେ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *