ପହଣ୍ଡି କାଶୀନାଥ ମହାବିଦ୍ୟାଳୟର ଶୁଭ ଉଦଘାଟନ l
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପହଣ୍ଡି କାଶୀନାଥ ମହାବିଦ୍ୟାଳୟର ଶୁଭ ଉଦଘାଟନ ଶୁକ୍ରବାର ହୋଇଯାଇଛି | ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ସମ୍ବଲପୁରର ଡ଼. କାମଦେବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ |ସମ୍ମାନିତ ଅତିଥି ଭାବରେ ଶକୁନ୍ତଳା ବିଦ୍ୟାଧର ଟ୍ରଷ୍ଟ ର ଟ୍ରଷ୍ଟି ରଞ୍ଜିତ ସାହୁ, ସୁବର୍ଣ୍ଣପୁର ଡିଇଓ ଲଷ୍ମଣ ଭୋଇ, ପ୍ରାଧ୍ୟାପକ ରବିନାରାୟଣ ସାହୁ, ପହଣ୍ଡି ଗ୍ରାମର ବୁଦ୍ଧିଜୀବୀ ତଥା ବିଶିଷ୍ଟ ବ୍ୟକ୍ତି ବିହାରୀ ସିଂ, ରାତ୍ର ମେସୁଆ, ସନୁ ପଧାନ ଯୋଗ ଦେଇ ଥିଲେ |ମହାବିଦ୍ୟାଳୟ ର ସଭାପତି ନେହେରୁ ଲାଲ ସା ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା | ପହଣ୍ଡି ଗ୍ରାମବାସୀ ଓ ସୁନାପାଲି, ଦିଗଶିରା, ଚେରୁପାଲି ପଂଚାୟତର ବିଶିଷ୍ଟ ବ୍ୟକ୍ତି ସମୂହ ଅଭିଭାବକ ମାନେ ଉପସ୍ଥିତ ଥିଲେ |ସଭା ପ୍ରାରମ୍ଭରେ ଅଧ୍ୟାପିକା ଚନ୍ଦ୍ରମା ବିଶ୍ୱାଳ ଓ ଅଧ୍ୟାପିକା ଗାୟତ୍ରୀ ମହାକୁଡ଼ଙ୍କ ସହିତ ଛାତ୍ରୀମାନେ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ |ମୁଖ୍ୟ ଅତିଥି ଡ଼. କାମଦେବ ସାହୁ କାଶୀନାଥ ମହାବିଦ୍ୟାଳୟକୁ ଉଦଘାଟନ କରିବା ସହିତ ମହାବିଦ୍ୟାଳୟର ମନସ୍ବି ସାହୁ ପାଠାଗାର, ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ କର କମଳରେଏହି ମହାବିଦ୍ୟାଳୟ ଶୁଭ ଉଦଘାଟିତ ହୋଇଥିଲା |ମହାବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ପ୍ରେମାନନ୍ଦ ପଟେଲ ମହାବିଦ୍ୟାଳୟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞ୍ୟାପନ କରିଥିଲେ | ଅଧ୍ୟାପିକା ପିଙ୍କି ଭୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ | ଅଧ୍ୟାପିକା ସାଇସ୍ମିତା ବରାଇ ମହାବିଦ୍ୟାଳୟରେ ଛାତ୍ରୀ ଛାତ୍ର ଙ୍କ ପାଇଁ ନୀତି ନିୟମ ବିଷୟରେ ଅବଗତ କରାଇଥିଲେ |ଇଂରାଜୀ ଅଧ୍ୟାପକ ଦିପ୍ତେଶ ପାଣିଗ୍ରାହୀ ଛାତ୍ର ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ନୂତନ ସିଲାବସ ବିଷୟରେ ପିଲାମାନଙ୍କୁ ବୁଝାଇ ଥିଲେ| ପରେ ସନ୍ଧ୍ୟା କାଳୀନ ସଭାରେ ସୁନାପାଲି, ଦିଗଶିରା ଓ ଚେରୁପାଲି ପଂଚାୟତର ଭଦ୍ରବ୍ୟକ୍ତି, ଅଭିଭାବକ ମାନେ ଯୋଗଦାନ କରି ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରିଥିଲେ |ଉପଦେଷ୍ଟା ମଣ୍ଡଳୀ ଗଠନ ରେ ନେତ୍ରାନନ୍ଦ ବାଗ ପରିଚାଳନା କରିଥିଲେ |ପରିଶେଷରେ ଅଧ୍ୟାପିକା ଡିଲେଶ୍ୱରୀ ସେଠ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )