June 18, 2026
Home » ପାଖେଇ ଆସୁଛି ମହାପ୍ରଭୁ ଙ୍କ ରଥଯାତ୍ରା। ରଥାଯାତ୍ରା

ପାଖେଇ ଆସୁଛି ମହାପ୍ରଭୁ ଙ୍କ ରଥଯାତ୍ରା। ରଥାଯାତ୍ରା

0
Screenshot 2026-06-18 153147

ପାଖେଇ ଆସୁଛି ମହାପ୍ରଭୁ ଙ୍କ ରଥଯାତ୍ରା। ରଥାଯାତ୍ରା କୁ ସୁରୁଖୁରୁରେ ଆୟୋଜନ କରିବା ନେଇ ସବୁ ପ୍ରଶାସନିକ ଵିଭାଗ ପକ୍ଷରୁ ଚାଲିଛି ଜୋରସୋର ରେ ପ୍ରସ୍ତୁତି। ସୁରକ୍ଷିତ ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ପ୍ରସ୍ତୁତି ଜାରି ରଖିଛି। ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ ପୁରୀ ଆସି ରଥଯାତ୍ରା ନିମନ୍ତେ ଅଗ୍ନିଶମ ବିଭାଗ ର ସମସ୍ତ ପ୍ରସ୍ତୁତି କୁ ସମୀକ୍ଷା କରିଛନ୍ତି। ଯାତ୍ରୀ ରହୁଥିବା ସ୍ଥାନ ସମେତ ସବୁ ହୋଟେଲ, ଲଜ୍, ଗେଷ୍ଟ ହାଉସ, ଯାତ୍ରୀ ନିବାସ, ହୋମ୍ ଷ୍ଟେ, ଧର୍ମଶାଳା ସମେତ ସପିଙ୍ଗ ମଲ୍ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ କଡ଼ା ଯାଞ୍ଜ ନେଇ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୁରୀ ସହର ରେ ଥିବା ୭୦୦ ରୁ ଅଧିକ ହୋଟେଲ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ହେତୁ ଏହାକୁ ନେଇ ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଉଦବେଗ ପ୍ରକାଶ କରିଛନ୍ତି। ରଥଯାତ୍ରା ପୁର୍ବରୁ ସବୁ ବ୍ୟବସାୟିକ ଅନୁଷ୍ଠାନ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ କଡାକଡି କରିବା ପାଇଁ ଅଗ୍ନିଶମ ଅଧକାରୀ ଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।ସେପଟେ ପୁରୀ ସହର ରେ ଥିବା ଅଧିକାଂଶ ହୋଟେଲ ରେ ନ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି। ରଥାଯାତ୍ରା ସମୟ ରେ ଲକ୍ଷ ଲକ୍ଷ ଭକ୍ତ ଛୋଟ ରୁ ବଡ ହୋଟେଲ, ଲଜ୍, ଗେଷ୍ଟ ହାଉସ ରେ ରହିବେ। ଜଦି କିଛି ଅଗ୍ନିକାଣ୍ଡ ଘଟେ ଅନେକ ଲୋକଙ୍କ ଧନଜୀବନ ହାନି ହେବାର ଆଶଙ୍କା ରହିଛି। ସାରା ବିଶ୍ୱରେ ଓଡ଼ଶା ସରକାର ବଦନାମ ହେବାର ଆଶଙ୍କା ରହିଛି। ଏଣୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ହୋଟେଲ୍, ଲଜ୍, ଗେଷ୍ଟ ହାଉସ୍, ଧର୍ମଶାଳା, ଯାତ୍ରୀ ନିବାସ, ହୋମ୍ ଷ୍ଟେ ଗୁଡ଼ିକ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଜାଞ୍ଜ କୁ କଡାକଡି କରାଯିବା ନେଇ ବୁଦ୍ଧିଜୀବୀ ମତ ଦେଇଛନ୍ତି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ହୋଟେଲ୍, ଲଜ୍, ଗେଷ୍ଟ ହାଉସ ଗୁଡ଼ିକ ରେ ଯାତ୍ରୀ ରଖିବା ଉପରେ କଡା କଟକଣା ଲାଗିବା ଉଚିତ୍ ବୋଲି ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି।ପର୍ଯ୍ୟଟନ ସହର ପୁରୀ ରେ ହୋଟେଲ, ଲଜ୍, ଗେଷ୍ଟ ହାଉସ୍, ଯାତ୍ରୀ ନିବାସ, ଧର୍ମଶାଳା, ହୋମ ଷ୍ଟେ କୁ ମିଶାଇଲେ ୧୨ ଶହ ରୁ ଅଧିକ ହେବ। ହେଲେ କିଛି ହାତ ଗଣତି ବଡ ହୋଟେଲ କୁ ଛାଡିଦେଲେ ଅଧିକାଂଶ ହୋଟେଲ ରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଶ୍ରୀମନ୍ଦିର ଚାରିପାଖରେ ଥିବା ସାହି ଗୁଡ଼ିକ ରେ ଘରେ ଘରେ ଛତୁ ଫୁଟିଲା ଭଳି ଲଜିଂ, ହୋମ୍ ଷ୍ଟେ ରହିଛି। ଉକ୍ତ ସ୍ଥାନକୁ ଯିବା ପାଇଁ ଅତି ସଂକୀର୍ଣ୍ଣ ରାସ୍ତା ରହିଚି। କିଛି ଅଗ୍ନିକାଣ୍ଡ ଘଟିଲେ ସଙ୍ଗେ ସଙ୍ଗେ ବାହାରିବା ପାଇଁ ପର୍ଯ୍ୟାପ୍ତ ରାସ୍ତା ନାହିଁ। ଘରେ ହୋଇଥିବା ଲଜିଂ, ହୋମ୍ ଷ୍ଟେ ରେ ଅତି ନିମ୍ନ ମାନର ବିଦ୍ୟୁତ୍ ଓୟାରିଂ ରହିଛି। ଫଳରେ ହଠାତ୍ ଯଦି ସର୍ଟ ସର୍ଟିକ ରୁ ଅଗ୍ନିକାଣ୍ଡ ଘଟେ ଏହାର ସଙ୍ଗେ ସଙ୍ଗେ ମୁକାବିଲା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଯାହା ଫଳରେ ଅଗ୍ନିକାଣ୍ଡ ଘଟିଲେ ନିଆଁ ବ୍ୟାପିଯାଇ ଲୋକ ଙ୍କ ଜୀବନ ହାନି ହେବାର ଆଶଙ୍କା ରହିଛି। ଅନେକ ସାହି ଗୁଡ଼ିକ ରାସ୍ତା ଅତି ସଂକୀର୍ଣ୍ଣ ହୋଇଥିବାରୁ କିଛି ଅଗ୍ନିକାଣ୍ଡ ଘଟଣା ଘଟିଲେ ସଙ୍ଗେ ସଙ୍ଗେ ଏହାର ମୁକାବିଲା ଓ ଉଦ୍ଧାର ପାଇଁ ଅଗ୍ନିଶମ ଗାଡି ଘଟଣା ସ୍ଥଳକୁ ଯାଇପାରିବ ନାହିଁ। ଅନେକ ଲଜିଂ ବିନା ଟ୍ରେଡ ଲାଇସେନ୍ସ ରେ ଓ ବିନା ଫାୟାର ସାର୍ଟିଫିକେଟ ରେ ବେଆଇନ ଭାବେ ଚାଲିଛି। ଏଗୁଡ଼ିକୁ ଶୀଘ୍ର ଯାଞ୍ଜ୍ କରାଯାଇ ବେଆଇନ୍ ଭାବେ ହୋଟେଲ, ଲଜ, ଗେଷ୍ଟ ହାଉସ କୁ ପ୍ରସାଶନ ସିଲ୍ କରିବା ସହ ବେଆଇନ କାର୍ଯ୍ଯ କରୁଥିବା ବ୍ୟକ୍ତି ଙ୍କ ବିରୋଧ ରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି। ପ୍ରତିବର୍ଷ କେବଲ ରଥାଯାତ୍ରା ଆସିଲେ ପ୍ରଶାସନ ହୋଟେଲ୍, ଲଜ୍, ଗେଷ୍ଟ ହାଉସ ଯାଞ୍ଜ୍ କରୁଛି। ହେଲେ ପର୍ଯ୍ୟଟନ ସହର ପୁରୀ କୁ ବର୍ଷ ସାରା ପର୍ଯ୍ୟଟକ ଙ୍କ ଆଗମନ ହେଉଥିବା ବେଳେ ପର୍ଯ୍ୟଟକ ମାନେ ଅସୁରକ୍ଷିତ ଭାବେ ହୋଟେଲ, ଲଜ, ଗେଷ୍ଟ ହାଉସ ରେ ରହୁଛନ୍ତି। କେବଳ ରଥଯାତ୍ରା ପୁର୍ବରୁ ଲୋକ ଦେଖାଣିଆ ଭାବେ ଯାଞ୍ଜ କାର୍ଯ୍ୟ କରାନଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ କରିନଥିବା ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ବିରୁଦ୍ଧ ରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସେପଟେ ବଡ଼ଦାଣ୍ଡ ରେ ୪୮ ଟି ବିପଦସଙ୍ଖୁଳ କୋଠା ଚିହ୍ନଟ କରିଛି ପ୍ରଶାସନ। ଏହି କୋଠା ଗୁଡ଼ିକ ଯେ କୌଣସି ମୁହୂର୍ତ୍ତ ରେ ଭୁଶୁଡ଼ି ଯିବାର ଆଶଙ୍କା ରହିଛି। ରଥଯାତ୍ରା ସମୟ ରେ ଏହି ସବୁ କୋଠା ଉପରେ ଯେଭଳି କେହି ଭକ୍ତ ନ ଚଢ଼ିବେ ଯୋଜନା ହୋଇଚି। ରଥଯାତ୍ରା ପୁର୍ବରୁ ଏହି ସବୁ କୋଠା କୁ ସିଲ୍ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବିପଦସଙ୍ଖୁଳ କୋଠା ତାଲିକାରେ ବଡ ଦାଣ୍ଡ ରେ ଥିବା ଗୋଏଙ୍କା ଧର୍ମଶାଳା, ରାଧା ବଲ୍ଲଭ ମଠ ଓ ଝାଞ୍ଜପିଟା ମଠ ରହିଛି। ତେବେ ଏହି ମଠରେ ଶହ ଶହ ଭକ୍ତ ରାତ୍ରି ଯାପନ କରନ୍ତି। ତେବେ ଏହି ବିପଦ ସଙ୍ଖୁଳ କୋଠା ରେ ଭକ୍ତ ଙ୍କୁ ରହିବା ପାଇଁ କିଭଳି ଦିଆଯାଉଅଛି ସେ ନେଇ ପ୍ରଶ୍ନ ଉଠିଛି। ଏ ସବୁ ଭୁଶୁଡ଼ି ପଡ଼ିଲେ ଯେଉଁ ଜୀବନହାନି ହେବ ସେଥି ପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି। ପୁରୀ ଜିଲ୍ଲା ପ୍ରଶାସନ ର ଏକ ସ୍ୱତନ୍ତ୍ର ଟିମ୍ ବଡ ଦାଣ୍ଡ ରେ ଅସୁରକ୍ଷିତ ୪୮ ଟି କୋଠା କୁ ଚିହ୍ନଟ କରିଛି। ପ୍ରତିବର୍ଷ ରଥ ଯାତ୍ରା ପୁର୍ବରୁ ଏହି ଅସୁରକ୍ଷିତ କୋଠା ଚିହ୍ନଟ କରାଯାଏ। ରଥଯାତ୍ରା ସମୟ ରେ ଏହି କୋଠା ଗୁଡ଼ିକ ଉପରେ ଚଢ଼ିବା ପାଇଁ କଟକଣା ଲାଗେ। ହେଲେ କଟକଣା ଅମାନ୍ୟ କରାଯାଇ ଭକ୍ତ ଙ୍କୁ ଏହି ଅସୁରକ୍ଷିତ କୋଠା ଉପରେ ବସିବାକୁ ଦିଆଯାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି କିଛି ବ୍ୟକ୍ତି। ଏଣୁ କେବଳ ଲୋକ ଦେଖାଣିଆ ଭାବେ ଅସୁରକ୍ଷିତ କୋଠା କୁ ଚିହ୍ନଟ କରାନଯାଇ ଏହି କୋଠା ଉପରେ ଲୋକ ମାନେ ନ ବସିବା ପାଇଁ କଡା କଟକଣା ଲାଗୁ କରାଯିବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *