June 30, 2026
Home » ପାରାଦୀପ ଟ୍ରେଲର ଆଣ୍ଡ ଗ୍ୟାସ ଟ୍ୟାଙ୍କର ଓନର୍ସ ଆସୋସିଏସନ ରସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ

ପାରାଦୀପ ଟ୍ରେଲର ଆଣ୍ଡ ଗ୍ୟାସ ଟ୍ୟାଙ୍କର ଓନର୍ସ ଆସୋସିଏସନ ରସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ

0
WhatsApp Image 2026-06-30 at 1.33.36 PM

ପାରାଦୀପ:6 ସ୍ଥାନୀୟ ହୋଟେଲ ଗୋଲଡେନ ଆଙ୍କର ସମ୍ମିଳନୀ କକ୍ଷରେ ପାରାଦୀପ ଟ୍ରେଲର ଆଣ୍ଡ ଗ୍ୟାସ ଟ୍ୟାଙ୍କର ଓନର୍ସ ଆସୋସିଏସନର ସମସ୍ତ ସଭ୍ୟମାନଙ୍କୁ ନେଇ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା l ପ୍ରକାଶ କୁମାର ଜେନା ସଭା ପରିଚାଳନା କରିଥିବା ବେଳେ ସଂଘର କାମଚଳା କୋଷାଧକ୍ଷ ଦାୟିତ୍ୱରେ ଥିବା ନଗେନ୍ଦ୍ର କୁମାର ରାଉତ ସଙ୍ଘର ଆୟ ବ୍ୟୟ ହିସାବ ସମସ୍ତ ସଭ୍ୟମାନଙ୍କୁ ଅବଗତ କରାଇ ଥିଲେ l ଏହାପରେ ସଙ୍ଘର ବ୍ୟବସାୟକୁ ଦୃଷ୍ଟିରେ ରଖି କର୍ମକର୍ତ୍ତା ମାନଙ୍କ କାର୍ଯ୍ୟକାଳ ସମୟ ଅବଧି ସମାପ୍ତ ହୋଇଥିବାରୁ ନୂତନ କର୍ମକର୍ତ୍ତା ଗଠନ ନିମନ୍ତେ ସଙ୍ଘର କାମଚଳା ଯୁଗ୍ମ ସମ୍ପାଦକ କର୍ମେଶ୍ୱର ସ୍ୱାଇଁ ପ୍ରସ୍ତାବ ରଖିଥିଲେ ଏବଂ ଏହି ନିର୍ବାଚନ ପ୍ରକ୍ରିୟାକୁ ଆନୁଷ୍ଠାନିକ ଭାବେ ନିର୍ବାଚନ ଅଧିକାରୀ ରୂପେ ଜେ ସି ସି (ଟ୍ରେଲର )ର ଅଧ୍ୟକ୍ଷ ପ୍ରକାଶ କୁମାର ତ୍ରିପାଠୀ ମହୋଦୟ ଙ୍କୁ ଚୟନ କରାଯାଇଥିଲା l ତତପରେ ସଭ୍ୟ ମାନଙ୍କ ମଧ୍ୟରୁ ନୂତନ କର୍ମକର୍ତ୍ତା ମାନଙ୍କ ନାମ ପ୍ରସ୍ତାବ ଆସିଥିଲା l ସର୍ବସମ୍ମତି କ୍ରମେ ସଂଘର ସଭାପତି ରୂପେ ପ୍ରକାଶ କୁମାର ଜେନା ଙ୍କୁ ଚୟନ କରାଯାଇଥିବାବେଳେ କାର୍ଯ୍ୟକାରୀ ସଭାପତି ରୂପେ କର୍ମେଶ୍ୱର ସ୍ୱାଇଁ, ଉପସଭାପତି ରୂପେ ଆଶୁତୋଷ ସ୍ୱାଇଁ (ମିଟୁ ), ସମ୍ପାଦକ ରୂପେ ନଗେନ୍ଦ୍ର କୁମାର ରାଉତ, ଯୁଗ୍ମ ସମ୍ପାଦକ ରୂପେ ସତ୍ୟଜିତ ପ୍ରଧାନ, ସହ-ସମ୍ପାଦକ ରୂପେ ମନମୋହନ ନାୟକ ଓ କୋଷାଧକ୍ଷ ଭାବେ ତୃପ୍ତି ରଞ୍ଜନ ପୃଷ୍ଟିଙ୍କୁ ମନୋନୀତ କରାଯାଇଥିଲା l ଏହାପରେ ନିର୍ବାଚନ ଅଧିକାରୀ ଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥଙ୍କୁ ସାକ୍ଷୀରଖୀ ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥଲେ l ସର୍ବ ଶେଷରେ ସଂଘର ନୂତନ କାର୍ଯ୍ୟକାରୀ ସଭାପତି କର୍ମେଶ୍ୱର ସ୍ୱାଇଁ ସଂଘର ସାମଗ୍ରିକ ସ୍ୱାର୍ଥ ଓ ବ୍ୟବସାୟ ର ଉନ୍ନତି ପାଇଁ ଯାହା ଆବଶ୍ୟକ ସେ ସବୁକୁ ନୂତନ କର୍ମକର୍ତ୍ତା ମଣ୍ଡଳୀ କରିବାକୁ ପ୍ରତିଶୃତି ବଧ୍ୟ ବୋଲି କହିବା ସହ ସଭାରେ ଉପସ୍ଥିତ ସମସ୍ତ ସଭ୍ୟ ଓ କର୍ମ କର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *