ପାରାଦୀପ ବିଶ୍ୱକର୍ମା ପୂଜା ମହୋତ୍ସବ ଉଦଯାପିତ : ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ ହେଲେ ବିଭିନ୍ନ ସଂଗଠନ
ପାରାଦୀପ – ଦୀର୍ଘ ସପ୍ତାହ ବ୍ୟାପି ଚାଲିଥିବା ଓଡ଼ିଶାର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଶନିବାର ଦିନ ସଫଳତାର ସହ ଉଦଯାପିତ ହୋଇଯାଇଛି l ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ର ବିଭିନ୍ନ ବିଭାଗରେ ଶ୍ରେଷ୍ଠତା ହାସଲ କରିଥିବା ପୂଜା କମିଟି ମାନଙ୍କୁ ପୌର ପ୍ରଶାସନ ପକ୍ଷରୁ ସୂଚନା କେନ୍ଦ୍ର ଠାରେ ପୁରସ୍କୃତ କରାଯାଇଥାଏ l ଏହି କ୍ରମରେ ଶନିବାର ଉଦଯାପନୀ ସନ୍ଧ୍ୟାରେ ପୁରସ୍କାର ବିତରଣୀ ଉତ୍ସବରେ ପାରାଦୀପ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ l ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ବିଭିନ୍ନ ୱାର୍ଡ ର ପାରିଷଦ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l
ବାହ୍ୟ ସାଜସଜ୍ଜା ରେ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା) ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ବିତୀୟ ସ୍ଥାନ ରେ ଡ୍ରମ୍ଫର୍ ୱନର୍ସ ଆସୋସିଏସନ୍ ଓ ତୃତୀୟ ସ୍ଥାନରେ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ରହି ପୁରସ୍କୃତ ହୋଇଥିଲେ । ଆଭ୍ୟନ୍ତରୀଣ ସାଜସଜ୍ଜା ରେ ପାରାଦୀପ ଟ୍ରକ୍ ମାଲିକ ସଂଘ ପ୍ରଥମ, ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ ଦ୍ବିତୀୟ, ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା) ଓ ପାରାଦୀପ ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ୍ ଯୌଥ ଭାବେ ତୃତୀୟ ସ୍ଥାନରେ ରହି ପୁରସ୍କାର ଗ୍ରହଣ କରିଥିଲେ । ଆଲୋକ ସାଜସଜ୍ଜା ରେ ପାରାଦୀପ ବନ୍ଦର ବିଦ୍ୟୁତ ବିଭାଗ ପ୍ରଥମ, ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ଓ ଡ୍ରମ୍ଫର୍ ମାଲିକ ସଂଘ ମିଳିତ ଭାବେ ଦ୍ବିତୀୟ ସ୍ଥାନ ରେ ରହିଥିବା ବେଳେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା) ଓ ପାରାଦୀପ ଟ୍ରକ୍ ମାଲିକ ସଂଘ ମିଳିତ ଭାବେ ତୃତୀୟ ସ୍ଥାନ ଦଖଲ କରିଥିଲେ l ଶାନ୍ତି ଶୃଙ୍ଖଳା ଓ ସାମାଜିକ ବାର୍ତ୍ତା ନେଇ ପ୍ରଥମ ସ୍ଥାନରେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ, ଦ୍ବୀତୀୟ ସ୍ଥାନରେ ପାରାଦୀପ ଟ୍ରକ୍ ମାଲିକ ସଂଘ,ତୃତୀୟ ସ୍ଥାନରେ ଭାରତୀୟ ବନ୍ଦର ମଜଦୁର ସଂଘ କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଭାବେ ଭାରତୀୟ ବନ୍ଦର ମଜଦୁର ସଂଘ କୁ ଏକ ସ୍ବତନ୍ତ୍ର ପୁରସ୍କାର ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଦାନ କରିଥିଲେ l ତେବେ ପୁରସ୍କାର ବିତରଣ ପୂର୍ବରୁ ପ୍ରଥମେ ଯିଏ ବିଶ୍ବକର୍ମା ତଥା ପ୍ରଚ୍ଛଦପଟରେ ରହି ଏହି ପୁଜା ମହୋତ୍ସବ ସଫଳ କରାଇଛନ୍ତି ତଥା ତାଙ୍କ ହାତର ଯାଦୁଗରୀ ରେ ମୁର୍ତି ଓ ତୋରଣ ନିର୍ମାଣ କରିଛନ୍ତି ସେମାନଙ୍କୁ ଭବ୍ୟତାର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କୃତି ପୂଜା କମିଟି ଓ ବ୍ୟକ୍ତି ବିଶେଷ ଙ୍କୁ ପୁରସ୍କାର ପ୍ରଦାନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜ ବକ୍ତବ୍ୟରେ ପାରାଦୀପ ରେ ଏହି ମହୋତ୍ସବ ଏକ ସୁନ୍ଦର ଭାଇଚାରା ବଜାୟ ରଖିବା ସହ ଏହାକୁ ଉତ୍କର୍ଷତାର ସହ ପାଳନ କରି ମନୋରଞ୍ଜନ ଧର୍ମୀର ମାହୋଲ ସୃଷ୍ଟି କରିଥିବାରୁ ସମସ୍ତ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇବା ସହ ମହୋତ୍ସବ ର ଉତ୍ତରୋତ୍ତର କାମନା କରିଥିଲେ ।
ତେବେ ସର୍ବୋପରି ଶାନ୍ତି ଶୃଙ୍ଖଳା ସହିତ ଚଳିତ ବିଶ୍ବକର୍ମା ପୂଜା ଶେଷ ହୋଇ ରବିବାର ଦିନ ସାମୁହିକ ଭାବେ ବିସର୍ଜନ ହୋଇଯାଇଛି । ଏହି ସପ୍ତାହ ବ୍ୟାପି ମହୋତ୍ସବରେ ଲକ୍ଷାଧିକ ଜନସମାଗମ କୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ପୌର ପ୍ରଶାସନ ପକ୍ଷରୁ ଦୈନଦିନ ଉତ୍ସବ ସ୍ଥାନ ଓ ରାସ୍ତାରେ ସଫେଇ ସହିତ ବିଭିନ୍ନ ଷ୍ଟଲ ଓ ଅନୁଷ୍ଠାନ ମାନଙ୍କୁ ପାନୀୟ ଜଳ ଯୋଗାଣ ଏବଂ ସୂଚନା କେନ୍ଦ୍ର ରେ ସାଧାରଣରେ ସଚେତନ ନିମନ୍ତେ ଡାକବାଜି ଯନ୍ତ୍ରରେ ବିଭିନ୍ନ ସୂଚନା ପ୍ରଦାନ ସାଙ୍ଗକୁ ପୁରୁଣା ଓଡ଼ିଆ ରେକର୍ଡ ସଂଗୀତ ପ୍ରସାର ସାଧାରଣରେ ବେସ ଆଦୃତ ହୋଇଥିବାର ଦେଖିବାକୁ ମିଳିଥିଲା l ଏତଦବ୍ୟତୀତ ପୂଜା ଉତ୍ସବର ବହୁଳ ପ୍ରଚାର ପ୍ରସାର ସୁବିଧା ନିମନ୍ତେ ପାରାଦୀପ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମ୍ବାଦିକ ପ୍ରକୋଷ୍ଠ ମଧ୍ୟ ସାଧାରଣରେ ବେସ ଆଦୃତ ହୋଇଥିଲା l ଖବର ପ୍ରସ୍ତୁତ ବ୍ୟତୀତ ପୂଜାରେ ବୁଲି ଅସହ୍ୟ ଗୁଳୁଗୁଳି ରେ କ୍ଲାନ୍ତ ବୃଦ୍ଧ, ବୃଦ୍ଧା, ଶିଶୁ ଓ ମହିଳା ମାନେ ଏହି ବ୍ୟବସ୍ଥିତ ଥଣ୍ଡା ପ୍ରକୋଷ୍ଠ ରେ ଆଶ୍ରୟ ନେଉଥିବାର ଦେଖାଯାଇଥିଲା l