ପାରାଦୀପ ରିଫାଇନାରୀ ପକ୍ଷରୁ ମକଡ୍ରିଲ ଆୟୋଜିତ
ପାରାଦୀପ – ଆଇଓସିଏଲ ପାରାଦୀପ ରିଫାଇନାରୀ ପକ୍ଷରୁ ଜୁଲାଇ ୭ ତାରିଖ ରେ ଲେଭେଲ-୩ ଅନ ସାଇଟ କମ୍ ଅଫ ସାଇଟ ଇମର୍ଜେନ୍ସି ମକଡ୍ରିଲ ଆୟୋଜିତ ହୋଇଯାଇଛି l ଏହାର ଉଦ୍ଦେଶ୍ୟ ଥିଲା, ରିଫାଇନାରୀ ର ବାହ୍ୟ ଅଞ୍ଚଳ କୁ ପ୍ରଭାବିତ କରୁଥିବା ଘଟଣା ପାଇଁ ରିଫାଇନାରୀ ର ଜରୁରୀକାଳୀନ ପ୍ରତିକ୍ରିୟା ଓ ପ୍ରସ୍ତୁତି ର ପ୍ରଭାବ ଯାଂଚ କରିବା ଏବଂ ଷ୍ଟେକ ହୋଲଡ଼ର ଏବଂ ମ୍ୟୁଚୁଆଲ ଏଡ ଇଣ୍ଡଷ୍ଟ୍ରିଜ ସହିତ ସହଯୋଗ ରେ ବିପର୍ଯ୍ୟୟ ପରିସ୍ଥିତି ର ମୁକାବିଲା ପାଇଁ ପ୍ରସ୍ତୁତ ହେବା l ପାରାଦୀପ ରିଫାଇନାରୀ ର ଜରୁରୀ କାଳୀନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ଏହି ଡ୍ରିଲ ଆୟୋଜନ କରାଯାଇଥିଲା l ଶ୍ରୀଯୁକ୍ତ ଚନ୍ଦ୍ରଶେଖର ବେହେରା, ସହକାରୀ ନିର୍ଦ୍ଦେଶକ ( କାରଖାନା ଏବଂ ବଏଲର) ଏହି ମକଡ୍ରିଲ ର ସମୀକ୍ଷା କରିଥିଲେ l

ପାରାଦୀପ ରିଫାଇନାରୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ରିଫାଇନାରୀ ପ୍ରମୁଖ ଶ୍ରୀ କୌଶିକ ବସୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ପାରାଦୀପ ରିଫାଇନାରୀ ମ୍ୟାନେଜମେଣ୍ଟ, ଏନଡିଆରଏଫ ଟିମ, ରାଜ୍ଯ ପୋଲିସ ସେବା, ମ୍ୟୁଚୁଆଲ ଏଡ ପାର୍ଟନର – ଏମ୍ /ଏସ୍ ପିପିଏଲ୍, ଏମ୍ /ଏସ୍ ଇଫକୋ, ଏମ୍ /ଏସ୍ ପିପିଏ, ପିଏଚବିପିଏଲ ଏବଂ ପାରାଦୀପ ରିଫାଇନାରୀର ଅଗ୍ନିଶମ ସେବା ଟିମ ଅଂଶ ଗ୍ରହଣ କରିଥିଲେ l ପାରାଦୀପ ରିଫାଇନାରୀ ର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ରେ କ୍ଲୋରିନ୍ ଗ୍ୟାସ ଲିକ୍ ହୋଇ କ୍ଲୋରିନ୍ ଗ୍ୟାସ ର ମାତ୍ରା ରିଫାଇନାରୀ ପରିସର ବାହାରକୁ ବ୍ୟାପିଗଲେ ତାହାକୁ ସଫଳତା ର ସହ କିପରି ମୁକାବିଲା କରାଯିବ ସେହି ବିଷୟ ବସ୍ତୁ ଉପରେ ମକଡ୍ରିଲ ଆଧାରିତ ଥିଲା l ଏହି ମକଡ୍ରିଲର ଅଂଶ ସ୍ଵରୂପ ନିକଟସ୍ଥ ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା l ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରୋଟୋକଲ ଅନୁସାରେ ପ୍ରତିକ୍ରିୟା ଏବଂ ନିୟନ୍ତ୍ରଣ ପଦକ୍ଷେପ ବ୍ୟବସ୍ଥିତ ଓ କାର୍ଯ୍ୟକାରୀ କରାଯାଇଥିଲା l
paradeep ru prasanta dash nka report
