ପାରାଦ୍ୱୀପ ନଗର କଂଗ୍ରେସ ପକ୍ଷରୁ ସରକାର ବିରୋଧୀ ଶୋଭାଯାତ୍ରା ଅନୁଷ୍ଠିତ
ପାରାଦ୍ୱୀପ-ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ଯୋଜନା ଓ ସମ୍ବିଧାନ ବିରୋଧୀ ନୀତି ବିରୋଧରେ ପାରାଦ୍ୱୀପ ନଗର କଂଗ୍ରେସ ପକ୍ଷରୁ ଅକ୍ଟୋବର ୭ ତାରିଖ ବୁଧବାର ପୂର୍ବାହ୍ନରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ଅକ୍ଟୋବର ୮ ତାରିଖ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି।
ମୁଖ୍ୟତଃ ନିର୍ବାଚନ କମିଶନଙ୍କ ଇସ୍ତଫା ଓ ଭୋଟର ତାଲିକା ସଂଶୋଧନ, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ଦୁର୍ନୀତିମୁକ୍ତ ପ୍ରଶାସନ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶୋଭାଯାତ୍ରା ବାହାରି ଥିଲା ଏବଂ ମଧୁବନ ସ୍ଥିତ ଆମ୍ବେଦକର ଭବନ ସମ୍ମୁଖରେ ଥିବା ସମ୍ବିଧାନ ପ୍ରଣେତା ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରି ଶୋଭାଯାତ୍ରା ସମାପନ ହୋଇଥିଲା। ଅକ୍ଟୋବର ୮ ତାରିଖ ଦିନ ଓଡ଼ିଶା ବନ୍ଦ କୁ ସଫଳ କରିବା ପାଇଁ ସାଧାରଣ ଲୋକଙ୍କ ସହଯୋଗ କାମନା କରିଥିଲେ।
ନଗର କଂଗ୍ରେସ ସଭାପତି ଶ୍ରୀ କେଦାର ବିଶ୍ଵାଳଙ୍କ ନେତୃତ୍ବରେ ଆୟୋଜିତ ଶୋଭାଯାତ୍ରାରେ ପିସିସି ସମ୍ପାଦକ ଶ୍ରୀ ବିଶ୍ୱଜିତ ଦାସ ଓ ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଶ୍ରୀ ନିରଞ୍ଜନ ନାୟକ ଯୋଗ ଦେଇଥିଲେ ଏବଂ ନାରୟଣ ସ୍ୱାଇଁ,ଶ୍ରୀ ତ୍ରିନାଥ ମହାନ୍ତି, ଚନ୍ଦ୍ର ଶେଖର ମହାପାତ୍ର, କୃପାସିନ୍ଧୁ ଦାସ, ପଦ୍ମ ସମ୍ଭୂତ ମହାନ୍ତି।ଧରିତ୍ରୀ ସାମଲ,ସରୋଜ ପ୍ରଧାନ, କୌଶଲ୍ୟା ମହାନ୍ତି, ସ୍ନେହ ମହାନ୍ତି, ପ୍ରସନ୍ନଜିତ ମାଇତି,ପୁଷ୍ପା ଦାସ, ସସ୍ମିତା ମହାନ୍ତି,କୁନ୍ତଳା ପାତ୍ରଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ଯୋଗଦେଇଥିଲେ।
