December 2, 2024
Home » ପୁଣି ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ପୁଣି ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

0

ରାଞ୍ଚି: ପୁଣି ଥରେ ଝାଡଖଣ୍ଡରେ ଏକ ବଡ଼ ବିଜୟ ହାସଲ କରିଛି ଜେଏମଏମ । ଜେଲ ଯିବା ପରେ ମଧ୍ୟ ହେମନ୍ତ ସୋରେନଙ୍କ ଲୋକପ୍ରିୟତା କମିନି । ଏଥର ମଧ୍ୟ ଝାଡ଼ଖଣ୍ଡରେ ସରକାର ହେବାକୁ ଯାଉଛନ୍ତି ହେମନ୍ତ ସୋରେନ । ଆଜି ଲଗାତର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ । ଗତ ୨୪ ନଭେମ୍ବରରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ ସୋରେନ ।

ରାଞ୍ଚିର ମୋରାବାଡ଼ି ଗ୍ରାଉଣ୍ଡରେ ହେବ ଶପଥ ଗ୍ରହଣ ସମାରୋହ । ଏହି ଶପଥ ଗ୍ରହଣ ସମାରୋହରେ ଇଣ୍ଡିଆ ମେଣ୍ଟରେ ଥିବା ଅନେକ ଦଳର ବରିଷ୍ଠ ନେତାମାନେ ଯୋଗଦେବେ । ମୁଖ୍ୟତଃ ରାହୁଲ ଗାନ୍ଧି, ମମତା ବାନାର୍ଜୀ ଏବଂ ଶରଦ ପାୱାର ଏହି ସମାରୋହରେ ଯୋଗ ଦେବେ । ଏଥିସହ ସୋରେନଙ୍କ ପ୍ରାୟ ୩୫ ହଜାର ସମର୍ଥକ ଶପଥ ସମାରୋହରେ ସାମିଲ ହେବେ ।

ହେମନ୍ତ ସୋରେନଙ୍କ ସହ ତାଙ୍କ କ୍ୟାବିନେଟର କିଛି ମନ୍ତ୍ରୀ ମଧ୍ୟ ନେବେ ଶପଥ । ଜେଏମଏମରୁ ୬, କଂଗ୍ରେସରୁ ୪ ଓ ଆରଜେଡିରୁ ଜଣେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ସୂଚନା ମିଳିଛି । ତେବେ ଏଥର ନିର୍ବାଚନରେ ହେମନ୍ତ ସୋରେନଙ୍କ ମନ୍ତ୍ରିମଣ୍ଡଳରେ ଥିବା ୪ ଜଣ ମନ୍ତ୍ରୀ ହାରି ଯାଇଛନ୍ତି । ତେଣୁ କିଛି ନବାଗତଙ୍କୁ କ୍ୟାବିନେଟରେ ସୁଯୋଗ ମିଳିପାରେ ।

ସୂଚନାଯୋଗ୍ୟ, ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଜେଏମଏମ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟକୁ ୫୬ଟି ଆସନ ମିଳିଥିବା ବେଳେ ବିଜେପିକୁ ମାତ୍ର ୨୧ଟି ଆସନ ମିଳିଛି ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *