January 25, 2025
Home » ପୁରୀ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚଢାଉ

ପୁରୀ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚଢାଉ

0

ପରିବହନ କମିସନର ଅମିତାଭ ଠାକୁର ,ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଆର ଟି ଓଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ନ କରିବା, ନିର୍ଦ୍ଧାରିତ ଦର ଆକାର ରେ ଭଡ଼ା ନେବା, ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଇତ୍ୟାଦି ନୀୟମ କୁ କଡ଼ା କଡ଼ି ଭlବେ ପାଳନ କରିବାକୁ ଆର୍ ଟି ଓ ଚଢାଉ ବେଳେ ତାଗିଦ୍ କରିଥିଲେ l

ପୁରୀ ଆର୍ ଟି ଓ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଟିତ ଏହି ଚଢାଉ ବେଳେ ଅତ୍ୟଧିକ ଭଡ଼ା ନେବା ଓ ଭଡ଼ା ଦର ତାଲିକା ନଲଗେଇବା, ଯାତ୍ରୀ କୁ ଟିକେଟ୍ ନ ଦେବା ଅଭିଯୋଗରେ ଯାତ୍ରୀ ବାହି ବସ କୁ ୪୨ ହଜାର ଟଙ୍କା ଜୋରିମାନା କରାଯାଇଛି।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *