ପୁରୁଷ ପାରା ବ୍ୟାଡମିଣ୍ଟନ ଇଣ୍ଡୋନେସିଆରେ କଳାହାଣ୍ଡିର ଆକାଶ ମୁଣ୍ଡ
ଇଣ୍ଡୋନେସିଆରେ ଆୟୋଜିତ ଅନ୍ତର୍ଜାତୀୟ ପୁରୁଷ ପାରାବେଡମିଣ୍ଟନ ଚମ୍ପିଆନସିପ ପ୍ରତିଯୋଗିତାରେ କଳାହାଣ୍ଡିର ଯୁବ ଖେଳାଳି ଆକାଶ ମୁଣ୍ଡ ସାମିଲ ହୋଇଛନ୍ତି । ଇଣ୍ଡୋନେସିଆ, ସୁରକର୍ତ୍ତା ସହରର ମହମ୍ମଦିଆ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ୬ଜଣ ଖେଳାଳିଙ୍କ ସମେତ ଭାରତରୁ ପ୍ରାୟ ୬୦ଜଣ ଭାଗ ନେଇଛନ୍ତି ।ଏସଏଲ୩, ଗ୍ରୁପ୍ ୨ ପ୍ରତିଯୋଗିତାରେ ଆକାଶ ଏକକ ଓ ଯୁଗଳ ବର୍ଗରେ ଖେଳିବେ ।
ଚଳିତ ଇଣ୍ଡୋନେସିଆ ଜାତୀୟ ପାରାବେଡମିଣ୍ଟନ ସଂଘ ଦ୍ବାରା ଆୟୋଜିତ ପ୍ରତିଯୋଗିତାରେ ବିଶ୍ଵର ବିଭିନ୍ନ ଦେଶର ବହୁ ନାମୀ ଖେଳାଳି ସାମିଲ ହୋଇଛନ୍ତି । ସେମାନଙ୍କ ନିକଟରୁ ଖେଳର ବିଭିନ୍ନ ଦିଗ ସମ୍ପର୍କରେ ଶିକ୍ଷା ଗ୍ରହଣ କରିହେବ ବୋଲି ଆକାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି । କଳାହାଣ୍ଡିର ଏହି ଯୁବ ପାରାବେଡମଣ୍ଟନ ଖେଳାଳି ଜଣକ ପୂର୍ବରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଏକକ ବର୍ଗରେ ଚମ୍ପିଆନ ଆଖ୍ୟା ପାଇବା ସହିତ ସ୍ଵର୍ଣ୍ଣପଦକ ପାଇଥିଲେ ।
ଜାମସେଦପୁରରେ ଅନୁଷ୍ଠିତ ଜାତୀୟ ଚମ୍ପିଆନସିପ୍ରେ କୃତିତ୍ଵ ହାସଲ ପରେ ଅନ୍ତର୍ଜାତୀୟ ପାରା ବେଡ଼ମିଣ୍ଟନ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଆକାଶ ଅନ୍ତର୍ଜାତୀୟ ଖେଳରେ ସାମିଲ ହେବା ଯୋଗୁଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟୁଛି । ସୂଚନାଯୋଗ୍ୟ ଯେ,ଓଡିଶା ରାଜ୍ୟ ବ୍ୟାଙ୍କିଙ୍ଗ୍ ପାରା ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟରେ ଆକାଶ ରଂଜନ ମୁଣ୍ଡ ବିଜୟୀ ୨୦୨୪ ର ଏସଏଲ୍ ୩ ବର୍ଗରେ ଚାମ୍ପିଅନସିପ୍ ଟାଇଟଲ୍ ହାସଲ କରିଥିଲେ।ଏହି ପ୍ରତିଯୋଗୀତା ପାରା ସ୍ମୋର୍ଟସ୍ ଆସୋସିଏସନ୍ ଅଫ୍ ଓଡିଶାର ଉଦୟ ସ୍ପୋର୍ଟସ୍ ଏକାଡେମୀ ଭୁବନେଶ୍ବର ଏବଂ ରୋଟାରୀ କ୍ଲବ୍ ର ସହଯୋଗରେ
ଅନୁଷ୍ଠିତ ହୋଇଥଲା।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..