September 15, 2024
Home » ପୂର୍ବତନ ପ୍ରଦେଶ କଂଗ୍ରେସ ଯୁବ କଂଗ୍ରେସ ସଭାପତି ସ୍ବର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ପୂର୍ବତନ ପ୍ରଦେଶ କଂଗ୍ରେସ ଯୁବ କଂଗ୍ରେସ ସଭାପତି ସ୍ବର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

0
ଭୁବନେଶ୍ୱର :  ଭୁବନେଶ୍ୱର ସତ୍ୟନଗର ସ୍ଥିତ ଆର ଆର କନଭେନସନ ଠାରେ ରାଜ୍ୟସ୍ତରୀ ସଂଗ୍ରାମୀ କେଶରୀ ଜେନା ସ୍ମୃତିସଂସଦ ପକ୍ଷରୁ ସଂସଦର ଅଧ୍ୟକ୍ଷ ତଥା ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କ ସଭାପତିତ୍ୱରେ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସଂଗ୍ରାମ ଥିଲେ ଜଣେ ସୁଯୋଗ୍ୟ ଏବଂ ଆଦୃତ ଯୁବନେତା । ଯୁବକ ଓ ଛାତ୍ରମାନଙ୍କୁ ଏକାଠି ବାନ୍ଧି ରଖିବାର କୌଶଳ ତାଙ୍କୁ ଜଣାଥିଲା । ଅନ୍ୟ ପକ୍ଷରେ ସେ ଥିଲେ ଆଚରଣ ଓ ଉଚାରଣ ସିଦ୍ଧ । କର୍ତବ୍ୟପରାୟଣ, ସାଧୁତା, ବିଚାର ଓ ବିବେକ, ନିଷ୍କପଟତା ଏବଂ ନିରପେକ୍ଷତା ଦୃଷ୍ଟିରୁ ସେଥିଲେ ଜଣେ ଆଦର୍ଶ ବ୍ୟକ୍ତି । ତାଙ୍କର ଅନୁପସ୍ଥିତିକୁ କଂଗ୍ରେସ ଦଳ ଅନୁଭବ କରୁଛି । ବାଙ୍ଗଲାଦେଶର ଆଜିର ରାଜନୈତିକ ସ୍ଥିତିକୁ ବିଚାରକୁ ନେଲେ ଛାତ୍ର ଓ ଯୁବ ଶକ୍ତି ରାଷ୍ଟ୍ର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ବୋଲି ପରିଦୃଷ୍ଟ ହୋଇଛି । ବିଶେଷକରି ଓଡ଼ିଶାରେ ଛାତ୍ର ଓ ଯୁବକ ମାନଙ୍କର ଦିଗଦ୍ରଷ୍ଟା ଥିଲେ ସଂଗ୍ରାମ । ଯଦି ଏଠାର ଉପସ୍ଥିତ ଛାତ୍ର ଓ ଯୁବ ନେତାଙ୍କ ଦ୍ୱାରା ଆମ ରାଜ୍ୟର ମଙ୍ଗଳ ପାଇଁ ଏକ ପ୍ରଭାବୀ ଯୁବ ଆନ୍ଦୋଳନ ବା ଛାତ୍ର ଆନ୍ଦୋଳନ ହୁଏ ତେବେ ତାହା ହେବ ସଂଗ୍ରାମ ଜେନାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ କହିଥିଲେ ସଂଗ୍ରାମ ଜେନା ଥିଲେ ଜଣେ ଫାୟାର ବ୍ରାଣ୍ଡ ଯୁବ ନେତା । ସେ ଥିଲେ ସାହସୀ ଏବଂ ଦୁଃସାହସୀ ମଧ୍ୟ । ବିନା ମାସ୍କରେ ସେ ପିପିଲି ଉପନିର୍ବାଚନରେ ପ୍ରଚାର କରୁଥିଲେ । ସେତବେଳେ କରୋନାର ବିଭିଷୀକାରେ ସମସ୍ତେ ଆତଙ୍କିତ ଥିଲେ । ସେ କଂଗ୍ରେସ ଦଳ ପାଇଁ ଜୀବନ ଉତ୍ସର୍ଗ କରିଛନ୍ତି । ପ୍ରତିଶ୍ରୁତି ଦେଇ ତାହାକୁ ନିଶ୍ଚିତ ପାଳନ କରିବା ଥିଲା ସଂଗ୍ରାମଙ୍କର ବ୍ୟକ୍ତିତ୍ୱର ବିଶେଷତ୍ୱ । ସେ ଥେôଲ କଂଗ୍ରେସ ବିଚାରର ବାହକ । ରାହୁଲ ଜୀ ଯେଉଁ ପଦଯାତ୍ରା କରି ଦେଶରେ ଏକ ବିପ୍ଳବ ସୃଷ୍ଟି କରିଛନ୍ତି ସେହି ପଦଯାତ୍ରାର ବାର୍ତାକୁ ସଂଗ୍ରାମ ସଠିକ ଭାବରେ ଓଡ଼ିଶାର ପୂରପଲ୍ଲୀରେ ପ୍ରଚାର କରିପାରିଥାନ୍ତେ । ଯଦି ବଂଚିକିରି ଥା’ନ୍ତେ ଏବେ ଓଡ଼ିଶା ରାଜନୀତିର ମୁଖ୍ୟ ଧାରାରେ ସେ ଜଣେ ଅପ୍ରତିଦ୍ୱନ୍ଦି ନେତା ଭାବରେ ନିଜର ପରିଚୟକୁ ପ୍ରତିଷ୍ଠିତ କରିସାରିଥାନ୍ତେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ ସଂଗ୍ରାମ ଥିଲେ ଜଣେ ଯୁଝାଡ଼ୁ ଯୁବ ନେତା । ତାଙ୍କର ବିୟୋଗରେ ଏକ ସମ୍ଭାବନାପୂର୍ଣ୍ଣ ଭବିଷ୍ୟତର ମୃତ୍ୟୁ ହେଲା । ପ୍ରଚଣ୍ଡ ପ୍ରତିଭାର ଅପମୃତ୍ୟୁ ହେଲା । ସେଥିଲେ ଯୁବକ ଓ ଛାତ୍ରମାନଙ୍କର ଆଇକନ । ଏ ରାଜ୍ୟ ଏବଂ କଂଗ୍ରେସ ଦଳ ତାଙ୍କର ରାଜନୈତିକ ଗୁରୁତ୍ୱ ଅନୁଭବ କରିଥିଲା । କଂଗ୍ରେସ ଦଳରେ ଦୀଘ ୨୦ ବର୍ଷ ଧରି ସେ ନିଶ୍ୱାର୍ଥପର ଭାବରେ ନିରନ୍ତର ସେବା କରି ଆସୁଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ ଯୋଗଦେଇ କହିଥିଲେ ଯେ ସ୍ୱର୍ଗୀୟ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପରେ ଓଡ଼ିଶାର ଯୁବ ଛାତ୍ରମାନେ ସଂଗ୍ରାମ ଜେନାକୁ ତାଙ୍କର ଆଦର୍ଶ ଭାବରେ ଗ୍ରହଣ କରିଥିଲେ । କଂଗ୍ରେସ ସଂଗଠନକୁ ସଶକ୍ତ କରିବାପାଇଁ ସେ ପ୍ରତିଦିନ ସମୟ ଓ ଶ୍ରମଦାନ କରୁଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏପରିକି ନିର୍ବାଚନ ମଣ୍ଡଳୀରେ ସିଏ ଏକ ସ୍ୱତନ୍ତ୍ର ସଂଗଠନ ଠିଆ କରିବାଭଳି କ୍ଷମତା ରଖିଥିଲେ । ଏଆଇସିସି ସମ୍ପାଦକ ଶ୍ରୀ ଶରତ ରାଉତ କହିଥିଲେ ଯେ ଜଣେ ବନ୍ଧୁ ପୁତ୍ର ଭାବରେ ମୁଁ ଅତି ପିଲାବେଳୁ ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ଅତି ନିକଟରୁ ଦେଖିଛି ।  ସେଥିଲେ ଗୋଟେ ସୁନାମୁଣ୍ଡା ଏବଂ ଉତମ ସ୍ୱଭାବ ସଂପନ୍ନ ବିବେକବନ୍ତ ମଣିଷ ।
ପରିଶେଷରେ ଅନୁଷ୍ଠାନର ସଭାପତି ଶ୍ରୀ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ସଂଗ୍ରାମ ଓଡ଼ିଶାରେ ଯୁବକ ଓ ଛାତ୍ରମାନଙ୍କର ଅଧିକାର ପାଇଁ ଲଢ଼େଇ କରୁଥିଲା ।
ଦୁଃଖି, ରଙ୍କି, ଦରିଦ୍ର, ନିଷ୍ପେସିତ, ଗରିବ ଛାତ୍ର ଓ ଅସହାୟ ବ୍ୟକ୍ତିଙ୍କୁ ସେ ମୁକ୍ତ ହସ୍ତରେ ଦାନ କରୁଥିଲେ । ସଂଗ୍ରାମ ଜେନାଙ୍କର ଅନୁଜ ତଥା ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ମନୋଜ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ସଂଗ୍ରାମଙ୍କର ଜ୍ୟେଷ୍ଠା କନ୍ୟା ଦେବାଂଶୀ ଓ ଜାନଭୀ ସଂଗ୍ରାମଙ୍କ ଉପରେ ଇଂରାଜୀରେ ସଂକ୍ଷେପରେ ଏକ ଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିରୋଧିଦଳ ନେତା ନରସିଂହ ମିଶ୍ର, ହାଇକୋର୍ଟ ବାରଆସୋସିଏସନ ସଭାପତି ବିଜୟ ଦାସ, ସଂଗ୍ରାମଙ୍କର ପିତା ତଥା ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ମହମ୍ମଦ ମୋକିମ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ମାନସ ଚୌଧୁରୀ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ସସ୍ମିତା ବେହେରା, ବିଭୁତି ମିଶ୍ର, ୟାସିର ନୱାଜ, ଉଦିତ ପ୍ରଧାନ, ମନୋଜ ରାଉତ, ବିଶ୍ୱଜିତ ଦାଶ, ଭୁଜବଳ ମାଝୀ, ଦେବେନ୍ଦ୍ର ଶର୍ମା, ପୃଥିବୀ ବଲ୍ଲଭ ପଟ୍ଟନାୟକ,  ଜିଆଉଲ ହକ, ସୁବ୍ରତ ମହାପାତ୍ର, ଦେବେନ୍ଦ୍ର ମହାନ୍ତି, ସନ୍ତୋଷ ଜେନା, ପ୍ରଶାନ୍ତ ଚମ୍ପତି, ପ୍ରତାପ ପ୍ରଧାନ, ସୁଦୀପ ସାମଲ, ନିହାର ବେହେରା, ଗୋପନ ମାର୍ଥା, ଜାନକୀ ମଲ୍ଲିକ, ଶ୍ରୀନାଥ ମିଶ୍ର, କନକ ମଲ୍ଲିକ, ସଂଗ୍ରାମ ଦାଶ, ଜନାର୍ଦ୍ଦନ ଦେହୁରୀ, ରଜତ ଚୌଧୁରୀ, ନାରାୟଣ ଜେନା, ମନୋଜ ମହାପାତ୍ର, ଅଭିଳାଷ ମାଣିଆ, ସଂଜୀବ ଗିରି, ରବି ରାୟ, ପ୍ରଭାସକର ମହାପାତ୍ର, ନଟବର ବାରିକ, ସୁବ୍ରତ ଦାସ, ଅମରେଶ ପରିଡ଼ା, ପ୍ରଭାତ ପ୍ରତାପ ସିଂ, ଅଜୟ ସାହୁ, ମହମ୍ମଦ ପରଭେଜ, କାର୍ତିକେଶ୍ୱର କାଣ୍ଡି, ବଳରାମ ନନ୍ଦ, ବଟକୃଷ୍ଣ ରାଉତରାୟ, ଜ୍ୟୋତିଷ ସାହୁ, ସ୍ୱାଗତ କର, ଜିତେନ୍ଦ୍ର ମଲ୍ଲିକ, ବିପ୍ଳବ ଶିଲାଦିତ୍ୟ, ମହମ୍ମଦ ଇମଦାଦ, ମନୋଜ ମିଶ୍ର, ସାଗର ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ଜଗଦିଶ ଗଜେନ୍ଦ୍ର, ଅଭିଜିତ ଜେନା, ମିର୍ଜା ଇସଲାମ ବେଗ, ଗଣେଶ ଦାଶ, ଭବାନୀ ମହାପାତ୍ର, ସୁନିଲ ଦାସ, ଶିଳ୍ପିଶ୍ରୀ ହରିଚନ୍ଦନ, ତୁଷାରକନ୍ତା ତପସ୍ୱୀ, ଶ୍ରିୟାସ୍ମିତା ପଣ୍ଡା, ବିଶ୍ୱଭୂଷଣ ମହାପାତ୍ର, ଆଲୋକ ମହାନ୍ତି, ମହମ୍ମଦ ସମିଉଲ, ଲିପ୍ସା ନାୟକ, ବିଂରଚି ବାରିକ, ତରୁଣ ମିଶ୍ର, ନଳିନୀକାନ୍ତ ନାୟକ, ହେମନ୍ତ କର, ବିଭୁ ପ୍ରସାଦ ଜେନା, ଚନ୍ଦ୍ର ପରିଡ଼ା, ବେଣୁଧର ସାହୁ, ଉତ୍କଳ ରାଉତରାୟ, ଭେଲୁ ମିଶ୍ର, ନିରଞ୍ଜନ ରଥ, ଶ୍ରୀଧର ବେହେରା, ନିର୍ମଳ ରାଉତ, ଶରତ ନାୟକ, ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଭୁବନେଶ୍ୱର ଇପିଏ ରୁ ମଧୁସୂଦନ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *