August 25, 2026
Home » ପୋଲିସ କରୁଛି ଗଞ୍ଜେଇ ବେପାର : ଭାଇରାଲ୍ କଲ୍ ରେକର୍ଡର ପାଇଁ ବଦଳିଲେ ପୋଲିସ ଅଧିକାରୀ l

ପୋଲିସ କରୁଛି ଗଞ୍ଜେଇ ବେପାର : ଭାଇରାଲ୍ କଲ୍ ରେକର୍ଡର ପାଇଁ ବଦଳିଲେ ପୋଲିସ ଅଧିକାରୀ l

0
WhatsApp Image 2026-08-25 at 1.40.38 PM

ସୁବର୍ଣ୍ଣପୁର — ପୋଲିସ କରୁଛି ଗଞ୍ଜେଇ ବେପାର l କଥାଟି ଆପଣଙ୍କୁ ଅଡୁଆ ଲାଗିପାରେ l ହଁ ପାଠକ ବନ୍ଧୁ ଏହା ସତ ଘଟଣା l ବୌଦ୍ଧ ଜିଲ୍ଲା ରେ ପୋଲିସ ଗଞ୍ଜେଇ ବେପାରୀ ସହିତ ସମ୍ପର୍କ ବହୁତ ନିବିଡ l ଗଞ୍ଜେଇ ମାଫିଆ ଙ୍କୁ ସହଯୋଗ କରିବା ଫଳରେ ନିକଟରେ ମନମୁଣ୍ଡା ଥାନା ଆଇ ଆଇ ସି ଙ୍କୁ ନିଲମ୍ବିତ କରାଯାଇଛି l ଏବେ ପୁଣି ଗଞ୍ଜେଇ ମାଫିଆ ଙ୍କ ସହିତ ପୋଲିସ ବାବୁ ଙ୍କ କଲ ଭାଇରାଲ ହେବା ଫଳରେ ଅନ୍ୟତ୍ର ବଦଳି କରାଯାଇଛି ପୋଲିସ ବାବୁ ଙ୍କୁ l
​ସୋସିଆଲ ମିଡିଆରେ କଲ୍ ରେକର୍ଡିଂ ଭାଇରାଲ୍ ହେବା ପରେ ବୌଦ୍ଧ ପୋଲିସ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି l ବୌଦ୍ଧ ମୋଡେଲ ଥାନା ଆଇଆଇସି ନଳିନୀକାନ୍ତ ଦାସଙ୍କୁ ଜିଲ୍ଲା ପୋଲିସ ହେଡକ୍ୱାର୍ଟରକୁ ବଦଳି କରାଯାଇଛି।​ତାଙ୍କ ସ୍ଥାନରେ ପୁରୁଣାକଟକ ଥାନା ଆଇଆଇସି ରଞ୍ଜିତ ମୁନିଙ୍କୁ ବୌଦ୍ଧ ମୋଡେଲ ଥାନାର ନୂତନ ଆଇଆଇସି ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ହେଡକ୍ୱାର୍ଟରରେ ଥିବା ଇନ୍ସପେକ୍ଟର ବବିତା ସାହୁଙ୍କୁ ପୁରୁଣାକଟକ ଥାନା ଆଇଆଇସି ଭାବେ ପୋଷ୍ଟିଂ କରାଯାଇଛି।
​ଏହା ସହିତ ଜିଲ୍ଲାର ୩ ଜଣ ASI ଙ୍କର ମଧ୍ୟ ଅଦଳବଦଳ ହୋଇଛି l
​ପ୍ରାଣବନ୍ଧୁ ସାହୁ (ASI) ବାଘିଆପଡ଼ା ଫାଣ୍ଡି RO, ବୌଦ୍ଧ
​ବ୍ରହ୍ମାନନ୍ଦ ପ୍ରଧାନ (ASI): ଜାନାପଙ୍କ ଫାଣ୍ଡି, ବାଘିଆପଡ଼ା ଫାଣ୍ଡି
​ପୀତାମ୍ବର ବେହେରା (ASI): RO, ବୌଦ୍ଧ, ଜନାପଙ୍କ ଫାଣ୍ଡିକୁ ବଦଳି କରାଯାଇଛି l
​ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଅଧିକାରୀଙ୍କୁ ତୁରନ୍ତ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ କୁହାଯାଇଛି l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *