February 7, 2025
Home » ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦ୍ର ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦ୍ର ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

0

 

ବୌଦ୍ଧ — ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦ୍ର ଠାରେ ବିଶ୍ଵଭାତୃତ୍ୱ ଓ଼ ସୁରକ୍ଷା ର ପର୍ବ ରାକ୍ଷୀ ବିଷୟ ନେଇ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଓ଼ ଡ. ପ୍ରବୀର କୁମାର ଦାଶ ସମ୍ମାନୀୟ ଅତିଥି ରୂପେ ଯୋଗଦାନ ଦେଇଥିଲେ l କେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ଗୌରୀ ଭଉଣୀ କାର୍ଯ୍ୟକ୍ରମ ର ବିଷୟ ଉପରେ ଆଲୋକପାତ କରି କହିଲେ ବିଶ୍ୱ ଏକ ପରିବାର, ପ୍ରଭୁପିତା ଙ୍କ ଆମେ ସବୁ ସନ୍ତାନ, ଆତ୍ମିକ ରୂପରେ ସମସ୍ତେ ପରସ୍ପର ଭାଇ ଭାଇ ଅଟୁ ଓ଼ ଆମ ସମସ୍ତଙ୍କ ପ୍ରକୃତ ସୁରକ୍ଷା ଦାତା ଏକ ପରମେଶ୍ୱର ଅଟନ୍ତି l

ବର୍ତ୍ତମାନ ସମୟରେ ଆମେ ବିଭିନ୍ନ ବନ୍ଧନ ଯଥା – ନିଜ ଦୈହିକ ବନ୍ଧନ,ପଞ୍ଚ ବିକାର, ବ୍ୟସନ, କର୍ମ, ଲୌକିକ ସମ୍ବନ୍ଧ, ବସ୍ତୁ,ବୈଭବ ଇତ୍ୟାଦି ର ସୁକ୍ଷ୍ମ ଆକର୍ଷଣୀୟ ରେ ବାନ୍ଧି ହୋଇ ମାନସିକ ଓ଼ ଶାରୀରିକ ଯନ୍ତ୍ରଣା ରେ ଛଟପଟ ହେଉଛୁ l ଏଥିରୁ ମୁକ୍ତ ହେବା ପାଇଁ ପରମପିତା ପରମାତ୍ମା ଏହି ବିଦ୍ୟାଳୟ ରେ ଆତ୍ମଜ୍ଞାନ ଓ଼ ରାଜଯୋଗ ବିଦ୍ୟା ପ୍ରଦାନ କରୁଛନ୍ତି l ବର୍ତ୍ତମାନ ସୃଷ୍ଟି ର ସଙ୍ଗମ ମୁହୂର୍ତ୍ତ,ଏ ସମୟରେ ଆମକୁ ନିଜର ଆତ୍ମିକ ପିତାଙ୍କ ସହିତ ମନ ଓ଼ ବୁଦ୍ଧି ରୂପକ ଡୋରିରେ ବାନ୍ଧି ହୋଇପାରିଲେ, ତାଙ୍କ ର ଆଶିଷ କୃପା ବଳରେ ବିକଳ୍ପ ଓ଼ ବିକର୍ମ ସବୁ ଦଗ୍ଧ ହୋଇଯିବ, ଆମେ ସବୁ ଜ୍ଞାନ ସମ୍ପନ୍ନ ହୋଇ ଦିବ୍ୟ ଆତ୍ମା ହୋଇଯିବା ଏବଂ ପକୃତ ଆନନ୍ଦ ସୁଖ ଶାନ୍ତି ର ଜୀବନ ପ୍ରାପ୍ତ କରିପାରିବା l ଏହା ହିଁ ପକୃତ ରକ୍ଷା ବନ୍ଧନ ର ଆଧ୍ୟାତ୍ମିକ ରହସ୍ୟ ବୋଲି ବର୍ଣନା କରିଥିଲେ l ବ୍ରହ୍ମାକୁମାରୀ ସ୍ମିତା ଭଉଣୀ ଆତ୍ମ ଅନୁଭୂତି କରି କିପରି ଆମ ର ପରମପିତା ଠାରୁ ଜ୍ଞାନ ଓ଼ ଶକ୍ତି ପ୍ରାପ୍ତ କରି ପlରିବା,ତାହା ବିଦ୍ୟାଲୟର ଶିକ୍ଷା ରୁ ପ୍ରାପ୍ତ ହେଉଛି ବୋଲି ବର୍ଣନ କରିଥିଲେ l ବର୍ତ୍ତମାନ ଯେଉଁ ସମୟରେ ଆମେ ଅତିବାହିତ କରୁଛୁ କୌଣସି ଭାଇ,ନା ଭଉଣୀ କାହାକୁ ସୁରକ୍ଷା ଦେଇ ପାରିବେ, ପକୃତରେ ଏକ ପରମପିତା ହିଁ ଆମ ସମସ୍ତ ଙ୍କ ସୁ ରକ୍ଷକ ଅଟନ୍ତି l ଭ୍ରାତା ଜିଲ୍ଲାପାଳ ନିଜ ଭାଷଣ ରେ କହିଲେ ଭଉଣୀ ଟିଏ ଯଦି ଭାଇ କୁ ରାକ୍ଷୀ ବାନ୍ଧୁଛି ସେ ସମୟରେ ପରସ୍ପର ମଧ୍ୟରେ କେତେ ଆନନ୍ଦ, ସ୍ନେହ ପ୍ରେମ ଅନୁଭୂତି ହେଉଛି l ରକ୍ଷା ବନ୍ଧନ କେବଳ ବ୍ୟକ୍ତି ମଧ୍ୟରେ ସୀମିତ ନ ରଖି ଆମେ ବୃକ୍ଷ ଲତା, ଗୋ ମାତା ଙ୍କ ଉପକାର ଦେଖି ତାଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିବା ଆମ ଭାରତୀୟ ପରମ୍ପରା ରେ ଚାଲି ଆସିଛି l ଆମେ ଯଦି ପ୍ରକୃତି ର ସୁରକ୍ଷ୍l କରିବା, ତା ହେଲେ ପକୃତି ମାତା ଆମ ଜୀବନ କୁ ସୁ ରକ୍ଷl ଦେବ l ଆଜି ଦିବସରେ ନିଜ ସହିତ ଅନ୍ୟ ର ସୁରକ୍ଷା ପ୍ରତି ବ୍ରତୀ ହେବା ର ଦୃଢ଼ ସଂକଳ୍ପ ନେବା l ପକୃତି ପ୍ରେମୀ ଭ୍ରାତା ପ୍ରବୀର କୁମାର ଦାସ ଅଧ୍ୟାପକ, ନିଜ ଭାଷଣ ରେ ବର୍ଣନା କରି କହିଲେ ରକ୍ଷା ବନ୍ଧନ ପର୍ବ ଆମ ଭାରତ ର ପୌରାଣିକ, ଐତିହାସିକ ଓ଼ ସାମାଜିକ ପରମ୍ପରା ରେ ବହୁତ ବର୍ଣନା ଅଛି, କିନ୍ତୁ ପର୍ବ କୁ କେବଳ ଭାଇ ଓ଼ ଭଉଣୀ ମଧ୍ୟରେ ସୁନ୍ଦର ଡୋରି ଟିଏ ବାନ୍ଧି ମୁଖ ମିଠା କରିବା ମଧ୍ୟରେ ସୀମିତ ରଖିଲେ ହେବନାହିଁ, ପର୍ବ ର ମାହାତ୍ମ୍ୟ କୁ ବୁଝି ନିଜ ଜୀବନରେ ପରିବର୍ତ୍ତନ ଆଣିବାକୁ ପଡିବ l ପକୃତି ଓ଼ ବୃକ୍ଷ ଲତା ଆମର ପକୃତରେ ମିତ୍ର ଅଟନ୍ତି, ତାଙ୍କ ବିନା ଆମ ଜୀବନ ଅସମ୍ଭବ ଅଟେ,ତେଣୁ ବର୍ତ୍ତମାନ ସମୟର ଏକ ମୁଖ୍ୟ ଡାକରା – -ଝିଅ ପାଇଁ ଗଛ ଟିଏ ଲଗଇବା ଓ଼ ତାହାର ପୁରା ଯତ୍ନ ନେବା ଓ଼ ସୁରକ୍ଷା କରିବା, ଏହା ହିଁ ପକୃତି ପ୍ରତି ରକ୍ଷାବନ୍ଧନ l ବ୍ରହ୍ମlକୁମାର ସରୋଜ ଭାଇ ସଭା ପରି ଚାଳନା କରିଥିଲେ l ମା ଗେଲ୍ହା ଶ୍ରୀକଳା ନିକେତନ ର ଗୁରୁଶ୍ରୀ ଗୋପାଳ ବେହେରା ଙ୍କ ନୃତ୍ୟ ଦଳ ସ୍ୱାଗତ ଓ଼ ରାକ୍ଷୀ ନୃତ୍ୟ ପରିବେଷଣ କରି ସଭା କାର୍ଯ୍ୟରେ ସମସ୍ତ ଙ୍କ ମନ ମୁଗ୍ଧ କରିଥିଲେ l କାର୍ଯ୍ୟକ୍ରମ ରେ ବୌଦ୍ଧ ସହର ର ଅନେକ ବୁଦ୍ଧିଜିବି, ମାନ୍ୟଗଣ୍ୟ ଭାଇ ଓ଼ ଭଉଣୀ ଯୋଗଦାନ ଦେଇ ସଭାକାର୍ଯ୍ୟକୁ ଗୌରବ ମଣ୍ଡିତ କରିଥିଲେ l ଶେଷରେ ଗୌରୀ ଭଉଣୀ ଓ଼ ସ୍ମିତା ଭଉଣୀ ମାନ୍ୟବର ଅତିଥି ମାନଂକୁ ଈଶ୍ବରୀୟ ଉପହାର ଦେଇ, ତାଙ୍କ ସହିତ ସଭାରେ ଉପସ୍ଥିତ ସମସ୍ତ ଭାଇ ଓ଼ ଭଉଣୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ମୁଖ ମିଠା କରିଥିଲେ l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *