December 14, 2024
Home » ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ପାଇଁ ଅନଲାଇନ ନାଁରେ ଲୋକଙ୍କୁ ଶୋଷଣ କରାନଯାଉ l

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ପାଇଁ ଅନଲାଇନ ନାଁରେ ଲୋକଙ୍କୁ ଶୋଷଣ କରାନଯାଉ l

0

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ 14 ଗୋଟି ଗ୍ରାମପଞ୍ଚାୟତ ଅଂଚଳ ରେ କେତେକ ଅନଲାଇନ କାମ କରୁଥିବା କମ୍ପ୍ୟୁଟର ସେଣ୍ଟର, ଜନସେବା କେନ୍ଦ୍ର ର କର୍ମକର୍ତ୍ତା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ପାଇଁ ଅନଲାଇନ ଆବେଦନ କରାଯାଉଛି କହି ନିରୀହ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି l କିନ୍ତୁ ପ୍ରକୃତରେ ସେମାନେ ଜନ ଶୁଣାଣୀ ପୋର୍ଟାଲ ରେ ଅଭିଯୋଗ ପଞ୍ଜିକରଣ କରୁଛନ୍ତି l ଏଥିପାଇଁ ସେମାନେ ଜଣ ପିଛା 200 ଟଙ୍କା ରୁ 250 ଟଙ୍କା ପର୍ଯ୍ୟନ୍ତ ନେଇ ନିରୀହ ଲୋକଙ୍କୁ ଖର୍ଚ୍ଚାନ୍ତ କରାଉଛନ୍ତି l ପ୍ରକୃତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ନୂଆଁ ଘର ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ପାଇଁ ସରକାର ଙ୍କ ଠାରୁ କୌଣସି ନିର୍ଦ୍ଦେଶନାମା ଆସିନଥିବା ଜଣାପଡିଛି l ଏ ନେଇ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା -3257/28/10/24 ରେ ସୂଚିତ କରାଯାଇଛି l ଏ ସଂକ୍ରାନ୍ତରେ ପତ୍ର ସଂଖ୍ୟା -3258/28/10/24 ରେ ବ୍ଲକ ଅନ୍ତର୍ଗତ ସମସ୍ତ ଜନସେବା କେନ୍ଦ୍ର, ଅନଲାଇନ କାମ କରୁଥିବା କମ୍ପ୍ୟୁଟର ସେଣ୍ଟର, ପତ୍ର ସଂଖ୍ୟା -3259/28/10/24 ରେ ବ୍ଲକ ର ସମସ୍ତ ନିର୍ବାଚିତ ପ୍ରତିନିଧି ଓ ପତ୍ର ସଂଖ୍ୟା -3260/28/10/24 ରେ ତରଭା ଥାନା, ସୋନପୁର ଥାନା ଓ ଲଛିପୁର ଥାନା କୁ ଅବଗତ କରାଯାଇଛି l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *